/odishatv-khabar/media/post_attachments/uploadimage/library/16_9/16_9_0/s_1700710031.jpg)
loot in bhubaneswar
ଘରେ ପଶି କଳାକନା ବୁଲାଇଲେ ନାବାଳକ ଲୁଟେରା । ରାଜଧାନୀ ଭୁବନେଶ୍ୱରର ଗ୍ୟାରେଜ ଛକରେ ଏହି ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ଘରେ ପଶି ନାବାଳକ ଲୁଟେରା ଗ୍ୟାଙ୍ଗ ଏଭଳି ଲୁଟ୍ପାଟ୍ କରିଥିବା ଅଭିଯୋଗ ହୋଇଛି। ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ଜିନିଷ ସବୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ନାବାଳକମାନେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବୋଲି କୁହାଯାଉଛି ।
ଚୋରି ବେଳେ ଏମାନଙ୍କୁ ଘର ମାଲିକ ଧରିଥିଲେ ମଧ୍ୟ ୮ ଲକ୍ଷ ଟଙ୍କାର ସୁନା ନେଇ ଖସିଯାଇଥିଲେ ୨ ଜଣ । ଯେଉଁ ନାବାଳକ ହାତରେ ରୂପା ବ୍ୟାଗ୍ ଥିଲା, ତାକୁ ଧରି ଲିଙ୍ଗରାଜ ପୋଲିସକୁ ହସ୍ତାନ୍ତର କରାଯାଇଛି । ହେଲେ ଏସବୁ ପଛର ମାଷ୍ଟରମାଇଣ୍ଡ ଫେରାର ଅଛି ।
#ମାତିଛନ୍ତି_ନାବାଳକ_ଗ୍ୟାଙ୍ଗ
ରାଜଧାନୀରେ ମାତିଛନ୍ତି ନାବାଳକ ଗ୍ୟାଙ୍ଗ । ଘରେ ପଶି ଲୁଟୁଛନ୍ତି ସୁନା ଅଳଙ୍କାର । ଘରର କବାଟ ଭାଙ୍ଗି କେମିତି କରୁଛନ୍ତି ଲୁଟ୍ ଦେଖନ୍ତୁ । ... #Bhubaneswar#Odisha#OTVpic.twitter.com/qPDaRIWoXw— ଓଟିଭି (@otvkhabar) November 22, 2023
ସୂଚନାଥାଉ କି, କିଛିଦିନ ପୂର୍ବେ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଚୋରି ହୋଇଥିଲା । ଆଉ ଚୋରି କରିଥିବା ଘରେ ଅଣ୍ଡା ଅମଲେଟ୍ ତିଆରି କରି ଖାଇଥିଲେ ଲୁଟେରା । ପରେ ଚଢ଼େଇ ପଞ୍ଜୁରୀକୁ ଚୋରି କରିବା ବେଳେ ଚଢ଼େଇ ସବୁ ବୋବେଇବାରୁ ଲୁଟେରାମାନେ ଧରାପଡ଼ିଥିଲେ । ଘର ମାଲିକ ଓ ସ୍ଥାନୀୟ ଲୋକେ ନାବାଳକ ଚୋର ଗ୍ୟାଙ୍ଗକୁ ମାଡ଼ି ବସିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)