Advertisment

Wife in Suitcase: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ

ପୁଣି ସଇତାନ୍ ସାଜିଲା ସ୍ବାମୀ । ସ୍ତ୍ରୀକୁ ମାରି ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଫେରାର ହୋଇଗଲା। ବେଙ୍ଗାଲୁରୁରେ ଘଟିଛି ଲୋମହର୍ଷକ ହତ୍ୟାକାଣ୍ଡ । ମୃତକ ହେଲେ ୩୨ ବର୍ଷୀୟା ଗୌରୀ ଅନୀଲ ସମ୍ବରକର୍ । ଅଭିଯୁକ୍ତ ସ୍ବାମୀ ରାକେଶ ରାଜେନ୍ଦ୍ର ଖେଡ଼କରକୁ ପୁଣେରୁ ଗିରଫ କରିଛି ପୋଲିସ । ନିଆଁ ହୋମକୁ ସାକ୍ଷୀ ରଖି ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିବା ହାତ ଶେଷରେ ହତ୍ୟା କରିଛି।

ଅଦ୍ୟତନ ହୋଇଛି
suitcase

suitcase

Advertisment

ପୁଣି ସଇତାନ୍ ସାଜିଲା ସ୍ବାମୀ । ସ୍ତ୍ରୀକୁ ମାରି ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଫେରାର ହୋଇଗଲା। ବେଙ୍ଗାଲୁରୁରେ ଘଟିଛି ଲୋମହର୍ଷକ ହତ୍ୟାକାଣ୍ଡ । ମୃତକ ହେଲେ ୩୨ ବର୍ଷୀୟା ଗୌରୀ ଅନୀଲ ସମ୍ବରକର୍ । ଅଭିଯୁକ୍ତ ସ୍ବାମୀ ରାକେଶ ରାଜେନ୍ଦ୍ର ଖେଡ଼କରକୁ ପୁଣେରୁ ଗିରଫ କରିଛି ପୋଲିସ । ନିଆଁ ହୋମକୁ ସାକ୍ଷୀ ରଖି ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିବା ହାତ ଶେଷରେ ହତ୍ୟା କରିଛି। ହତ୍ୟା କରିବା ପରେ ଏକ ସୁଟକେସରେ ଭର୍ତ୍ତି କରି ଚମ୍ପଟ ମାରିଥିଲା। ପୋଲିସ ସୂଚନା ଅନୁସାରେ ଦୁଇ ବର୍ଷ ତଳେ ଗୌରୀଙ୍କୁ ବିବାହ କରିଥିଲେ ରାକେଶ । ରାକେଶ ଏକ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିଲେ ।

Advertisment

ଅଧିକ ପଢନ୍ତୁ: ପୁଟିନ୍‌ଙ୍କୁ ମାନସିକ ରୋଗୀ କହିଥିଲେ ମଡେଲ : ଏକ ବର୍ଷ ପରେ ସୁଟକେସରୁ ମିଳିଲା ମୃତଶରୀର

ଚାକିରି ଚାଲିଯାଇଥିବାରୁ ଏକ ନୂଆ ଚାକିରି ସନ୍ଧାନରେ ଥିଲେ ଗୌରୀ । ପରିବାରରେ ଆର୍ଥିକ ଅନଟନ ଯୋଗୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଗତ ୨୫ ତାରିଖ ରାତିରେ ଡାଇନିଂ ଟେବୁଲରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ଏଥିରେ ଉତ୍ତ୍ୟକ୍ତ ହୋଇ ଛୁରୀ ଭୁସି ସ୍ତ୍ରୀଙ୍କୁ ହତ୍ୟା କରିଥିଲା ରାକେଶ । ପରେ ଟ୍ରଲି ବ୍ୟାଗରେ ମୃତଦେହ ରଖି ଫେରାର ହୋଇଯାଇଥିଲା । ସ୍ତ୍ରୀଙ୍କ ବାପଘରକୁ ଫୋନ୍ କରି ହତ୍ୟା କରିଥିବା କଥା ସ୍ବୀକାର କରିଥିଲା ଅଭିଯୁକ୍ତ ।

Advertisment

ପୋଲିସ ମାମଲାର ତଦନ୍ତ କରି ପୁଣେରୁ ଅଭିଯୁକ୍ତକୁ ଗିରଫ କରିଛି । ଏକ କାର ଭିତରେ ଅଚେତ ଅବସ୍ଥାରେ ରହିଥିଲା ରାକେଶ। ସ୍ତ୍ରୀକୁ ମାରିବା ପରେ ସେ ବିଷ ପିଇଦେଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି ।

ତାଙ୍କ ସ୍ବାମୀ ରାକେଶ ରାଜେନ୍ଦ୍ର ଖେଡେକର ଅପରାଧ କରିବା ପରେ ଅର୍ଥାତ୍‌ ଗୌରୀଙ୍କୁ ହତ୍ୟା କରିବା ପରେ ପୁଣେ ପଳାଇ ଯାଇଥିଲେ, ଯେଉଁଠାରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ପୋଲିସ କହିଛି। ହତ୍ୟା ମାମଲାରେ ତାଙ୍କୁ ଅଟକ ରଖାଯାଇଛି। ବର୍ତ୍ତମାନ, ସେ ପୁଣେର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Advertisment

ବେଙ୍ଗାଲୁରୁ ପୋଲିସ କମିଶନର ବି. ଦୟାନନ୍ଦ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ‘ଅଭିଯୁକ୍ତଙ୍କୁ ପୁଣେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ସେ ବିଷ ପିଇ ଦେଇଥିଲେ। ବେଙ୍ଗାଲୁରୁ ପୋଲିସର ଦୁଇଟି ଟିମ ପୁଣେ ପୋଲିସ ସହିତ ଯୋଗାଯୋଗରେ ରହିଛି। ହସ୍ପିଟାଲରୁ ଡିସଚାର୍ଜ କରାଯିବା ମାତ୍ରେ ତାଙ୍କୁ ପଚରାଉଚରା ପାଇଁ ଏଠାକୁ ଅଣାଯିବ। ହତ୍ୟା ପଛରେ ବୈବାହିକ ବିବାଦ କାରଣ ବୋଲି କୁହାଯାଉଛି।

ଅଧିକ ପଢନ୍ତୁ: ସୁଟକେସରୁ ଝିଟିପିଟି, କଇଁଛ ସମେତ ୧୦୯ ପ୍ରାଣୀ ଉଦ୍ଧାର : ଥାଇଲାଣ୍ଡରେ ଦୁଇ ଭାରତୀୟ ମହିଳା ଗିରଫ

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ