Advertisment

Torture:ଥାନାରେ ଥାର୍ଡ ଡିଗ୍ରୀ ! ପୋଲିସ କଷ୍ଟଡିରେ ସୀମା ଟପିଲା ବର୍ବରତା

ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ ବେଡରେ ଚିକିତ୍ସିତ ହେଉଛନ୍ତି ବାଲିଚନ୍ଦ୍ରପୁର ଥାନା ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକ। ପୋଲିସ ବିରୋଧରେ ଆଣିଛନ୍ତି ଥାର୍ଡ ଡିଗ୍ରୀର ସଙ୍ଗୀନ ଅଭିଯୋଗ। ବଖାଣିଛନ୍ତି ଥାନାରେ ନିର୍ଯାତନାର କାହାଣୀ। ରବୀନ୍ଦ୍ର କହିଛନ୍ତି, ଘରୋଇ କଳିକୁ ନେଇ ୩ ତାରିଖରେ ଏତଲା ଦେବାକୁ ଯାଇଥିବା ବେଳେ ଅଟକ ରଖିଥିଲା ବାଲିଚନ୍ଦ୍ରପୁର ଥାନା ପୋଲିସ।

author-image
Manasranjan Mohanty
Torture

Torture

ଥାନାରେ ଥାର୍ଡ ଡିଗ୍ରୀ ! ପୋଲିସ କଷ୍ଟଡିରେ ସୀମା ଟପିଲା ବର୍ବରତା। ଜୋର ଜବରଦସ୍ତ ଦୋଷ ମାନିବାକୁ ବାଧ୍ୟ କଲେ। କଥା ନଶୁଣିବାରୁ ଥାନା ହାଜତରେ ଉଲଗ୍ନ କଲେ। ଅତ୍ୟାଚାର ଅସହ୍ୟ ହେବାରୁ ଥାନା ଭିତରେ ବିଷ ପିଇଦେଲେ ଯୁବକ। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ବିରୋଧରେ ଆସିଛି ଏମିତି ସାଂଘାତିକ ଅଭିଯୋଗ ।

Advertisment

ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ ବେଡରେ ଚିକିତ୍ସିତ ହେଉଛନ୍ତି ବାଲିଚନ୍ଦ୍ରପୁର ଥାନା ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକ। ପୋଲିସ ବିରୋଧରେ ଆଣିଛନ୍ତି ଥାର୍ଡ ଡିଗ୍ରୀର ସଙ୍ଗୀନ ଅଭିଯୋଗ। ବଖାଣିଛନ୍ତି ଥାନାରେ ନିର୍ଯାତନାର କାହାଣୀ। ରବୀନ୍ଦ୍ର କହିଛନ୍ତି, ଘରୋଇ କଳିକୁ ନେଇ ୩ ତାରିଖରେ ଏତଲା ଦେବାକୁ ଯାଇଥିବା ବେଳେ ଅଟକ ରଖିଥିଲା ବାଲିଚନ୍ଦ୍ରପୁର ଥାନା ପୋଲିସ। ହାଜତରେ ଉଲଗ୍ନ ହେବାକୁ ବାଧ୍ୟ କରିଥିଲେ ଓ ଜବରଦସ୍ତି ଉଲଗ୍ନ କରିଥିଲେ। ଧମକାଇଥିଲେ ଦୋଷ ମାନି ନିଅ। ତାଙ୍କ ଆଗରେ ଏକ ବିଷ ବୋତଲ ରଖିଥିଲା ପୋଲିସ। ଅତ୍ୟାଚାରରେ ଅତିଷ୍ଠ ହୋଇ ବିଷ ବୋତଲକୁ ଖୋଲି ପିଇ ଦେଇଥିବା କହିଛନ୍ତି ରବୀନ୍ଦ୍ର। ...

ସବୁଠୁ ବଡ଼ କଥା ଥାନା ଭିତରେ ଏତେକାଣ୍ଡ ହୋଇଥିଲେ ବି ରବୀନ୍ଦ୍ରଙ୍କ ପରିବାରକୁ କିଛି ବି ଜଣାଇ ନଥିଲା ପୋଲିସ। ଥରୁଟିଏ ଦେଖା କରିବାକୁ ବି ଦେଇ ନଥିଲା। ଏସସିବି ଆଣି ଚିକିତ୍ସା କରାଉଥିଲେ ବି ତିନି ଦିନ ଯାଏ ପରିବାରକୁ ଲୁଚାଇଥିଲା ପୋଲିସ। ଗତକାଲି ଏକଥା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ପରିବାର ଲୋକ। ପୋଲିସର ଏଭଳି କାମକୁ ନେଇ ନାନା ପ୍ରଶ୍ନ ଉଠୁଛି। କାହିଁକି ପରିବାର ଲୋକଙ୍କୁ ରବୀନ୍ଦ୍ରଙ୍କ ଅସୁସ୍ଥତା ବାବଦରେ ଜଣା ଯାଇ ନଥିଲା ପୋଲିସ ? ପ୍ରଥମ ଦିନରୁ ମିଛ କହୁଥିଲେ କଣ ପାଇଁ ? ହାଜତ ଭିତରେ କଣ ସତରେ ପୋଲିସ ବିଷ ବୋତଲ ରଖିଥିଲା ? ରବୀନ୍ଦ୍ର ବିଷ ପିଇବା ବେଳେ ପୋଲିସ କର୍ମଚାରୀ କରୁଥିଲେ କଣ ? କେହି କେମିତି ଦେଖିଲେନି କି ଅଟକାଇଲେନି ? ଅନ୍ୟପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ କୌଣସି ଥାର୍ଡ ଡିଗ୍ରୀ ଦିଆଯାଇ ନଥିବା କହିଛନ୍ତି। 

Advertisment

ଏପଟେ ଜଗତସିଂହପୁର ବିରିଡି ଥାନା ଅଧିକାରୀଙ୍କ ନାଁରେ ବି ଆସିଛି ଥାର୍ଡ ଡିଗ୍ରୀ ଅଭିଯୋଗ। ଥାନା ଭିତରେ ଅମାନୁଷିକ ଭାବରେ ମାଡ଼ ମରାଯାଇଥିବା ଅଭିଯୋଗ ଆଣିଛନ୍ତି ବାଲିଆ କୃତିବାସ ପାଟଣା ଗାଁର ପାର୍ଥସାରଥି ଦାସ। ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ ବି କରିଛନ୍ତି ପାର୍ଥସାରଥି।

ଅଭିଯୋଗ କରିଛନ୍ତି, ବ୍ଲକ କାର୍ଯ୍ୟାଳୟରୁ କୌଣସି କାମରେ ଫେରିବା ବାଟରେ କିଛି ଅସାମାଜିକ ତାଙ୍କୁ ମାଡ଼ ମାରିଥିଲେ। ଏତିକିବେଳେ ସେଠାରେ ଥିବା ବିରିଡି ଥାନା ଅଧିକାରୀ ଆକ୍ରମଣକାରୀଙ୍କୁ ଛାଡି ତାଙ୍କୁ ଥାନାକୁ ନେଇ ନିସ୍ତୁକ ପିଟିଥିଲେ। କଟକରେ ଚିକିତ୍ସିତ ହୋଇ ଫେରିବା ପରେ ପୋଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ କରିଛନ୍ତି ପାର୍ଥସାରଥି। ଏହି ଘଟଣାରେ ବିରିଡି ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜଗତସିଂହପୁର ଏସପି। ଘଟଣା ସମୟରେ ଥାନାରେ ସିସିଟିଭି ଅଚଳ ଦର୍ଶାଇବାକୁ ନେଇ ନୋଟିସ୍ ହୋଇଛି। 

କିଛି ଦିନ ତଳେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ପ୍ରତି ବ୍ୟବହାର ଭଲ କରିବା ଲାଗି ପୋଲିସକୁ ଆହ୍ବାନ ଦେଇଥିଲେ । ହେଲେ  ଯାଜପୁର ଓ ଜଗତସିଂହପୁର ଥାର୍ଡ ଡିଗ୍ରୀ ଅଭିଯୋଗ ପରେ କାଠଗଡ଼ାକୁ ଟାଣି ହୋଇଛି ପୋଲିସ। .

Torture
Advertisment
Related Articles
Advertisment