• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ ।  ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହଣାକଟା । ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ସାନ ଭାଇ ମୃତ, ବଡ଼ଭାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ସାନକୁମାରୀ ଗାଁରେ ।

ଅଧିକ ପଢ଼ନ୍ତୁ: ପାରିବାରିକ କଳହରୁ ବୀଭତ୍ସ ହତ୍ୟା, ସ୍ତ୍ରୀକୁ ହାଣିଦେଲା ସଇତାନ ସ୍ୱାମୀ

ଗତକାଲି ଦିନ ୧୨ ଟା ସମୟରେ ସାନକୁମାରୀ ଗାଁ ବଜାର ଉପରେ ଠିଆ ହୋଇଥିଲେ ଦୁଇ ଭାଇ ବିକ୍ରମ ରାଉତ ଏବଂ ବିପିନ ରାଉତ । ଠିକ୍ ଏହି ସମୟରେ ଅଚାନକ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ଦୁଇ ଭାଇଙ୍କୁ ଧାରୁଆ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ବଡଭାଇ ବିକ୍ରମ ରାଉତ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଯାଇଥିବା ବେଳେ ସାନଭାଇ ବିପିନ ରାଉତ ଦୌଡି ପଳାଇଥିଲେ ।

ହେଲେ ଦୁର୍ବୁତ୍ତ ମାନେ ବିପିନଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ମାତ୍ରାଧିକ ରକ୍ତ ସ୍ରାବ ହେବାରୁ ବିପିନଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବଡ଼ଭାଇକୁ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସାନଭାଇର ମୃତଦେହ ଜବତ କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଓ ଆକ୍ରମଣକାରୀଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ।