• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ସାମ୍ନାକୁ ଆସିଲା ସ୍ତ୍ରୀର ବର୍ବରକାଣ୍ଡ । କଲବଲ କରି ସ୍ୱାମୀକୁ କଲା ହତ୍ୟା । ପ୍ରଥମେ ସ୍ୱାମୀର ଯୌନାଙ୍ଗକୁ କାଟିବା ପରେ କୁରାଢ଼ିରେ ଖଣ୍ଡଖଣ୍ଡ କରି ହାଣିଦେଲା । ଅସହ୍ୟ ନିର୍ଯାତନାକୁ ସହିନପାରି ଜଣେ ସ୍ତ୍ରୀ ତାର ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଅଭିଯୁକ୍ତ ମହିଳା ଜଣକ ବ୍ୟକ୍ତିଙ୍କର ୫ମ ପତ୍ନୀ ଥିଲେ । ବ୍ୟକ୍ତି ଜଣକ ସବୁଦିନ ପରି ମଦ୍ୟପାନ କରି ମହିଳାଙ୍କ ଉପରେ ଅତ୍ୟାଚାର କରିଥିଲେ । ଯାହାକୁ ସହିନପାରି ସ୍ତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ; ନଦୀକୂଳରେ ଫିଙ୍ଗିଦେଇ ବୁଲିଲା ବଜାର

ଗତ ଫେବ୍ରୁଆରୀ ୨୧ ତାରିଖରେ ଏହି ଘଟଣା ଘଟିଛି । ପୋଲିସ ବ୍ୟକ୍ତି ଜଣକଙ୍କ ମୃତଦେହ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ପୋଲିସ କହିଛି, ମୃତ ବ୍ୟକ୍ତିଙ୍କ ଗଳା ଓ ଦେହରେ ଅନେକ ଆଘାତ ଲାଗିଛି ।

ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ବ୍ୟତୀତ ଅନ୍ୟଜଣେ ବ୍ୟକ୍ତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ତଦନ୍ତ ପରେ ଆଗକୁ ଆହୁରି ସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।

ଏପରି ଏକ ଘଟଣା ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଘଟିଛି । ସୂଚନା ମୁତାବକ ବୀରେନ୍ଦ୍ର ଗୁରୁଜାର ନାମକ ବ୍ୟକ୍ତି ୫ମ ବିବାହ କରିଥିଲେ । ତାଙ୍କୁ ହତ୍ୟା କରିଥିବା ତାଙ୍କର ଧର୍ମପତ୍ନୀ କାଞ୍ଚନ ଗୁରୁଜାର ତାଙ୍କର ପଞ୍ଚମ ପତ୍ନୀ ଥିଲେ । ହେଲେ ବ୍ୟକ୍ତି ଜଣକ ନିଶା ସେବନ କରି ମହିଳାଙ୍କୁ ବହୁ ନିର୍ଯାତନା ଦେଉଥିବା ସେ କହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।