Advertisment

Cuttack Girl Rape Case: କଟକରେ ନାବାଳିକାକୁ ଦୁଷ୍କର୍ମ ଘଟଣା; ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ପୋଲିସ

କଟକରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ଥାନା ପୋଲିସ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Cuttack Minor Girl Rape Incident Accused Arrested by Police

Minor Girl Rape Incident Accused Arrested by Police

କଟକରେ ଦୁଷ୍କର୍ମ ଘଟଣା ନେଇ ଆସିଲା ବଡ଼ ଖବର । କଟକରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ଥାନା ପୋଲିସ । ଅଭିଯୁକ୍ତ ପୀଡ଼ିତା ବାପା ମା’ କାମ କରୁଥିବା ଇଟାଭାଟିରେ କାମକରେ । ତେବେ ଏପଟରେ ଶିଶୁଭବନ ICUରୁ ଅଧିକ ଚିକିତ୍ସା ପାଇଁ ପୀଡ଼ିତାକୁ SCB ସ୍ଥାନାନ୍ତର ।

Advertisment

୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । କଟକ ବାରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ଲଜ୍ଜାଜନକ ଘଟଣା । ଏ ନେଇ ବାରଙ୍ଗ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । ବାରଙ୍ଗ ଅଞ୍ଚଳରେ ଏକ ଇଟାଭାଟିରେ ନାବାଳିକାଙ୍କ ପରିବାର ଲୋକେ କାମ କରୁଥିଲେ । ସେହିଠାରେ ହିଁ ନାବାଳିକାଙ୍କ ସହ ଏ ଲଜ୍ଜାଜନକ ଘଟଣା ଘଟିଥିଲା ବୋଲି ଜଣାପଡିଛି । ସେପଟେ ଗତ କିଛିଦିନ ତଳେ ଆଉ ଏକ ଦୁଷ୍କର୍ମ ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଥିଲା ।

ଅଧିକ ପଢନ୍ତୁ: ଭକ୍ତି ନାଁରେ ନାବାଳକକୁ ଭଗବାନ ସଜାଇ ଚାଲୁଥିଲା ଭାଣ୍ଡାମୀ, ସାମ୍ନାକୁ ଆସିଲା ଡାଏରୀ !

Advertisment

ସିଲଭର୍ ସିଟିରେ ସୈତାନୀ କାଣ୍ଡଥିଲା । ପ୍ରେମ ନାଁରେ ଧୋକେବାଜ୍ ପ୍ରେମିକର ବଦମାସୀ ଯୋଗୁ ଜଣେ ଯୁବତୀଙ୍କ କେବଳ ଯେ, ଇଜ୍ଜତ ମହତ୍ ଯାଇଛି ତା’ନୁହଁ, ବରଂ ବାଜିରେ ଲାଗିଥିଲା ତାଙ୍କ ଭବିଷ୍ୟତ । ପ୍ରେମର ଫାଇଦା ନେଇ ଯେଉଁ ଯୁବତୀଙ୍କୁ ଜନ୍ମଦିନ ପାଳିବାକୁ ଏକ ସାଇବର କାଫେକୁ ଡାକିଥିଲା ଏହି ସୈତାନ ପ୍ରେମିକ, ସେହି ଜନ୍ମଦିନରେ ଆପତ୍ତିଜନକ ଭିଡ଼ିଓ ରେକର୍ଡିଂ ସହ ବ୍ଲାକମେଲିଂ କରି ସାଙ୍ଗଙ୍କ ସହ କରିଚାଲିଥିଲା ଗଣଦୁଷ୍କର୍ମ

ପ୍ରେମ ଆଳରେ ଜଣେ ଯୁବତୀଙ୍କ ସହ ଉଠାଇଥିବା ଆପତ୍ତିଜନକ ଭିଡ଼ିଓକୁ ଦେଖାଇ ପ୍ରଥମେ ବ୍ଲାକମେଲିଂ, ତା’ପରେ ଜଣଙ୍କ ପରେ ଜଣେ ସାଙ୍ଗଙ୍କ ଦ୍ୱାରା ଗଣଦୁଷ୍କର୍ମ ନେଇ ଅଭିଯୋଗ  ହୋଇଥିଲା । ହଜାରେ ବର୍ଷର ସହର କଟକରେ ମୁଣ୍ଡ ନୁଆଁଇଦେଲା ଭଳି ଘଟଣା ଘଟିଥିଲା । ଅପରପକ୍ଷେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରିଥିଲା ପୋଲିସ । ନଭେମ୍ବର ୪ ବାଦାମବାଡ଼ି ଥାନାକୁ ଯାଇ ବୟଫ୍ରେଣ୍ଡ ଆଶୁତୋଷ ସହ ୬ ଜଣଙ୍କ ବିରୋଧରେ ସଂଗୀନ ଅଭିଯାଗ ଆଣିଥିଲେ ପୀଡ଼ିତା କଲେଜ ଛାତ୍ରୀ ।

ତାଙ୍କ କହିବା କଥା, ଚାରିଆଡ଼େ ଦଶହରା ପାଇଁ ଥିଲା ଉତ୍ସବମୁଖର ପରିବେଶ । କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାଳନ ପାଇଁ ବୟଫ୍ରେଣ୍ଡ୍ ସହ ଯାଇଥିଲେ ପୀଡ଼ିତା । ଆଉ ସେଲିବ୍ରେସନ ମୁଡ୍ ଭିତରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭାବେ ଭିଡ଼ିଓ ଉତ୍ତୋଳନ କରିଚାଲିଥିଲା ବଦମାସ୍ ବୟଫ୍ରେଣ୍ଡ୍ ଆଶୁତୋଷ ।

ଏଥିରେ ସହଯୋଗ କରିଥିଲା କାଫେ ଚଲାଉଥିବା ଭଗବତପୁର ଅଞ୍ଚଳର ଜଣେ ନାବାଳକ । ଆଉ ସେହି ଭିଡ଼ିଓକୁ ଦେଖାଇ ଆରମ୍ଭ କରିଥିଲେ ବ୍ଲାକମେଲ୍ । ବୟଫ୍ରେଣ୍ଡ ଆଶୁତୋଷ ସହ ନାବାଳକ କାଫେ ମାଲିକ ଓ ଅନ୍ୟ ସାଙ୍ଗମାନେ ବାରଙ୍ଗ ଅଞ୍ଚଳକୁ ଡାକି ଏକ ଘରେ କରିଥିଲେ ଗଣଦୁଷ୍କର୍ମ । ଯାହାକୁ ନେଇ ଥାନାରେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ପରେ ବାଦାମବାଡ଼ି ପୋଲିସ ୬ ଜଣଙ୍କୁ ଧରିଥିଲା । ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳାର ୩, ଭଗବତପୁର ଅଞ୍ଚଳର କାଫେ ମାଲିକ, ବାରଙ୍ଗର ଜଣେ ଏବଂ ଅନ୍ୟ ଜଣେ ନୟାଗଡ଼ ଅଞ୍ଚଳର ।

ଅଧିକ ପଢନ୍ତୁ: ସୈତାନ୍ ବୟଫ୍ରେଣ୍ଡର ସାଂଘାତିକ କାଣ୍ଡ; ପ୍ରେମିକାର ଆପତ୍ତିଜନକ ଭିଡ଼ିଓ ଉଠାଇ ଗଣଦୁଷ୍କର୍ମ

Odisha News Cuttack Rape Case Crime News
Advertisment
Advertisment