• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବ ଦାସ ହତ୍ୟା ସଂପର୍କରେ ବଡ଼ ବୟାନ ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ । ସେଦିନ ଘଟଣାସ୍ଥଳରେ ଥିବା ନବଙ୍କ ସମର୍ଥକ ଶୁଭେନ୍ଦୁ ପଟ୍ଟନାୟକ ଦେଲେ ବଡ଼ ମନ୍ତବ୍ୟ ।

କହିଲେ, ‘ଗୋପାଳ ଆଗରୁ ବେଲପାହାଡ଼ରେ ଥିବାରୁ ତାଙ୍କ ସହ ପରିଚୟ ଥିଲା । ସେଦିନ ମନ୍ତ୍ରୀ ଆସିବା ପୂର୍ବରୁ ଗୋପାଳଙ୍କ ସହ ୧୫ ମିନିଟ କଥା ହୋଇଥିଲି । ଆମେ ସବୁ ମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲୁ, ସେ ଡ୍ୟୁଟିରେ ଆସିଥିଲେ । ମୋ ସହ ଭଲ କଥା ହୋଇଥିଲେ, ଉଭୟ ଦୁଃଖସୁଖ ହୋଇଥିଲୁ । ମନ୍ତ୍ରୀ ଆସିଲା ବେଳକୁ ଆମେ ସବୁ କାର୍ ପାଖକୁ ଯାଇଥିଲୁ ।’

ଅଧିକ ପଢ଼ନ୍ତୁ: ବଡ଼ ଟ୍ୱିଷ୍ଟ ! ଗୋପାଳ ଦାସର ବଡ଼ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ

‘ଆଉ ସେତିକି ବେଳେ ଗୋପାଳ ଆମକୁ ଠେଲି ଆଗକୁ ମାଡ଼ିଯାଇଥିଲେ । ମୁଁ ପଚାରିଥିଲି କଣ ଦାସ ବାବୁ ଠେଲିକି ଏମିତି ପଶିଯାଉଛନ୍ତି । ସେ କହିଲେ ଆପଣମାନେ ସବୁବେଳେ କଥା ହେଉଛନ୍ତି, ମୁଁ ଟିକେ କଥା ହେବି । ଏତିକି କହି ଆଗକୁ ମାଡ଼ି ଯିବା ସହ ମନ୍ତ୍ରୀ ବାହାରିବା କ୍ଷଣି ଗୁଳି କରିଥିଲେ । ପ୍ରଥମ ଗୁଳିଟି ଜୀବନଙ୍କ ବେକରେ ଘସି ହୋଇ ମନ୍ତ୍ରୀଙ୍କ ଛାତିରେ ବାଜିଲା । ଆଉ ୨ଟି ଗୁଳି ମାରିଥିଲେ ବି ତାହା ମନ୍ତ୍ରୀଙ୍କ ଦେହରେ ବାଜି ନଥିଲା । ଅତି ପାଖରୁ ଗୋପାଳ ଗୁଳି ମାରିଛନ୍ତି, କ୍ରାଇମବ୍ରାଞ୍ଚ ଯାହା ପଚାରିଲେ କହିବି ।’

ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ ଏଭଳି ବୟାନ୍‌ରୁ ସ୍ପଷ୍ଟ ବାରି ହେଉଛି ଯେ, ଗୋପାଳ ପୂର୍ବରୁ ନବଙ୍କୁ ହତ୍ୟା କରିବେ ବୋଲି ସ୍ଥିର କରି ସେଠାକୁ ଆସିଥିଲେ । ଆଉ ଗୁଳି କରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ ।