Advertisment

Maoist Brutality Strikes Again: ବୀଭତ୍ସ ... ବର୍ବର !! ପ୍ରଜାକୋର୍ଟରେ ସ୍ୱାମୀ ସାମନାରେ ପତ୍ନୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ପ୍ରଥମେ ମାଓବାଦୀମାନେ ଦମ୍ପତିଙ୍କୁ ଅପହରଣ କରିଥିଲେ । ସ୍ୱାମୀକୁ ମାଡ଼ ମାରି ଛାଡ଼ି ଦେଇଥିଲେ ମାଓବାଦୀ । କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମାଓବାଦୀଙ୍କ ବର୍ବରତା ।

ଅଦ୍ୟତନ ହୋଇଛି
Maoist Brutality Strikes Again

Maoist Brutality Strikes Again

Advertisment

କେତେ ବର୍ବର ହୋଇପାରନ୍ତି ମାଓବାଦୀ । ଅପହରଣ କରିବା ପରେ ଦେଲେ ଏମିତି ଦଣ୍ତ, ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ପ୍ରଜାକୋର୍ଟରେ ସମସ୍ତଙ୍କ ସାମ୍ନାରେ ଜଣେ ମହିଳାଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ବର୍ବର, ଭୟାନକ ଓ ବୀଭତ୍ସ ଭାବେ ପ୍ରଜାକୋର୍ଟରେ ଜଣେ ସ୍ୱାମୀଙ୍କ ସାମ୍ନାରେ ପତ୍ନୀଙ୍କର ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ ।

Advertisment

ସୂଚନା ଅନୁସାରେ, ପ୍ରଥମେ ମାଓବାଦୀମାନେ ଦମ୍ପତିଙ୍କୁ ଅପହରଣ କରିଥିଲେ । ଉକ୍ତ ଦମ୍ପତି ଜଣକ ଛତିଶଗଡ଼ ବିଜାପୁର ଲେଦେଡ଼ ଗାଁର ବୋଲି ସୂଚନା ମିଳିଛି । ଅପହରଣ କରିବା ପରେ ପ୍ରଜାକୋର୍ଟରେ ସେମାନଙ୍କର ଦଣ୍ତ ବିଧାନ ହୋଇଥିଲା । ସ୍ୱାମୀକୁ ମାଡ଼ ମାରି ଛାଡ଼ି ଦେଇଥିଲେ ମାଓବାଦୀ । କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମାଓବାଦୀଙ୍କ ବର୍ବରତା ।

ସର୍ବ ସମ୍ମୁଖରେ ସ୍ତ୍ରୀର ଗଳାକାଟି ହତ୍ୟା କରିଥିଲେ ମାଓବାଦୀ । ଯାହା ଦେଖି ସାଧାରଣରେ ହୃଦୟ କମ୍ପି ଉଠିଥିଲା । କୁହାଯାଉଛି ଯେ, ଲୋକଙ୍କୁ ଆତଙ୍କରେ ରଖିବା ପାଇଁ ମାଓବାଦୀମାନେ ଏହି ବର୍ବର ପନ୍ଥା ଆପଣାଉଛନ୍ତି । ପୋଲିସ ଇନଫର୍ମର୍ ନହେବା ପାଇଁ ଏହି ଘଟଣା ଜରିଆରେ ଲୋକଙ୍କୁ ଚେତାଇଛନ୍ତି ମାଓବାଦୀ ।

Advertisment

ଅଧିକ ପଢ଼ନ୍ତୁ: ବିସ୍ଫୋରଣରେ ଛିଡ଼ି ଯାଇଥିଲା ପାଟି, ଭୋଗୁଥିଲା ଯନ୍ତ୍ରଣା! ହେଲେ ହାରିଗଲା ..

ମାଓବାଦୀଙ୍କ କାର୍ଯ୍ୟକଳାପ କିପରି ପୋଲିସ ପାଖରେ ପହଞ୍ଚୁଛି, କିଭଳି ପୋଲିସ ମାଓବାଦୀଙ୍କର ଗତିବିଧି ଉପରେ ନଜର ରଖୁଛି, କେଉଁ ପନ୍ଥା ଆପଣାଇ ପୋଲିସ ମାଓବାଦୀଙ୍କର କାର୍ଯ୍ୟକଳାପ ଜାଣୁଛି, ଏହା ସହ ଲୋକଙ୍କୁ ଭୟଭୀତ କରିବାକୁ ମାଓବାଦୀମାନେ ଏହି ବର୍ବର ପନ୍ଥା ବାଛିଥିବା ଜଣାପଡ଼ିଛି ।

Advertisment

ପୂର୍ବରୁ ମଧ୍ୟ ମାଓବାଦୀମାନେ ଜଣେ ଛାତ୍ରଙ୍କୁ ହତ୍ୟା କରିଥିଲେ । ଏହା ସହ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ହତ୍ୟା କରିଥିଲେ । ଆଜି ମଧ୍ୟ ପୁଣି ଥରେ ଜଣେ ମହିଳାଙ୍କୁ ହତ୍ୟା କରିବା ସାଧାରଣରେ ଭୟ ସୃଷ୍ଟି କରିଛି । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ମାଓବାଦୀମାନେ ଦିନ ଦ୍ୱିପ୍ରହରରେ ଏଭଳି ବର୍ବରକାଣ୍ତ ଭିଆଇ ଚାଲିଛନ୍ତି ।

ତେବେ ଏହାକୁ ନେଇ ବିଜାପୁର ଏସ୍‌ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ଯେ, ଆଗକୁ ଆହୁରି ଅପରେସନ୍ କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କିଛିଦିନ ତଳେ ଏହା ମଧ୍ୟ କହିଥିଲେ ଯେ, ୨୦୨୭ ସୁଦ୍ଧା ମାଓବାଦୀଙ୍କୁ ନିର୍ମୂଳ କରାଯିବ । ସେଦିଗରେ ବିଚାର କରି ଅପରେସନ୍ ଆଗକୁ ଜୋରଦାର୍ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

ବର୍ତ୍ତମାନର ସୂଚନା ଅନୁସାରେ, ପୋଲିସ ତରଫରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି ।

ଅଧିକ ପଢ଼ନ୍ତୁ: ମାଣବସାରେ ଲକ୍ଷ୍ମୀ ସ୍ୱରୂପା ବୋହୂକୁ ମାରିଲେ ! ଶାଶୁ ଘର ଆଗରେ ଜଳିଲା ଜୁଇ

Murder Woman Maoist Chhattisgarh Bijapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ