/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679922662.jpg)
Cruel Mother
ହୃଦୟ ବିଦାରକ । ଜଣେ ମାଆ ଏମିତି ନିଷ୍ପତ୍ତି ନେଲା କାହିଁକି ? କି ଦୋଷ କରିଥିଲେ ନିରୀହ ପିଲା ଗୁଡ଼ାକ । ଜଣେ ନୁହେଁ ଏକାଥରକେ ୪ ସନ୍ତାନଙ୍କୁ କୂଅ ଭିତରକୁ ଠେଲିଦେଲା ମାଆ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଜଣେ ୩୦ ବର୍ଷିୟ ମହିଳା, ନିଜର ୪ ସନ୍ତାନଙ୍କୁ କୂଅ ଭିତରକୁ ଠେଲି, ତାପରେ ନିଜେ ଡେଇଁ ପଡ଼ିଲେ । ଏନେଇ ଖୋଦ୍ ପୋଲିସ ସୂଚନା ଦେଇଛି ।
କୂଅ ଭିତରକୁ ଡେଇଁବା ପରେ ମହିଳା ଜଣକ ନିଜ ଜୀବନ ଚାଲିଯିବା ନେଇ ଭୟ କରିଥିଲେ । ଆଉ ଜୀବନ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡ଼ିଥିବା ଏକ ଦଉଡ଼ିକୁ ଧରିଥିଲେ । ସେହି ଦଉଡ଼ି ସାହାଯ୍ୟରେ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ତାଙ୍କର ବଡ଼ ଝିଅକୁ ଜାବୁଡ଼ି ଧରି ବାହାରକୁ ଆସିଥିଲେ । କିନ୍ତୁ ଅନ୍ୟ ତିନି ସନ୍ତାନଙ୍କର ଜୀବନ ସେହି କୂଅ ଭିତରେ ହିଁ ଚାଲିଗଲା । ସେଥିରେ ଜଣେ ୧୮ ମାସର ପୁଅ ରହିଥିବା ବେଳେ ଦୁଇ ଝିଅ ରହିଛନ୍ତି । ଜଣଙ୍କର ବୟସ ୩ ଓ ଆଉ ଜଣଙ୍କର ବୟସ ୫ ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ: ଜନ୍ମଦେବାର କିଛି ମିନିଟ୍ ପରେ ସାଢ଼େ ୪ ଲକ୍ଷରେ ଛୁଆକୁ ବିକିଦେଲା ମାଆ !
ତେବେ ଜଣେ ମାଆ ଏଭଳି କାହିଁକି କରିବାକୁ ବାଧ୍ୟ ହେଲେ । ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ । ଯେଉଁ ପିଲାଙ୍କୁ ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିଲା, ସେହି ପିଲାଙ୍କ ଜୀବନ ନେବାକୁ ମାଆର ହାତ ଗଲା କେମିତି ? ପୋଲିସ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ବୁରହାନପୁର ଠାରୁ ୬୦ କିଲୋମିଟର ଦୂର ବଳଦି ଗାଁରେ ଘଟିଛି ।
ମହିଳା ଜଣଙ୍କ ହେଉଛନ୍ତି ପ୍ରମିଳା ଭିଲାଲ । ସେ ନିଜ ସ୍ୱାମୀଙ୍କ ସହ ଝଗଡ଼ା ଲାଗିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ । ତାଙ୍କ ସ୍ୱାମୀଙ୍କ ନାଁ ହେଉଛି ରମେଶ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ତିନି ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମହିଳାଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରିଛି ପୋଲିସ । ମହିଳାଙ୍କ ସହ କୂଅ ଭିତରୁ ବାହାରିଥିବା ବଡ଼ ଝିଅ ଏବେ ସୁସ୍ଥ ଥିବା ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)