• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରଗଡ଼ରେ ଲୁଚିଥିଲା କି ଗୁଡ୍ଡୁ ମୁସଲିମ୍ । ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜ୍ ବରଗଡର ସୋହେଲାରୁ ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ହେଲେ ଏହାପରେ ସାମ୍ନାକୁ ଆସିଛନ୍ତି ସୋହେଲାର ଜଣେ ବ୍ୟକ୍ତି । ସେ କହିଛନ୍ତି, ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଗୁଡ୍ଡୁ ମୁସଲିମର ନୁହେଁ ବରଂ ତାଙ୍କର । ସେଦିନ ସେ ନମାଜ ପାଠ କରି ଫେରୁଥିଲେ । ଏହାରି ଭିତରେ ପ୍ରଶ୍ନ ଉଠୁଛି, ପୋଲିସକୁ ଚକମା ଦେଇ କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ ।

୧୧ ଏପ୍ରିଲ ୨୦୨୩ । ସମୟ- ଅପରାହ୍ଣ ଗୋଟାଏ ୩ ମିନିଟ୍ । ସ୍ଥାନ- ବରଗଡ଼ ଜିଲ୍ଲା ର ସୋହେଲା । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ଜୋରଦାର ଚର୍ଚ୍ଚା । ୧ ମିନିଟ୍ ୨ ସେକେଣ୍ଡର ଭିଜୁଆଲରେ ଜଣେ ବ୍ୟକ୍ତି ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି । ଏହି ବ୍ୟକ୍ତି ୟୁପିର ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ ବୋଲି ଆଜି ପ୍ରଥମେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହାକୁ ଆଧାର କରି ରାଜ୍ୟର ବିଭିନ୍ନ ଚାନେଲ୍‌ରେ ଖବର ପ୍ରସାରଣର କିଛି ସମୟ ପରେ ସାମ୍ନାକୁ ଆସିଛନ୍ତି ବରଗଡ ସୋହେଲାର ଜଣେ ବ୍ୟକ୍ତି । ତାଙ୍କ ନାଁ ଶେଖ୍  ହମିଦ୍ ମହମ୍ମଦ । ଶେଖ୍ ଦାବି କରିଛନ୍ତି, ସିସିଟିଭିରେ ଥିବା ଦୃଶ୍ୟ ଗୁଡୁ ମୁସଲିମର ନୁହେଁ ବରଂ ତାଙ୍କର । ସେଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ । ଏହା ସେତେବେଳର ସିସିଟିଭି ଫୁଟେଜ୍ ।

ଗୁଡ୍ଡୁ ମୁସଲିମ୍ । ବମ୍ ଏକ୍ସପର୍ଟ, ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ଡାହାଣ ହାତ । ତା ମୁଣ୍ଡ ଉପରେ ରହିଛି ୫ ଲକ୍ଷ ଟଙ୍କାର ପୁରସ୍କାର । ଏବେବି ପୋଲିସକୁ ଚକମା ଦେଇ ବୁଲୁଛି ପ୍ରୟାଗରାଜର ବହୁଚର୍ଚ୍ଚିତ ଉମେଶ ପାଲ୍ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ । ଗୁଡ୍ଡୁର ଲାଷ୍ଟ ଲୋକେସନ ମିଳିଥିଲା ପୁରୀରେ । କିନ୍ତୁ ଏସଟିଏଫ୍ ଟିମ୍ ପ୍ରଥମେ ପୁରୀ ଓ ପରେ ବରଗଡ଼ ପହଞ୍ଚିଲା ବେଳକୁ ଗୁଡ୍ଡୁ ମୁସଲିମ୍ ଖସିଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ୟୁପି ଏସଟିଏଫର ସୂଚନା ଅନୁସାରେ ଏପ୍ରିଲ ୨ରୁ ୧୩ ତାରିଖ ଯାଏଁ ଗୁଡୁ ବରଗଡରେ ଅଣ୍ଡରଗ୍ରାଉଣ୍ଡ ଥିଲା ।

ତେବେ ଗୁଡ୍ଡୁ ଓଡ଼ିଶା ଆସିବାକୁ ଯେଉଁ ଲିଙ୍କ୍ ବ୍ୟବହାର କରିଥିଲା, ତାହା ଅପରାଧୀ ରାଜା ଖାନ୍ ଲିଙ୍କ ବୋଲି ସନ୍ଦେହ କରାଯାଉଛି । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ଛତିଶଗଡ଼ ମହାସମୁନ୍ଦର ମୂଳ ବାସିନ୍ଦା ରାଜା ଖାନର ବରଗଡ଼ରେ ବି ଅପରଧ ନେଟୱର୍କ ସକ୍ରିୟ ରହିଛି । ତେଣୁ ରାଜା, ଗୁଡ୍ଡୁକୁ ଲୁଚାଇ ରଖିବାରେ ସକ୍ରିୟ ଭୂମିକା ନେଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ପ୍ରୟାଗରାଜ ପୋଲିସ ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ଫରାର ପତ୍ନୀ ଶାଇସ୍ତା ପରବୀନଙ୍କୁ ମାଫିଆ ଘୋଷଣା କରିଛି । ଏପରିକି ତା ନାଁରେ ମାମଲା ରୁଜୁ କରିଛି ।

ବ୍ୟୁରୋ ଇନପୁଟ୍ ସହ ବରଗଡରୁ ଦୀପକ ଶର୍ମା ଓ ସଂଜୟ ଜେନାଙ୍କ ରିପୋର୍ଟ ଓଟିଭି