୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । କଟକ ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା । ଗୁରୁତର ନାବାଳିକାକୁ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଏ ନେଇ ବାରଙ୍ଗ ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ଛାନଭିନ୍ ଚଳାଇଛି । ବାରଙ୍ଗ ଅଞ୍ଚଳରେ ଏକ ଇଟାଭାଟିରେ ନାବାଳିକାଙ୍କ ପରିବାର ଲୋକେ କାମ କରୁଥିଲେ । ସେହିଠାରେ ହିଁ ନାବାଳିକାଙ୍କ ସହ ଏ ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡିଛି । ସେପଟେ ଗତ କିଛିଦିନ ତଳେ ଆଉ ଏକ ଦୁଷ୍କର୍ମ ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଥିଲା ।
ସିଲଭର୍ ସିଟିରେ ସୈତାନୀ କାଣ୍ଡ । ପ୍ରେମ ନାଁରେ ଧୋକେବାଜ୍ ପ୍ରେମିକର ବଦମାସୀ ଯୋଗୁ ଜଣେ ଯୁବତୀଙ୍କ କେବଳ ଯେ, ଇଜ୍ଜତ ମହତ୍ ଯାଇଛି ତା’ନୁହଁ, ବରଂ ବାଜିରେ ଲାଗିଛି ତାଙ୍କ ଭବିଷ୍ୟତ । ପ୍ରେମର ଫାଇଦା ନେଇ ଯେଉଁ ଯୁବତୀଙ୍କୁ ଜନ୍ମଦିନ ପାଳିବାକୁ ଏକ ସାଇବର କାଫେକୁ ଡାକିଥିଲା ଏହି ସୈତାନ ପ୍ରେମିକ, ସେହି ଜନ୍ମଦିନରେ ଆପତ୍ତିଜନକ ଭିଡ଼ିଓ ରେକର୍ଡିଂ ସହ ବ୍ଲାକମେଲିଂ କରି ସାଙ୍ଗଙ୍କ ସହ କରିଚାଲିଥିଲା ଗଣଦୁଷ୍କର୍ମ ।
ପ୍ରେମ ଆଳରେ ଜଣେ ଯୁବତୀଙ୍କ ସହ ଉଠାଇଥିବା ଆପତ୍ତିଜନକ ଭିଡ଼ିଓକୁ ଦେଖାଇ ପ୍ରଥମେ ବ୍ଲାକମେଲିଂ, ତା’ପରେ ଜଣଙ୍କ ପରେ ଜଣେ ସାଙ୍ଗଙ୍କ ଦ୍ୱାରା ଗଣଦୁଷ୍କର୍ମ ଅଭିଯୋଗ । ହଜାରେ ବର୍ଷର ସହର କଟକରେ ମୁଣ୍ଡ ନୁଆଁଇଦେଲା ଭଳି ଘଟଣା । ଅପରପକ୍ଷେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରିଥିଲା ପୋଲିସ । ନଭେମ୍ବର ୪ । ବାଦାମବାଡ଼ି ଥାନାକୁ ଯାଇ ବୟଫ୍ରେଣ୍ଡ ଆଶୁତୋଷ ସହ ୬ ଜଣଙ୍କ ବିରୋଧରେ ସଂଗୀନ ଅଭିଯାଗ ଆଣିଥିଲେ ପୀଡ଼ିତା କଲେଜ ଛାତ୍ରୀ ।
Also Read
ଅଧିକ ପଢନ୍ତୁ: ଭକ୍ତି ନାଁରେ ନାବାଳକକୁ ଭଗବାନ ସଜାଇ ଚାଲୁଥିଲା ଭାଣ୍ଡାମୀ, ସାମ୍ନାକୁ ଆସିଲା ଡାଏରୀ !
ତାଙ୍କ କହିବା କଥା, ଚାରିଆଡ଼େ ଦଶହରା ପାଇଁ ଥିଲା ଉତ୍ସବମୁଖର ପରିବେଶ । କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାଳନ ପାଇଁ ବୟଫ୍ରେଣ୍ଡ୍ ସହ ଯାଇଥିଲେ ପୀଡ଼ିତା । ଆଉ ସେଲିବ୍ରେସନ ମୁଡ୍ ଭିତରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭାବେ ଭିଡ଼ିଓ ଉତ୍ତୋଳନ କରିଚାଲିଥିଲା ବସମାସ୍ ବୟଫ୍ରେଣ୍ଡ୍ ଆଶୁତୋଷ ।
ଏଥିରେ ସହଯୋଗ କରିଥିଲା କାଫେ ଚଲାଉଥିବା ଭଗବତପୁର ଅଞ୍ଚଳର ଜଣେ ନାବାଳକ । ଆଉ ସେହି ଭିଡ଼ିଓକୁ ଦେଖାଇ ଆରମ୍ଭ କରିଥିଲେ ବ୍ଲାକମେଲ୍ । ବୟଫ୍ରେଣ୍ଡ ଆଶୁତୋଷ ସହ ନାବାଳକ କାଫେ ମାଲିକ ଓ ଅନ୍ୟ ସାଙ୍ଗମାନେ ବାରଙ୍ଗ ଅଞ୍ଚଳକୁ ଡାକି ଏକ ଘରେ କରିଥିଲେ ଗଣଦୁଷ୍କର୍ମ । ଯାହାକୁ ନେଇ ଥାନାରେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ପରେ ବାଦାମବାଡ଼ି ପୋଲିସ ୬ ଜଣଙ୍କୁ ଧରିଥିଲା । ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳାର ୩, ଭଗବତପୁର ଅଞ୍ଚଳର କାଫେ ମାଲିକ, ବାରଙ୍ଗର ଜଣେ ଏବଂ ଅନ୍ୟ ଜଣେ ନୟାଗଡ଼ ଅଞ୍ଚଳର ।