/odishatv-khabar/media/post_attachments/uploadimage/library/16_9/16_9_0/____1680497682.jpg)
Man chops off friend genitals in kendrapara
ବନ୍ଧୁ ସାଜିଲା ବଇରୀ। ସାଙ୍ଗର ପ୍ରାଇଭେଟ୍ ପାର୍ଟ କାଟିଦେଲା ସାଙ୍ଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଏଭଳି କିଛି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଗାଁ ଲୋକ ଭାଗବତ ଦାସଙ୍କୁ ଉଦ୍ଧାର କରି ରାଜନଗର ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକବଡ଼ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ: ଦିନକୁ ଦିନ ବଢ଼ୁଥିଲା ନିର୍ଯାତନା; ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, କାଟିଦେଲା...
ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳ ୧୦ଟାରେ ଆଳି ଅଞ୍ଚଳର ଅକ୍ଷୟ ରାଉତ ଅଟୋ ଧରି ଭାଗବତଙ୍କ ପାଖରେ ପହଞ୍ଚି ଥିଲେ। ପେଣ୍ଠ ବେଳାଭୂମି ବୁଲି ଯିବାକୁ ସେ ଭାଗବତଙ୍କୁ ଡାକିଥିଲେ। ଏହାପରେ ଉଭୟ ବେଳାଭୂମିରେ ପହଞ୍ଚିବା ପରେ ସାଙ୍ଗ ହୋଇ ବୁଲାବୁଲି କରିବା ସହ ଖିଆପିଆ କରିଥିଲେ। ଭାଗବତ ବିଶ୍ରାମ ନେଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ଅକ୍ଷୟ ଭୁଜାଲି ସାହାଯ୍ୟରେ ଭାଗବତଙ୍କ ପ୍ରାଇଭେଟ୍ କାଟି ଦେଇଥିଲେ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବେଳାଭୂମିରେ ଛଟପଟ ହେଉଥିବା ଦେଖି ଭାଗବତଙ୍କୁ ଗାଁ ଲୋକ ଉଦ୍ଧାର କରିଥିଲେ। ରାଜନଗର ମେଡିକାଲ୍ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ, ପୋଲିସ୍ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଅକ୍ଷୟକୁ ଧରିବା ଲାଗି ଛାନ୍ଭିନ୍ ଆରମ୍ଭ କରିଛି। ଏମିତି କାଣ୍ଡ ସେ କାହିଁକି ଭିଆଇଲା ସେ ନେଇ ଏବେ ପୋଲିସ୍ ତଦନ୍ତ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)