• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରେମିକକୁ ବିଷ ପିଆଇଦେଲା ପ୍ରେମିକା । ମୃତ୍ୟୁ ହୋଇଛିକି ନାହିଁ ଜାଣିବା ପାଇଁ ପ୍ରେମିକ ପାଖକୁ ଫୋନ୍‌ କଲା । ଖାଲି ଫୋନ୍‌ କଲାନାହିଁ, ଯଦି ମୃତ୍ୟୁ ହାଇନାହିଁ ତେବେ ଦଉଡି ଦେଇଦେବାକୁ ଫୋନ୍‌ରେ କହିଲା ପ୍ରେମିକା । ପରେ ପରେ ଯୁବକ ଜଣକ ଗୁରୁତର ହେବା ସହ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ତଦନ୍ତ କରି ପ୍ରେମିକାଙ୍କ ସହ ତାଙ୍କ ପୂରା ପରିବାରକୁ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ । ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏହାକୁ ଯୁବତୀଙ୍କ ପରିବାର ଲୋକ ଗ୍ରହଣ କରିନଥିଲେ । ଫଳରେ ପ୍ରେମିକା ଜଣଙ୍କୁ ଅନ୍ୟତ୍ର ବିବାହ କରିଦେଇଥିଲେ ତାଙ୍କ ପରିବାର । ହେଲେ ଯୁବତୀଙ୍କ ବିବାହ ପରେ ମଧ୍ୟ ପ୍ରେମିକ ତାଙ୍କୁ ଦେଖା କରୁଥିଲେ । ଯାହାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ଶେଷରେ ସିନ୍ଦୂର ପାଇଁ ବଳିପଡ଼ିଗଲା ହୃଦୟର ସମ୍ପର୍କ ପ୍ରେମ ।

ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ସୂଚନା ମୁତାବକ ନାରାୟଣ ନାଗରର ବାସିନ୍ଦା ପ୍ରେମିକା ଚିତ୍ରା ଏବଂ ହାଥରସର ବାସିନ୍ଦା ଅଙ୍କିତ କୁମାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଉଭୟ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ଚିତ୍ରାଙ୍କ ପରିବାର ଲୋକ ଏହି ସମ୍ପର୍କକୁ ପସନ୍ଦ କରୁନଥିଲେ । ସେ ଚିତ୍ରାଙ୍କୁ ଅନ୍ୟତ୍ର ବିବାହ କରାଇଦେଇଥିଲେ ।

ହେଲେ ବିବାହ ପରେ ମଧ୍ୟ ଚିତ୍ରା ଏବଂ ଅଙ୍କିତ ଉଭୟ ଦେଖାକରୁଥିଲେ । ଯାହାକୁ ନେଇ ଚିତ୍ରାଙ୍କ ଭାଇ ଖୁବ୍‌ ଜୋର୍‌ରେ ରାଗିଯିବା ସହ ପାଟିତୁଣ୍ଡ କରିଥିଲେ । ଫଳରେ ଚିତ୍ରା ହଠାତ୍‌ ଦିନେ ଅଙ୍କିତଙ୍କୁ ଘରକୁ ଡାକିଥିଲେ । ଆଉ କୋଲ୍ଡ ଡ୍ରିଙ୍କ୍ସରେ ବିଷ ମିଶାଇ ତାଙ୍କୁ ପିଇବାକୁ ଦେଇଦେଇଥିଲେ । ପରେ ଘରକୁ ଯିବା ସମୟରେ ଅଙ୍କିତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ।

ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଥିବା ଏବଳେ ଚିତ୍ରା ତାଙ୍କୁ ଫୋନ୍‌ କରି ତାଙ୍କ ମୃତ୍ୟୁ ହୋଇଛିକି ନାହିଁ ପଚାରି ବୁଝିଥିଲେ । ପରେ ତାଙ୍କୁ ଜୀବନ ହାରିବା ପାଇଁ କହିବା ସହ ରଶି ଲଗାଇଦେବାକୁ ମଧ୍ୟ କହିଥିଲେ । ଯାହାର କଲ୍‌ ରେକର୍ଡିଂ ପୋଲିସ ହାତରେ ଲାଗିଛି । ଘଟଣାର ପୂରା ପର୍ଦ୍ଦାଫାସ ପୋଲିସ କରିବା ସହ ପ୍ରେମିକା ଚିତ୍ରା, ତାଙ୍କ ସ୍ୱାମୀ ଓ ଭାଇଙ୍କ ସହ ପୂରା ପରିବାରକୁ ପୋଲିସ ଗିରଫ କରିଛି ।