ବୋହୂର ନାକ କାଟିଦେଲା ଶ୍ବଶୁର। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ। ମିଳିଥିବା ସୂଚନା ମୁତାବକ, ନାତୁଣୀ ଛୁରି ଧରି ଖେଳୁଥିବା ବେଳେ ଶ୍ବଶୁର ଅମର ନାୟକ ଏହାକୁ ଆପତ୍ତି ଉଠାଇବା ସହ ନାତୁଣୀକୁ ପିଟିଥିଲେ। ଏହି ଘଟଣାକୁ ନେଇ ବୋହୂ ଓ ଶ୍ବଶୁର ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ରାଗି ଯାଇ ନାତୁଣୀ ଧରିଥିବା ଛୁରୀରେ ବୋହୂର ନାକ କାଟି ଦେଇଥିଲେ ଅଭିଯୁକ୍ତ ଶ୍ବଶୁର।
ଅଧିକ ପଢନ୍ତୁ : ୮୭ ବର୍ଷର ଶ୍ୱଶୁରକୁ ନିର୍ମମ ଭାବେ ପିଟିଲା ବୋହୂ; ଭିଡ଼ିଓ ଦେଖିଲେ କହିବେ...
Also Read
ଗୁରୁତର ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ଶ୍ବଶୁରଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।
#ବୋହୂର_ନାକ_କାଟିଲା_ଶ୍ବଶୁର !
— ଓଟିଭି (@otvkhabar) August 5, 2024
ଆଠଗଡ଼: ଶ୍ବଶୁର ଛୁରା ମାଡ଼ରେ କଟିଲା ବୋହୂର ନାକ ।ଗୁରୁଡିଝାଟିଆ ଥାନା ଗୋବରା ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଶ୍ବଶୁର ଛୁରାମାଡ଼ କରିଥିବା ଅଭିଯୋଗ । ଅଭିଯୁକ୍ତ ଶ୍ବଶୁରକୁ ଅଟକ ରଖିଲା ଗୁରୁଡିଝାଟିଆ ପୋଲିସ#Athagarh #OTV pic.twitter.com/6InInlvgpq
ସେମିତି ଆଉ ଏକ ଅଭାବନୀୟ ଘଟଛି । ବାଲଟିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ପାରିବାରିକ କଳହର ଏପରି କିଛି କରୁଣ ପରିଣତି ଦେଖିବାକୁ ମିଳିଛି ବାଲେଶ୍ବର ଜଳେଶ୍ବର ଥାନା ବାଣିଦା ଗାଁରେ।
ସୂଚନା ଅନୁଯାୟୀ ବାଣିଦା ଗାଁର ସଞ୍ଜୟ ମହାନ୍ତି ଓ କବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଆଜି ସକାଳୁ ଉତ୍ୟକ୍ତ ହୋଇ ବାଲଟିରେ ସ୍ତ୍ରୀକୁ ମାଡ଼ ମାରିଥିଲେ ସ୍ବାମୀ ସଞ୍ଜୟ। ଘଟଣା ପରେ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍।
#ବାଲ୍ଟିରେ_ପିଟି_ସ୍ତ୍ରୀକୁ_ହତ୍ୟା !
— ଓଟିଭି (@otvkhabar) August 5, 2024
ଜଳେଶ୍ବର: ବାଲ୍ଟିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ପାରିବାରିକ କଳହକୁ ନେଇ ବାଣିଦା ଗାଁରେ ହତ୍ୟାକାଣ୍ଡ #Jaleswar #OTV pic.twitter.com/hAliEoJd3X