• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଶାଚ ପାଲିଟିଲା ପ୍ରେମିକ । ଯେଉଁ ମଣିଷ ସହିତ ସାତ ଜନ୍ମ ସାଥୀ ହୋଇ ଏକାଠି ରହିବାକୁ ସ୍ୱପ୍ନ ଦେଖୁଥିଲେ, ମାଡ଼ ମାରି ସେ ଅଭିନେତ୍ରୀଙ୍କ ମୁହଁ, ଦେହ ସବୁ ଫୁଲେଇ ଦେଇଛି । ମାଲାୟଲମ୍ ଅଭିନେତ୍ରୀ ଅନିକା ବିକ୍ରମନଙ୍କ ଫଟୋ ସବୁ ସତ କଥା କହୁଛି । ତାଙ୍କୁ ତାଙ୍କ ପ୍ରେମିକ ଏପରି ମାଡ଼ ମାରିଛନ୍ତି ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ୁଛି । ସୁନ୍ଦର ଚେହେରା କଳା ପଡ଼ିଯାଇଛି । ଶରୀର ସାରା କଳା କଳା ଦାଗ । ଆଉ ସେହି ସବୁ ଫଟୋ ସେୟାର କରି ଫ୍ୟାନ୍ସଙ୍କ ନିକଟରେ ନିଜ ଦୁଃଖ ବଖାଣିଛନ୍ତି ଅଭିନେତ୍ରୀ ।

ଅନିକା ବିକ୍ରମନ ମାଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ଚେହେରା । ଗତ କିଛି ବର୍ଷ ଧରି ଅନୁପ ପିଲ୍ଲାଇ ନାମକ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ପ୍ରଥମେ ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା . . . ମାତ୍ର ଧୀରେ ଧୀରେ ଅନୁପର ପ୍ରକୃତ ଚେହେରା ସାମ୍ନାକୁ ଆସିଥିଲା । କଥା କଥାକେ ଅନିକାଙ୍କ ଉପରକୁ ହାତ ଉଠାଉଥିଲା । ଆଉ ତା’ପରେ କନ୍ଦାକଟା କରି ଅଭିନେତ୍ରୀଙ୍କୁ ବୁଝାଇ ନେଉଥିଲା । ପରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଗଲା । ଶେଷରେ ଏସବୁ ଅସହ୍ୟ ହେବା ପରେ ଅନିକା ଟ୍ୱିଟ କରି ସବୁ କଥା ଖୋଲି କହିଛନ୍ତି ।

ଗତ କିଛି ବର୍ଷ ଧରି ଅନୁପ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ପ୍ରଥମେ ଅନିକାଙ୍କୁ ଚେନ୍ନାଇରେ ପିଟି ପିଟି ଲହୁଲୁହାଣ କରି ଦେଇଥିଲେ । ହେଲେ ଥାନାରେ ଅଭିଯୋଗ କରିବାକୁ କହିବାରୁ ସେ ପାଦ ତଳେ ପଡ଼ି କ୍ଷମା ମାଗିଥିଲେ । ବଦଳିଗଲେ ଭାବି ଅନିକା ତାଙ୍କୁ କ୍ଷମା କରିଦେଇଥିଲେ । କାରଣ ସେ ଅନୁପଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଅନୁପର ବିକୃତ ମାନସିକତାରେ ଆଦୌ ପରିବର୍ତ୍ତନ ହୋଇନଥିଲା । ବେଙ୍ଗାଲୁରରେ ବି ସେ ସମାନ ଭାବେ ଆକ୍ରମଣ କରିଥିଲା ।

ନିର୍ଯାତନା ଅସହ୍ୟ ହେବାରୁ ଥାନାରେ ଅଭିଯୋଗ କରିଥିଲେ ଅଭିନେତ୍ରୀ । ହେଲେ ଲାଞ୍ଚ ଦେଇ ସେ ପୋଲିସ୍‌ର ମୁହଁ ବନ୍ଦ କରିଦେଇଥିଲେ । ମାଡ଼ ମାରି ମୁହଁ ଫୁଲାଇ ଦେବା ପରେ ବି ତା’ର ମନ ଶାନ୍ତି ହେଲାନି, ଧମକ ଦେବାରେ ଲାଗିଲା । ଏପରି ଯୁବକ ସହ ଜୀବନ କାଟି ହେବନି ଭାବି ସେ ଅନୁପ ସହ ବ୍ରେକଅପ୍‌ କରିଥିଲେ ।

ହେଲେ ଏବେ ପୁଣି ତାଙ୍କ ପାଖକୁ ଧମକପୂର୍ଣ୍ଣ କଲ୍‌ ଆସୁଛି । ଅନିକା ଓ ତାଙ୍କ ପରିବାରକୁ ଅପମାନିତ କରାଯାଉଥିବା କଥା ସେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ତେବେ ଏସବୁ କଥାକୁ ପଛରେ ଛାଡ଼ି ସେ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ପୁଣି ଥରେ ପରଦାକୁ ଫେରିବାକୁ ଚାହୁଁଥିବା ଟ୍ୱିଟ କରି କହିଛନ୍ତି ଅନିକା ।