/odishatv-khabar/media/post_attachments/uploadimage/library/16_9/16_9_0/murder_1684991606.jpg)
murder
ସ୍ତ୍ରୀକୁ ହାଣି ଦୁଇ ଗଡ଼ କରିଦେଲା ସ୍ୱାମୀ । ଜମିରେ ପଡ଼ିଛି ମୁଣ୍ଡ ବିହୀନ ଶରୀର, ଘର ଦାଣ୍ଡରେ କଟାମୁଣ୍ଡ । ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ଏଭଳି କାଣ୍ଡ କରିଛି ଜହ୍ଲାଦ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗାଁ । ଖବର ପାଇବା ପରେ କାଶୀନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା, ପ୍ରଥମେ ଶ୍ୱାସରୁଦ୍ଧ କଲା, ତା’ ପରେ ତଣ୍ଟି କାଟିଦେଲା
ସୂଚନା ଅନୁସାରେ, ଆଜି ସକାଳେ ସ୍ୱାମୀସ୍ତ୍ରୀ ଦୁହେଁ ମିଶି ଚାଷଜମିକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି କାରଣର ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେଇଥିଲା । ଫଳରେ ଉତକ୍ଷିପ୍ତ ସ୍ୱାମୀ ଚନ୍ଦ୍ରଶେଖର କାର୍ଯି ଧରିଥିବା କଟୁରିରେ ସ୍ତ୍ରୀ ଉର୍ମିଳା କାର୍ଯିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା । ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଘରକୁ ଆସିଥିଲା ।
#ସ୍ତ୍ରୀକୁ_ହାଣିଦେଲା_ସ୍ବାମୀ
-ପାରଳାଖେମୁଣ୍ଡି: ସ୍ତ୍ରୀକୁ ହାଣି ମୁଣ୍ଡ, ଗଣ୍ଡି ଅଲଗା କଲା ସ୍ବାମୀ
-କାଶୀନଗର ଥାନା ସାରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ
-ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା
-ଜମିରେ ପଡ଼ିଛି ମୁଣ୍ଡ ବିହୀନ ଶରୀର, ଘର ଦାଣ୍ଡରେ କଟାମୁଣ୍ଡ#Paralakhemundi#OTVpic.twitter.com/mvk5bgaqFW— ଓଟିଭି (@otvkhabar) May 25, 2023
ଖବର ପାଇ କାଶୀନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବେ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି । ଚନ୍ଦ୍ରଶେଖର ଏବଂ ଉର୍ମିଳାଙ୍କ ବିବାହକୁ ୪ ବର୍ଷ ହୋଇଯାଇଥିଲେ ସୁଦ୍ଧା ସବୁବେଳେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)