• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରକୀୟା ପ୍ରୀତି ସନ୍ଦେହରେ ଚାଲିଗଲା ଜୀବନ । ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟିପିଟି ହତ୍ୟା କଲେ ମହିଳା । ଭଦ୍ରକ ର ପୀରହାଟ ଥାନା ଦୌଲତପୁର ଗାଁରେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୁମୂର୍ଷୁ ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ପରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ପାରିବାରିକ କଳହରୁ ସ୍ତ୍ରୀ ତାଙ୍କୁ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି । ସମସ୍ତେ ଅଭିଯୁକ୍ତ ଏବେ ଫେରାର ଅଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ବାବୁଆ ଦାସ ।

ସୂଚନା ଅନୁଯାୟୀ ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ସମୟରେ ମତାନ୍ତର ହୋଇ ଝଗଡା ହୁଏ । ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ସ୍ୱାମୀ ପାଖରେ ନରହି ତାଙ୍କ ବାପ ଘରେ ରହୁଥିଲେ । ଗତକାଲି ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିବା ବେଳେ ହଠାତ ତାଙ୍କ ସ୍ତ୍ରୀ,୩ ପୁଅ ଓ ଝିଅ ମିଶି ତାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇ ପଡ଼ିଥିଲେ ।

ଅଧିକ ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି : ରାଜଧାନୀରେ ସ୍ତ୍ରୀକୁ ପିଟିପିଟି ହତ୍ୟା

ଆଉ ତା’ପରେ ସମ୍ପର୍କୀୟ ମଣ୍ଟୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି ମେଡିକାଲ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣାରେ ପରେ ମୃତକଙ୍କ ମାଆ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଛାନଭିନ୍‌ ଆରମ୍ଭ କରିଛି ପୋଲିସ୍‌ । ପରକୀୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ ।

(ରିପୋର୍ଟ-ପାର୍ଥସାରଥୀ ନାୟକ, ଭଦ୍ରକ)