Man Kills Wife And Son: ବଢିଗଲା ଋଣ ଭାର; ପତ୍ନୀ ଏବଂ ପୁଅକୁ ମାରିବା ପରେ ନେଲେ ଏମିତି ନିଷ୍ପତ୍ତି..

ନିଜ ଆୟ ଅନୁସାରେ ଅଧିକ ବ୍ୟୟ କଲେ । ୯ ଲକ୍ଷ ଟଙ୍କା ଲୋନ୍ ନେବା ପରେ ଜଣେ ବ୍ୟକ୍ତି ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇଗଲେ । ନିଜ ପରିବାର ଲୋକଙ୍କୁ ଅତ୍ୟଧିକ ପରିମାଣର ନିଦ ବଟିକା ଦେଇ ଜୀବନରେ ମାରିଦେଲେ । ପରେ ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତ୍ତି ନେଇଥିଲେ ମଧ୍ୟ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ମର୍ମାହତ କରିଛି

କଥାରେ ଅଛି, ଯେତିକି ଚାଉଳ ସେତିକି ପିଠା । ଅର୍ଥାତ ଆମ ପାଖରେ ଯେତିକି ଅର୍ଥ ଅଛି, ଆମେ ସେତିକିରେ ଖୁସିରେ ଚଳିବା ଉଚିତ । କାରଣ ଆୟ ତୁଳନାରେ ଅଧିକ ଖର୍ଚ୍ଚ କଲେ ଏହାର କୁପରିଣତି ବେଳେ ବେଳେ ଅତ୍ୟନ୍ତ ଭୟଙ୍କର ହୋଇଥାଏ ।

ନିଜ ଆୟ ଅନୁସାରେ ଅଧିକ ବ୍ୟୟ କଲେ ।  ୯ ଲକ୍ଷ ଟଙ୍କା ଲୋନ୍ ନେବା ପରେ ଜଣେ ବ୍ୟକ୍ତି ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇଗଲେ । ନିଜ ପରିବାର ଲୋକଙ୍କୁ ଅତ୍ୟଧିକ ପରିମାଣର ନିଦ ବଟିକା ଦେଇ ଜୀବନରେ ମାରିଦେଲେ । ପରେ ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତ୍ତି ନେଇଥିଲେ ମଧ୍ୟ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ।  ତାଙ୍କ ପତ୍ନୀ ଏବଂ ୯ ବର୍ଷର ପୁଅର ଜୀବନ ଦୀପ ଲିଭି ଯାଇଛି । 

ଏଭଳି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ପୁନେ ସହରରେ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ମର୍ମାହତ କରିଛି । ପୁନେର ଚିଖଲି ଅଞ୍ଚଳର ଜଣେ ୪୫ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ୩୬ ବର୍ଷୀୟ ପତ୍ନୀ ଏବଂ ୯ ବର୍ଷର ପୁଅକୁ ନିଦ ବଟିକା ଦେଇ ହତ୍ୟା କରିଛନ୍ତି ।

ଅଧିକ ପଢ଼ନ୍ତୁ: କାହିଁକି ସୈଫ୍‌କୁ ହେଲା ଆଟାକ୍; ପ୍ରେସମିଟ୍‌ରେ ଖୁଲାସା କଲା ମୁମ୍ୱାଇ ପୋଲିସ

ଋଣ ପ୍ରଦାନ କରିଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବୈଭବ ହାଣ୍ଡେ ଏବେ ଚି଼କିତ୍ସାଧୀନ ଅଛନ୍ତି । ଏହି ବ୍ୟକ୍ତି ଜଣକ ଶନିବାର ସକାଳେ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ଅଧିକ ପରିମାଣର ନିଦ ବଟିକା ଦେବାପରେ ଉଭୟ ମୃତ୍ୟୁବରଣ କରିଥିଲେ ।  ଏହାପରେ ତାଙ୍କ ଆପାର୍ଟମେଣ୍ଟର ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଏହି ଘଟଣା ଘଟିବା ପୂର୍ବରୁ ବୈଭବ ନିଜର ୧୪ ବର୍ଷୀୟ  ବଡ ପୁଅକୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ । ଜୀବିତ ଥିବା ତାଙ୍କ ପୁଅର ମୋବାଇଲକୁ ନିଜର ଯୋଜନା ସମ୍ପର୍କରେ ମେସେଜ୍ ପଠାଇଥିଲେ ଏବଂ ସେହି ମେସେଜରୁ ଏଭଳି ରୋଚକ ଘଟଣା ସାମ୍ନାକୁ ଆସିଥିଲା । ସକାଳେ ଏହି ମେସେଜ୍ ପଢିବା ପରେ ତାଙ୍କ ପୁଅ ନିଜ ପରିବାର ପାଇଁ ବ୍ୟସ୍ତ ହୋଇ ନିଜ ପରିବାର ସମ୍ପର୍କରେ ଜାଣିବା ପାଇଁ ପଡୋଶୀଙ୍କୁ ଫୋନ କରିଥିଲା ।

ଏହାପରେ ପଡୋଶୀମାନେ ବାରମ୍ବାର କବାଟ ବାଡେଇଥିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ,ସେମାନେ ପୋଲିସ୍ କୁ ଖବର ଦେବାପରେ ପୋଲିସ ଆସି ବୈଭବଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଛି । ଅନ୍ୟପଟେ ପୋଲିସ୍ ଏହି ଘଟଣାର ଅଧିକ ତଦନ୍ତ କରିବା ସହ ଟଙ୍କା ଦେଇ ଅତ୍ୟଧିକ ସୁଧ ଆଦାୟ କରିବା ସହ ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ଅଧିକ ପଢ଼ନ୍ତୁ: ବିଶ୍ୱାସରେ ବିଷ ଦେଲା ପ୍ରେମିକା, ଖାଦ୍ୟରେ ବିଷ ଦେଇ ମାରିଲା ପ୍ରେମିକ