/odishatv-khabar/media/post_attachments/uploadimage/library/16_9/16_9_0/murder_1685333550.jpg)
murder
ସାମାନ୍ୟ କଳହ ପାଇଁ ଛାରଖାର ହୋଇଗଲା ପରିବାର । ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ । ଗଞ୍ଜାମ ଭଞ୍ଜନଗର ଥାନା ଆଖୁ ପଦର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ । ମୃତକଙ୍କ ମା’ଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁଇ ଯୁକ୍ତିତର୍କ ହୋଇଥିଲା । ଆଉ ଏହି ଟିକିଏ କଥା ପାଇଁ ସ୍ୱାମୀ କ୍ରୋଧାନ୍ୱିତ ହୋଇ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ସ୍ତ୍ରୀର ଜୀବନ ଚାଲିଯାଇଥିଲା । ମୃତକ ହେଲେ ଗୀତାଞ୍ଜଳି ମୂଳି ।
ଅଧିକ ପଢ଼ନ୍ତୁ: ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହଣାକଟା : ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର
ହତ୍ୟାକାରୀ ସ୍ୱାମୀ ରାଜୁ ମୂଳି ଦୀର୍ଘ ୪ ବର୍ଷ ଧରି ଗୀତାଞ୍ଜଳିଙ୍କ ସହିତ ନିତି କଳିଗୋଳ କରୁଥିଲା, ଯାହା ଗତକାଲି ଉଗ୍ରରୂପ ଧାରଣ କରିଛି । ଏହି ଘଟିବାର ଦୀର୍ଘ ସମୟ ବିତିଯିବା ପରେ କୌଣସି ସୂତ୍ରରୁ ପୋଲିସ ଖବରପାଇ ଆଖୁପଦର ଗ୍ରାମରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରିଥିଲା । ଏହାସହ ଅଭିଯୁକ୍ତ ସ୍ୱାମୀକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)