Advertisment

ଯୌତୁକରେ କାର ଦେଲେନି, ବାହା ମଣ୍ଡପରେ ହିଁ ୩ ତଲାକ୍ ଦେଲା ପୁଅ !

ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଆସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Teen Talaq

Teen Talaq

ସମାଜ ଯେତେ ସଭ୍ୟତା ଆଡକୁ ଯାଉଥିଲେ ମଧ୍ୟ କୋଉଠି ନା କୋଉଠି କୁସଂସ୍କାର ରହିଯାଉଛି। ଯୌତୁକ ଭଳି ଘୃଣ୍ୟ ପ୍ରଥା ଧୀରେ ଧୀରେ ଦେଶରୁ ଶେଷ ହେଉଥିଲେ ମଧ୍ୟ ଆଜି ବି କିଛି ଲୋକ ସେମାନଙ୍କର ନିମ୍ନ ମାନସିକତାରୁ ବାହାରି ପାରି ନାହାଁନ୍ତି। ଆଜି ମଧ୍ୟ ଯୌତୁକ ଦାବି କରି କିଛି ଲୋକ ନିଜର ସମ୍ମାନ ହ୍ରାସ କରୁଥିବା ଦେଖାଯାଏ।

Advertisment

ଯୌତୁକ ପ୍ରଥାକୁ ସଭ୍ୟ ସମାଜଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ବିରୋଧ କରାଯାଉଛି । ସମସ୍ତେ ଯୌତୁକ ପ୍ରଥା ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ଏମିତିକି ଏହାକୁ ରୋକିବାକୁ ଅନେକ ଚେଷ୍ଟା କରାଯାଉଛି । ହେଲେ ଏବେ ସୁଦ୍ଧା ବି ଏହି ମିଶନ ବିଫଳ । ଏବେ ବି ସମାଜରେ ଯୌତୁକ ପ୍ରଥା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବୁ ତାହା ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ସଭ୍ୟ ସମାଜର ଜଣେ ବ୍ୟକ୍ତି କେବେ ବି ଏତେ ଯୌତୁକ ଲୋଭି ହୋଇପାରିବ କି ? ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସିବ ।

ପୁରା ଘଟଣାଟି ହେଲା, ବିବାହ ସ୍ଥିର ହେବା ପରେ ଯୌତୁକରେ କାର୍‌ ଦାବି କରିଥିଲେ ପୁଅ ଘର ଲୋକ । ଆଉ ବାହାଘରର କିଛି ସମୟ ଭିତରେ କାର୍ ନମିଳିବାରୁ ପତ୍ନୀଙ୍କୁ ତଲାକ ଦେଲେ ସ୍ୱାମୀ । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ ।

Advertisment

ଯୌତୁକରେ କାର୍ ନମିଳିବାରୁ ବାହାଘରର ମାତ୍ର ୨ ଘଣ୍ଟା ପରେ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେଇଥିଲେ ସ୍ୱାମୀ । ଏନେଇ ଗତକାଲି ତଥା ଶୁକ୍ରବାର  ଉକ୍ତ ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ନାଁ ମହମ୍ମଦ ଆସିଫ ବୋଲି ଜଣାପଡ଼ିଛି । ଝିଅର ଭାଇ କମରନ ୱାସି କହିଛନ୍ତି, ଗୋଟିଏ ଦିନରେ ମୋର ଦୁଇ ଭଉଣୀ ଡଲି ଓ ଗୌରୀଙ୍କ ବାହାଘର ଆଗ୍ରାର ଫତେହାବାଦ ରୋଡ୍ ସ୍ଥିତ ଏକ ମଣ୍ଡପରେ ହୋଇଥିଲା। ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଆସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ମହମ୍ମଦ ଅସିଫ ଯୌତୁକରେ କାର୍ ମାଗିଥିଲେ। ବାହାଘର ହେବାକୁ ଥିବା ସ୍ଥାନରେ କାର୍ ଆଣି ରଖିବାକୁ ସେ କହିଥିଲେ। କାର୍ ନଦେଲେ ବାହାଘର ଶେଷ ହେବା ମାତ୍ରେ ନଗଦ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମହମ୍ମଦ ଆସିଫଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଡଲିଙ୍କ ଘର ଲୋକେ ଏଥିପାଇଁ ରାଜି ହୋଇଥିଲେ। କିନ୍ତୁ କାର୍‌ କି ଟଙ୍କା ନ ମିଳିବାରୁ ରାଗି ଯାଇଥିଲେ ଆସିଫ।

ଅତି ଅଳ୍ପସମୟ ମଧ୍ୟରେ କାର୍ କିମ୍ବା ୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ସମ୍ଭବ ହୋଇପାରିଲାନି ବୋଲି ଡଲିଙ୍କ ପରିବାର ଲୋକେ ଆସିଫଙ୍କୁ କହିଥିଲେ। କିନ୍ତୁ ଆସିଫ କିଛି ଶୁଣି ନଥିଲେ। ସେ ସେହି ବାହାଘର ମଣ୍ଡପରେ ଡଲିଙ୍କୁ ତିନି ଥର ତଲାକ କହି ତାଙ୍କ ପରିବାର ଲୋକଙ୍କ ସହିତ ପଳାଇଯାଇଥିଲେ । ଏହି ଘଟଣାକୁ ନେଇ ଅସିଫ ଓ ଆଉ ୬ ଜଣଙ୍କ ନାଁରେ ଡଲିଙ୍କ ଭାଇ କମରନ ୱାସି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଝିଅ ଘର ଲୋକ ଦାବି କରିଛନ୍ତି ।

Triple Talaq Dowry
Advertisment
Advertisment