Advertisment

Fake Baba: ଭକ୍ତି ନାଁରେ ନାବାଳକକୁ ଭଗବାନ ସଜାଇ ଚାଲୁଥିଲା ଭାଣ୍ଡାମୀ, ସାମ୍ନାକୁ ଆସିଲା ଡାଏରୀ !

ରହସ୍ୟ ବଢ଼ାଇଲା ଆଶ୍ରମ ପରିସରରୁ ମିଳିଥିବା ନୀଳ ଡାଏରୀ । ନଗର ଉନ୍ନୟନ ମନ୍ତ୍ରୀ କହିଲେ, ଏହି ଘଟଣା ଉପରେ ନଜର ରଖିଛୁ ।

Fake Baba

ଚର୍ଚ୍ଚାରେ କୁନି ବାବାଙ୍କୁ ନେଇ ଅନୁଗତଙ୍କ ରଚିତ ପୁସ୍ତକ

Advertisment

କେବେ ସେ ନିଜକୁ ଭଗବାନ କହୁଥିଲେ, ଆଉ କେବେ କହୁଥିଲେ ଶ୍ରୀ ବିଷ୍ଣୁ। ପୁସ୍ତକ ମାଧ୍ୟମରେ ଅନୁଗତ ବି ତାଙ୍କୁ ସଜାଇ ଥିଲେ ତଥାକଥିତ କୁନି କଲ୍‌କୀ । ଭକ୍ତି ନାଁରେ ଚାଲିଥିଲା ଭାଣ୍ଡାମୀ ଓ ଧର୍ମ ବିଶ୍ୱାସୀଙ୍କ ସହ ରଚାଯାଇଥିଲା ସାଂଘାତିକ ଖେଳ । ଯାହାର ଏବେ ଭଣ୍ଡାଫୋଡ୍ ହୋଇଛି । ଆଶ୍ରମ ପରିସରରୁ ମିଳିଛି ନୀଳ ଡାଏରୀ।

Advertisment

ତଥାକଥିତ କୁନି କଳକୀଙ୍କ ଦରବାରରେ ଚାଲେ ଭଜନ-କୀର୍ତ୍ତନ । ବାବାଙ୍କୁ ଚାମର ଧରି ଅନୁଗତ ଦେଇଥାନ୍ତି ଆଲଟ ସେବା । ଆଉ ସେହି ଦୃଶ୍ୟ ଦେଖି କୃତ୍ୟକୃତ୍ୟ ହୋଇଥାନ୍ତି ଅନୁଗାମୀ । ଖଣ୍ଡଗିରିର ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଆସ୍ଥାନ ଉପରେ ବିରାଜିତ ବାବାଙ୍କ ସେବା ପୂଜା କରି ଶତମୁଖରେ ପ୍ରଶଂସିତ ହୋଇଥାନ୍ତି ତାଙ୍କ ଶ୍ରଦ୍ଧାଳୁ। 

କେବଳ ଏତିକି ନୁହେଁ, ‘ଅନୁଭୂତିରେ ଭଗବାନ ଶ୍ରୀ ଶ୍ରୀ ସତ୍ୟ ଅନନ୍ତ’ ଶୀର୍ଷକ ଏକ ପୁସ୍ତକ ବି ଲେଖାଯାଇଛି । ଯାହାର ପ୍ରତିଟି ପୃଷ୍ଠାରେ ଅନୁଭୂତି ବାଣ୍ଟିଛନ୍ତି ତାଙ୍କ ସେବକ ଏବଂ ଅନୁଗତ। ଜଣେ ଭକ୍ତ ଲେଖିଛନ୍ତି, ୩ ବର୍ଷ ବୟସରେ ପ୍ରଭୁ କେମିତି ବୋଲେରୋ ଗାଡ଼ି ଧରି ଯାଜପୁରର ବ୍ୟାସନଗର ବୁଲାଇଥିଲେ ଏବଂ ଧର୍ମ ସଂସ୍ଥାପନ ପାଇଁ ଧରାଧାମକୁ ଶ୍ରୀ ବିଷ୍ଣୁ ଭାବେ ଆସିଥିଲେ ।

Advertisment

ସେହିଭଳି ଆଉ ଜଣେ ଭକ୍ତ ଲେଖିଛନ୍ତି ବରୁଣ ଦେବ ଆସି ପ୍ରଭୁଙ୍କ ପାଦ କେମିତି ଧୋଇଦେଇ ଚାଲିଗଲେ। ଆଶ୍ରମର ସଭାପତି ପାଣ୍ଡବ ପରିଡ଼ା ଲେଖିଛନ୍ତି, ମନୁଷ୍ୟ ଶରୀର ଧାରଣ କରି ସ୍ୱୟଂ ଜଗନ୍ନାଥ ଏବେ ଧବଳଗିରିରେ ରହିଛନ୍ତି। ୩୬ ପୃଷ୍ଠା ବିଶିଷ୍ଟ ସେହି ପୁସ୍ତକରେ ଏଭଳି ଅନେକ ଅନୁଭୂତି ଲେଖିଛନ୍ତି ତଥାକଥିତ କୁନି ବାବାଙ୍କ ଅନୁଗତ। ତେବେ କଳିଯୁଗରେ ଏଭଳି ଅବତାରବାଦକୁ ନେଇ ସମାଲୋଚନା କରିଛନ୍ତି ସଂସ୍କୃତି ଗବେଷକ।

ଅଧିକ ପଢ଼ନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି

ପ୍ରଶ୍ନ ଉଠୁଛି ଏହି ବାଳକକୁ କିଏ ସଜାଇଲା ଭଗବାନ? ଆଜିକୁ ୪ ଦିନ ହେଲା ତାକୁ ନେଇ ଲାଗିରହିଛି ସସପେନସ। ତାହାରି ଭିତରେ ରହିଛି କୁନି ବାବାଙ୍କ ଜୀବନଚର୍ଯ୍ୟାର କାହାଣୀ, ନୀତିକାନ୍ତି ସହ ସମୟ ସାରଣୀ ଉଲ୍ଲେଖ ଥିବା ନୀଳ ଡାଏରୀ ମିଳିଛି ଆଶ୍ରମ ପରିସରରୁ। ଯାହାର ପୃଷ୍ଠା ଓଲଟାଇଲେ ବଡ଼ବଡ଼ିଆଙ୍କ ନାଁ ତାଲିକା ବି ରହିଛି। ଅର୍ଥାତ ନୀଳ ଡାଏରୀରେ ରହିଛି ଜବରଦଖଲ କରି ସରକାରୀ ଜମି ଉପରେ ଛିଡ଼ା ହୋଇଥିବା ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମର ରହସ୍ୟ। ନାବାଳକକୁ ବାବା ସଜାଇ ଭକ୍ତି ନାଁରେ ଭାଣ୍ଡାମୀ ଚଳାଇବାର ନୀଳ ନକ୍ସା।

Advertisment

ତେବେ କାହା ହାତରେ ରହୁଥିଲା ଏହି ଡାଏରୀ ? କିଏ ଲେଖୁଥିଲା ବିସ୍ତୃତ ଘଟଣାବଳୀ ? କୁନି ବାବା ଓ ତାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ରଙ୍କ ପାଇଁ ଓକିଲାତି କରୁଥିବା ଆଶ୍ରମର ସଭାପତି ପାଣ୍ଡବ ପରିଡ଼ା ନା ଆଉ କିଏ ? କ୍ରମାଗତ ଭାବେ ୪ ଦିନ ଧରି ଲାଗିରହିଥିବା ହଟଚମଟ ଭିତରେ କେଉଁଠି ଅଛନ୍ତି ପାଣ୍ଡବ ପରିଡ଼ା ଏବଂ ଏହି ତଥାକଥିତ କୁନି ବାବା ? ସରକାରୀ ଜମି ଉପରେ ଛିଡ଼ା ହୋଇଥିବା ସେହି ସାମ୍ରାଜ୍ୟ ବିରୋଧରେ ଆକ୍ସନ ପାଇଁ ସରକାରୀ ତତ୍ପରତା ଦେଖାଦେଉଥିବା ବେଳେ କାହିଁକି ସାମ୍ନାକୁ ଆସୁନାହାନ୍ତି ପଣ୍ଡିତ କାଶୀନାଥ ମିଶ୍ର ? ଆଶ୍ରମ ସଭାପତି ପାଣ୍ଡବ ପରିଡ଼ା ଏବେ କେଉଁଠି?

ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି। ଅପରପକ୍ଷେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସରକାରୀ ଜମିରେ ଶ୍ରୀବୈକୁଣ୍ଠଧାମ ଆଶ୍ରମ ପ୍ରସଙ୍ଗ ଉପରେ ସରକାର ନଜର ରଖିଛନ୍ତି। ବିଧିବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନିଆଯିବ।

ଅଧିକ ପଢ଼ନ୍ତୁ: ଓଡ଼ିଆ ଝିଅଙ୍କ ସଂଘର୍ଷମୟ କାହାଣୀ; ରାଜ୍ୟରେ ସବୁଠୁ କମ୍ ବୟସରେ ପାଇଥିଲେ IAS...

Fake Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ