Advertisment

Triple Talaq: ମହଙ୍ଗା ପଡ଼ିଲା ପୋଲିସକୁ ପ୍ରଶଂସା; ମହିଳାଙ୍କୁ ତିନି ତଲାକ୍ ଦେଇଦେଲେ ସ୍ୱାମୀ

ସମ୍ୱଲ ହିଂସାର ଭିଡିଓ ଦେଖି ପୋଲିସକୁ ପ୍ରଶଂସା କରିଥିଲେ ମହିଳା। ସ୍ୱାମୀ ‌ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତିନି ତଲାକ ଦେଇଥିଲେ। ଏନେଇ ମହିଳାଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Triple Talaq

Triple Talaq

Advertisment

ପୋଲିସକୁ ପ୍ରଶଂସା କରିବା ପଡ଼ିଲା ମହଙ୍ଗା। ତିନି ତଲାକ ଦେଇଦେଲେ ସ୍ୱାମୀ। ଉତ୍ତରପ୍ରଦେଶର ସମ୍ୱଲରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମହିଳା ଜଣକ ସମ୍ୱଲରେ ହୋଇଥିବା ହିଂସା ନେଇ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହାକୁ ସଠିକ ବୋଲି କହିଥିଲେ। ଏଥିରେ ସ୍ୱାମୀ ରାଗିଯାଇ ତାଙ୍କୁ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଏନେଇ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଏସଏସପି ମହିଳା ପୋଲିସ ଷ୍ଟେସନର SHOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, କାଟଗର ପୋଲିସ ଷ୍ଟେସନ ଅଞ୍ଚଳର ମହିଳା ତିନି ତଲାକ ନେଇ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ପୂର୍ବରୁ ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ପୀଡିତା ଜଣାଇଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ୨୦୨୧ ମସିହାରେ ସେ କାଟଗରର ଲଜପତ ନଗରରେ ରହୁଥିବା ଜଣେ ଯୁବକଙ୍କ ସହ ସଂପର୍କରେ ଆସିଥିଲେ। ସେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ଥାନାରେ ମାମଲା ହୋଇଥିଲା। ବାଧ୍ୟ ହୋଇ ଯୁବକ ଜଣକ ମହିଳାଙ୍କୁ ବିବାହ କରିଥିଲେ।

ମହିଳା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ବିବାହ ପରେ ସେ ତାଙ୍କ ଶାଶୁ ଘରେ ଯୌତୁକ ନିର୍ଯାତନାର ଶିକାର ହୋଇଥିଲେ। କେବଳ ଏତିକି ନୁହେଁ, ତାଙ୍କ ସ୍ୱାମୀ ପିଲାମାନଙ୍କୁ ଅନେକ ଥର ନିର୍ଯାତନା ଦେଇଥିଲେ। ତାଙ୍କ ଦେଢଶୁର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପୀଡିତା କହିଛନ୍ତି ଯେ ଗତ ବର୍ଷ ଡିସେମ୍ବର ୩୧ରେ ତାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏହାର ବର୍ଷକ ପରେ ଅର୍ଥାତ ଚଳିତମାସ ଡିସେମ୍ୱର ୪ରେ ମହିଳାଜଣକ ସ୍ୱାମୀଙ୍କୁ ଭେଟିବାକୁ ଘରକୁ ଆସିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଲଣ୍ଡନରୁ ଭିଡିଓ ପଠାଇ ତିନି ତଲାକ୍‌ ଦେଲା NRI ସ୍ୱାମୀ !

ଖାଲି ସମୟରେ ସେ ମୋବାଇଲରେ ୟୁଟ୍ୟୁବରେ ସମ୍ୱଲ ହିଂସା ସହ ଜଡିତ ଭିଡିଓ ଦେଖୁଥିଲେ। ପୀଡିତା ପୋଲିସର କାର୍ଯ୍ୟକୁ ପ୍ରଶଂସା କରି କହିଥିଲେ, ଯଦି କେହି ପୋଲିସ ଉପରକୁ ପଥର ଫିଙ୍ଗନ୍ତି ତେବେ ପୋଲିସର ମଧ୍ୟ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସ୍ୱାମୀ ତାଙ୍କୁ ଭିଡିଓ ବନ୍ଦ କରିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଜୋର ଧରିଥିଲା। ହଠାତ ସ୍ୱାମୀ ରାଗିଯାଇ ତାଙ୍କୁ ତିନି ତଲାକ୍ ଦେଇଥିଲେ। ପରେ ପୀଡିତା ଏସଏସପି କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସଏସପି ମହିଳା ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସଙ୍ଗରେ ଆଇନ ବିଶେଷଜ୍ଞମାନେ କହିଛନ୍ତି ଯେ ସମ୍ବିଧାନର ଧାରା ୧୯ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି। ଯେକୌଣସି ବ୍ୟକ୍ତି କାହାକୁ ସମାଲୋଚନା କିମ୍ବା ପ୍ରଶଂସା କରିପାରିବେ। ଯଦି ହିଂସା ଘଟଣାରେ ପୋଲିସକୁ ସମର୍ଥନ କରି ଜଣେ ମହିଳାଙ୍କୁ ଛାଡପତ୍ର ଦିଆଯାଏ, ତେବେ ଏହା ତାଙ୍କ ସାମ୍ବିଧାନିକ ଅଧିକାର ବିରୁଦ୍ଧ ଅଟେ। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

Advertisment

ଅଧିକ ପଢ଼ନ୍ତୁ: ଯୌତୁକରେ କାର ଦେଲେନି, ବାହା ମଣ୍ଡପରେ ହିଁ ୩ ତଲାକ୍ ଦେଲା ପୁଅ !

Police Uttar Pradesh Triple Talaq Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ