Advertisment

ପୌରାଧ୍ୟକ୍ଷଙ୍କ ବିରୋଧରେ ସଂଗୀନ ଅଭିଯୋଗ: ମହିଳାଙ୍କୁ ଅସଦାଚରଣ ସହ ହତ୍ୟା ଧମକ

ଏ ସଂପର୍କରେ ସୁନାବେଡା ପୁଲିସ୍ ସୁନାବେଡା ପୌରାଧ୍ୟକ୍ଷଙ୍କ ସମେତ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Sunabedha Municipal Chairperson Allegedly Threaten Woman

Sunabedha Police Station

କୋରାପୁଟ ଜିଲ୍ଲା ସୁନାବେଡା ପୌରପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ରଙ୍କ ବିରୋଧରେ ମହିଳାଙ୍କୁ ଅସଦାଚରଣ ସହ ହତ୍ୟା ଧମକ ଅଭିଯୋଗ। ଏକ ପୁରୁଣା ମାମଲାକୁ ନେଇ ପୌରପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର ହତ୍ୟା ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ସଂପୃକ୍ତ ମହିଳାଙ୍କ ଅଭିଯୋଗ, ତାଙ୍କ ସ୍ବାମୀ ସରସ୍ବତୀ ଶିଶୁ ମନ୍ଦିରରେ ସେବକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏକ ପୁରୁଣା ମାମଲାକୁ ନେଇ ଗତ ୨୩ ଡିସେମ୍ବରରେ ସୁନାବେଡା ପୌରାଧ୍ୟକ୍ଷ ୩ ଜଣଙ୍କୁ ସାଙ୍ଗରେ ନେଇ ହତ୍ୟା ଧମକ ଦେଇଥିଲେ।

Advertisment

ଏପରିକି ସ୍ୱାମୀଙ୍କ ଅନୁପସ୍ଥିତିରେ ଘରେ ପଶି ଦୁଇ ଝିଅଙ୍କୁ ଧମକ ସହ ମରଣାନ୍ତକ ଆକ୍ରମଣ ବି କରିଥିଲେ। ଯେଉଁ ଶିଶୁ ମନ୍ଦିରରେ ତାଙ୍କ ସ୍ୱାମୀ ସେବକ ଭାବେ କାର୍ଯ୍ୟ କରୁଛନ୍ତି, ସେହି ସ୍କୁଲ୍‌ରେ ସଂପାଦକ ଅଛନ୍ତି ସୁନାବେଡା ପୌରାଧ୍ୟକ୍ଷଙ୍କ ବାପା। ସ୍କୁଲର କିଛି ଅନିୟମିତତା ସଂପର୍କରେ ପୋଲିସରେ ଅଭିଯୋଗ କରିବା ଦିନଠୁ ସୁନାବେଡା ପୌରାଧ୍ୟକ୍ଷ ଏଭଳି ନିର୍ଯାତନା ଦେଉଥିବା କହିଛନ୍ତି ସଂପୃକ୍ତ ମହିଳା ଜଣକ।

ଅଧିକ ପଢ଼ନ୍ତୁ: ରାଗିକି ଅଫିସର୍‌ଙ୍କ ଉପରକୁ ଫାଇଲ୍‌ ଫିଙ୍ଗିଲେ ପୌରାଧ୍ୟକ୍ଷା, କହିଲେ- ଏଇଠି ବସି ରାଜନୀତି କରୁଛ ?

Advertisment

ଏ ସଂପର୍କରେ କୋରାପୁଟ ଜିଲ୍ଲା ସୁନାବେଡା ପୁଲିସ୍ ସୁନାବେଡା ପୌରାଧ୍ୟକ୍ଷଙ୍କ ସମେତ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳା ଜଣକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ସୁନାବେଡା ପୌରାଧ୍ୟକ୍ଷ। ଏସପି କହିଛନ୍ତି ଘଟଣାର ତଦନ୍ତ କରାଯିବ।

Advertisment
Advertisment