Advertisment

Fake Polic: କଟକରେ ନକଲି ପୋଲିସ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଠକୁଥିଲା ଅଭିଯୁକ୍ତ

ଚାକିରି କରାଇ ଦେବାକୁ କହି ଜିତାଂଶୁଙ୍କଠାରୁ ଗୁଣ୍ଡିଚା ହାତେଇ ନେଇଥିଲେ ଦେଢ଼ ଲକ୍ଷ ।ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିବାପରେ ଗୁଣ୍ଡିଚା ଦଳେଇକୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଏ

author-image
Santosh Kumar Sahoo
ନକଲି ପୋଲିସକୁ ସାବଧାନ !

ନକଲି ପୋଲିସକୁ ସାବଧାନ !

ଭୁବନେଶ୍ବର ପରେ କଟକରେ ବି ମାତିଛନ୍ତି ନକଲି ପୋଲିସ । ହୋମଗାର୍ଡ ଚାକିରୀ କରେଇ ଦେବାକୁ କହି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ନକଲି ପୋଲିସ ଇନ୍ସପେକ୍ଟର ଗିରଫ । ଅଭିଯୁକ୍ତ ଜଣଙ୍କ ହେଲେ ଗୁଣ୍ଡିଚା ଦଳେଇ । ନିଜକୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସର ଜଣେ ଇନ୍ସପେକ୍ଟରର ପରିଚୟ ଦେଇ ହୋମଗାର୍ଡ ଚାକିରୀ ପାଇଁ ଆଶାୟୀ ଥିବା ଜଣେ ଯୁବକ ଜିତାଂଶୁ ଶେଖର ପରିଡାଙ୍କୁ ଠକିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ବିଳମ୍ବିତ ରାତି ଯାଏଁ ଚାଲିଛି ବିଧାନସଭା, ରାତିରେ ବି ସରଗରମ ଆଲୋଚନା

ଚାକିରି କରାଇ ଦେବାକୁ କହି ଜିତାଂଶୁଙ୍କଠାରୁ ଗୁଣ୍ଡିଚା ହାତେଇ ନେଇଥିଲେ ଦେଢ଼ ଲକ୍ଷ ।ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିବାପରେ ଗୁଣ୍ଡିଚା ଦଳେଇକୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇ କଟକ ଡିସିପି କହିଛନ୍ତି, ଅଭିଯୁକ୍ତ ଜଣଙ୍କ ଏହିପରି ପୂର୍ବରୁ ବି ୩୦ରୁ ୪୦ ଜଣଙ୍କୁ ଠକିଛି । ଅଭିଯୁକ୍ତର ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୪ ଲକ୍ଷ ଟଙ୍କା ଫ୍ରିଜ କରାଯାଇଥିବାବେଳେ ତା ପାଖରୁ ନକଲି ପୋଲିସ ପୋଷାକ, ଟୋପି, ଫେକ୍ ଆଇଡି କାର୍ଡ, ଷ୍ଟାମ୍ପ, ମୋବାଇଲ ଫୋନ୍ ଆଦି ଜବତ କରାଯାଇଛି। ତେବେ କେବଳ ପୋଲିସ ନୁହେଁ, ଆରଆଇ ଅମିନ ଚାକିରି ପାଇଁ ବି ଅଭିଯୁକ୍ତ ଠକେଇ କରୁଥିବା ପୋଲିସ କହିଛି ।

Cuttack Commissionerate Police Job Fraud Fake Police
Advertisment
Advertisment