• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧୋକା ଦେଲା ଧୋକାବାଜ୍‌ ପ୍ରେମିକ । ଦୁଇ ବର୍ଷ ପ୍ରେମ କରି ବିବାହ ନକରି ପାରିବା ଦୁଃଖରେ ପ୍ରେମିକ-ପ୍ରେମିକା ଏକାଠି ଜୀବନ ହାରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । କଥା ଅନୁସାରେ ପ୍ରେମିକ ହାତରେ ବିଷ ବୋତଲ ଧରାଇଦେଲା ଅଭିଯୁକ୍ତ ପ୍ରେମିକ । ପ୍ରେମିକା ସିନା ପ୍ରେମ ପାଇଁ ବିଷ ପିଇଦେଲା, ହେଲେ ପ୍ରେମିକ ଜଣକ ବିଷ ନପିଇ ଫେରାର ମାରିଥିଲା । ବିଷ ପିଇବା ପରେ ନାବାଳିକା ଜଣକ ବୁର୍ଲା ଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ନୁନପାଣି ଗାଁରେ ।

ନୁନପାଣି ଗାଁର ଜଣେ ନାବାଳିକା ଓ ସମୀର ପୁଝାରି ନାମକ ଯୁବକଙ୍କ ମଧ୍ୟରେ ଦୀର୍ଘ ୨ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁଁ ପ୍ରେମରେ ଧୀରେ ଧୀରେ ଫାଟ ସୃଷ୍ଟି ହୋଇଥିଲା । ହେଲେ ନାବାଳିକା ଜଣକ ସମୀରଙ୍କ ପ୍ରେମରେ ଏପରି ପାଗଳ ଥିଲେ ଯେ ବିବାହ ପାଇଁ ଅଡ଼ି ବସିଥିଲେ ।

ଅଧିକ ପଢ଼ନ୍ତୁ: ଏ କେମିତିକା ପ୍ରେମିକା ! ବିଷ ଦେଇ କହିଲା... ‘ଏଯାଏଁ ମରିନୁ, ରଶି ଲଗେଇଦେ’

ହେଲେ ସମୀର ଭିନ୍ନ ଜାତିର ହୋଇଥିବା ଯୋଗୁଁ ବିବାହ କରିବାକୁ ରାଜି ହୋଇନଥିଲେ । ଶେଷରେ ଉଭୟେ ଏକାସାଙ୍ଗରେ ବିଷ ପିଇ ମରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସମୀର ବିଷ କିଣି ଆଣି ଦେଇଥିଲେ । ମାର୍ଚ୍ଚ ୧୯ ତାରିଖ ଦିନ ସମୀର ଆଣିଥିବା ବିଷ ଧରି ତାଙ୍କ ଘରେ ପହଞ୍ଚିଥିଲେ ନାବାଳିକା ଜଣକ । ପ୍ରଥମେ ନାବାଳିକା ଜଣଙ୍କ ବିଷ ପିଇ ଦେଇଥିଲେ । ହେଲେ ମୃତ୍ୟୁ ପରେ ଏକାଠି ହେବା ପାଇଁ କଥା ଦେଇଥିବା ସମୀର ବିଷ ପିଇନଥିଲେ । ଆଉ ସେହି ସ୍ଥାନରୁ ପଳାଇ ଯାଇଥିଲେ ।

ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଧର୍ମଗଡ ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇ ଥିଲେ । ଦୀର୍ଘ ଏକମାସ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଗତକାଲି ସକାଳ ୧୧ଟାରେ ଚିକିତ୍ସା ଅବସ୍ଥାରେ ସେ ଆଖି ବୁଜିଛନ୍ତି ।

ଗତକାଲି ସନ୍ଧ୍ୟା ୭ଟାରେ ଗାଁରେ ପହଞ୍ଚିଥିଲା ନାବାଳିକାଙ୍କ ମୃତଦେହ । ହେଲେ ମୃତକଙ୍କ ପରିବାର ନିଜ ଘରକୁ ନଆଣି ସିଧାସଳଖ ପ୍ରେମିକ ଘର ସାମ୍ନାକୁ ନେଇଯାଇଥିଲେ ଝିଅର ମୃତଦେହ । ଆଉ ଅଭିଯୁକ୍ତର ଗିରଫ ଦାବିରେ ଅଡ଼ି ରହିଥିଲେ।

ଏନେଇ ମାର୍ଚ୍ଚ ୨୨ ତାରିଖ ଦିନ କୋକସରା ଥାନାରେ ନାବାଳିକାଙ୍କ ବାପା ସଂପୃକ୍ତ ଯୁବକ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମଧ୍ୟ ପୋଲିସ କାହିଁକି ତାଙ୍କୁ ଗିରଫ କରିନାହିଁ ବୋଲି ପରିବାର ଲୋକେ କହିଛନ୍ତି । ପୋଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

  • Reported by:
  • Ingeet Panda