Advertisment

Govindpur Murder: ରାତି ଅଧରେ ଘରେ ପଶିଲା ସ୍ତ୍ରୀ, ସ୍ୱାମୀଙ୍କୁ ହାଣିଦେଲା

ରାତି ଅଧିଆ ଘରେ ପଶିଲେ । ଛୁରୀ ଭୁସି ହତ୍ୟା କଲେ । ତା’ ପରେ ମାରିଲେ ଚମ୍ପଟ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟା କାଣ୍ଡ । ଗୋବିନ୍ଦପୁର ଗାଁର କାଳିଆ ସେଠୀଙ୍କ ମୃତ୍ୟୁ ହୋଇଛି । କାଳିଆଙ୍କୁ କିଏ ହତ୍ୟା କଲା ? କାହିଁକି ହତ୍ୟା କଲା ?

author-image
Prasan Subudhi
ଅଦ୍ୟତନ ହୋଇଛି
ଭୟଙ୍କର ହତ୍ୟାକାଣ୍ଡ

ଭୟଙ୍କର ହତ୍ୟାକାଣ୍ଡ

ରାତି ଅଧିଆ ଘରେ ପଶିଲେ l ଛୁରୀ ଭୁସି ହତ୍ୟା କଲେ । ତା’ ପରେ ମାରିଲେ ଚମ୍ପଟ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ ହତ୍ୟା କାଣ୍ଡ l ଗୋବିନ୍ଦପୁର ଗାଁର କାଳିଆ ସେଠୀଙ୍କ ମୃତ୍ୟୁ ହୋଇଛି l କାଳିଆଙ୍କୁ କିଏ ହତ୍ୟା କଲା ? କାହିଁକି ହତ୍ୟା କଲା ? ତା’ର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କାଣ୍ଡ ପଛରେ ପତ୍ନୀ ଏବଂ ଶ୍ୱଶୁର ରହିଥିବା ଅଭିଯୋଗ କରିଛନ୍ତି ମୃତ କାଳିଆଙ୍କ ମା’ l

Advertisment

କାଳିଆଙ୍କ ପତ୍ନୀର ଅନ୍ୟ ପୁରୁଷଙ୍କ ସହ ପରକୀୟା ପ୍ରୀତି ଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିବା ବେଳେ ପତ୍ନୀ ବାପା ସହ ମିଶି ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମା’ l କାଳିଆ ୧୫ ବର୍ଷ ପୂର୍ବରୁ ଡିମ୍ବିରା ଗାଁର ନିଜ ମାମୁ ଝିଅକୁ ପ୍ରେମ ବିବାହ କରିଥିଲା । କିଛି ବର୍ଷ ସୁଖ ଶାନ୍ତିରେ ବି ଚଳିଥିଲେ l

ହେଲେ ପତ୍ନୀ ଅନ୍ୟ ପୁରୁଷଙ୍କ ସହ ପରକୀୟା ପ୍ରୀତି ଜାଣିବା ପରେ ପରିବାରରେ ଅଶାନ୍ତି ଲାଗି ରହିଥିବା କୁହାଯାଉଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ଶ୍ବଶୁରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି l

Advertisment

ପନ୍ଦର ବର୍ଷ ପୂର୍ବେ କରିଥିଲେ ପ୍ରେମ ବିବାହ l ଆଉ ଆଜି ସେହି ପ୍ରେମ ନେଇଗଲା ଜୀବନ l ପରକୀୟା ପ୍ରୀତି ଯୋଗୁଁ ଉଜୁଡିଗଲା ଆଉ ଗୋଟିଏ ସଂସାର l ତେବେ ତଦନ୍ତ ପରେ ଜଣାପଡିବ ସ୍ୱାମୀର ହତ୍ୟା କାଣ୍ଡ ପଛରେ ପତ୍ନୀ ର ହାତ ରହଛି ନା ଅନ୍ୟ କୈଣସି ବିବାଦରୁ ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି l ଏହି ଘଟଣା ଯେତେ ସମବେଦନଶୀଳ ତା’ଠାରୁ ଅଧିକ ପୋଲସ ପାଇଁ ଚାଲେଞ୍ଜ l

Murder Extramarital Affair Man Killed By Wife
Advertisment
Advertisment