Advertisment

ସୁରତରେ ଭୁବନେଶ୍ୱର ଯୁବତୀଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା: ପ୍ରେମିକାକୁ ୪୯ ଥର ଛୁରୀରେ ଆକ୍ରମଣ କଲା ପ୍ରେମିକ

ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡ ମନରୁ ନଲିଭୁଣୁ ପୁଣି ସମାନ ଅପରାଧ ସୁରତରେ ଘଟିଛି। ଗର୍ଲଫ୍ରେଣ୍ଡ୍‌ ବିବାହ ପାଇଁ ବାଧ୍ୟ କରିବାରୁ ଅତି ନିର୍ମମ ଭାବେ ହତ୍ୟା କରିଛି ବୟଫ୍ରେଣ୍ଡ୍।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Surat Murder Case

Man kills girlfriend from Odisha in Surat, arrested

ଯାହାକୁ ନିଜଠୁ ଅଧିକ ବିଶ୍ୱାସ କରିଥିଲେ, ଯାହାପାଇଁ ପରିବାର ଛାଡ଼ି ଚାଲି ଆସିଥିଲେ...ଦିନେ ସେ ହିଁ ଜୀବନ ନେଇଗଲା। ଗୁଜରାଟ ସୁରତରେ ଦିଲ୍ଲୀ ଶ୍ରଦ୍ଧା ୱାକର୍ ଘଟଣା ରିପିଟ୍। ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡ ମନରୁ ନଲିଭୁଣୁ ପୁଣି ସମାନ ଅପରାଧ ସୁରତରେ ଘଟିଛି। ଗର୍ଲଫ୍ରେଣ୍ଡ୍‌ ବିବାହ ପାଇଁ ବାଧ୍ୟ କରିବାରୁ ଅତି ନିର୍ମମ ଭାବେ ହତ୍ୟା କରିଛି ବୟଫ୍ରେଣ୍ଡ୍। ସୁରତରେ ଓଡ଼ିଆ ଯୁବତୀ ଲୁନି ଦାସଙ୍କୁ ଜହ୍ଲାଦ ପ୍ରେମିକ ଜଗନ୍ନାଥ ଗୌଡ଼ ହତ୍ୟା କରିଥିବା ସୂଚନା ମିଳିଛି।

Advertisment

ଗତ ୧୫ ଦିନ ପୂର୍ବେ ସୁରତ ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଖରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ୫୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଓ କଲ୍ ନେଟୱର୍କର ତଦନ୍ତ ପରେ ଅଭିଯୁକ୍ତ ପ୍ରେମିକ ଜଗନ୍ନାଥ ଧରାପଡ଼ିଛି। ସୂଚନା ଅନୁସାରେ, ଭୁବନେଶ୍ୱର ରେ ରହୁଥିବା ଲୁନିଙ୍କ ସହ ଜଗନ୍ନାଥର ଗତ ୩ ବର୍ଷ ଧରି ସମ୍ପର୍କ ଥିଲା। ଏପରିକି ଲୁନି ନିଜ ପରିବାର ଛାଡ଼ି ଜଗନ୍ନାଥ ପାଖକୁ ଚାଲି ଆସିଥିଲେ। 

ଅଧିକ ପଢ଼ନ୍ତୁ: ୟୁପିରେ ଦିଲ୍ଲୀ ଷ୍ଟାଇଲ୍‌ ମର୍ଡର, ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ପ୍ରେମିକ

Advertisment

ତେବେ ବିବାହ ପାଇଁ ଲୁନି ବାରମ୍ବାର ଜଗନ୍ନାଥକୁ ବାଧ୍ୟ କରିବାରୁ ଶେଷରେ ସେ ଲୁନିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ସପ୍ତାହ ପୂର୍ବେ ଜଗନ୍ନାଥ ଭୁବନେଶ୍ୱର ଯାଇ ଲୁନିକୁ ସୁରତ ଆଣିଥିଲେ। ଉଭୟ ପୁରୀ-ଅହମ୍ମଦାବାଦ୍ ଟ୍ରେନ୍‌ରେ ସୁରତ ଆସିଥିଲେ। ଯୋଜନା ମୁତାବକ, ନିଛାଟିଆ ଜାଗାକୁ ନେଇ ଧାରୁଆ ଅସ୍ତ୍ରରେ ଲୁନିଙ୍କୁ ହାଣି ହତ୍ୟା କରିଥିଲା ଜଗନ୍ନାଥ। ଜଗନ୍ନାଥର ରାଗ ଏତେ ଥିଲା ଯେ, ନିଜ ପ୍ରେମିକାକୁ ୪୯ ଥର ଛୁରୀରେ ଆକ୍ରମଣ କରିଥିଲା। ଏବେ ପୋଲିସ୍ ଅଭିଯୁକ୍ତ ଜଗନ୍ନାଥକୁ ଗିରଫ କରି ଅଧିକ ତଦନ୍ତ କରୁଛି।

Murder Murder Case
Advertisment
Advertisment