Advertisment

ସାମ୍ନାକୁ ଆସିଲା ରହସ୍ୟମୟୀଙ୍କ WhatsApp ଚାଟ୍‌, ଖୋଲିଲା କଳାଧନ୍ଦାର ଡିଲ୍‌...

ବଡ଼ ବଡ଼ ବ୍ୟକ୍ତିଙ୍କ ଅଶ୍ଲୀଳ ଭିଡିଓ ତିଆରି କରି ବ୍ଲାକମେଲ୍‌ କରୁଥିବା ମହିଳାଙ୍କ କାରନାମାର ଆଉ ଏକ ତଥ୍ୟ ଓଟିଭି ହାତରେ ଲାଗିଛି। ତାଙ୍କର ଏକ ହ୍ୱାଟ୍ସଆପ୍‌ ଚାଟ୍ ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lady Blackmailer WhatsApp Chat

Lady Blackmailer WhatsApp Chat Reveals More Things

ବଡ଼ ବଡ଼ ବ୍ୟକ୍ତିଙ୍କ ଅଶ୍ଲୀଳ ଭିଡିଓ ତିଆରି କରି ବ୍ଲାକମେଲ୍‌ କରୁଥିବା ମହିଳାଙ୍କ କାରନାମାର ଆଉ ଏକ ତଥ୍ୟ ଓଟିଭି ହାତରେ ଲାଗିଛି। ତାଙ୍କର ଏକ ହ୍ୱାଟ୍ସଆପ୍‌ ଚାଟ୍ ଏବେ ସାମ୍ନାକୁ ଆସିଛି।ଏହି ଚାଟ୍‌ରୁ ଜଣାପଡୁଛି ଯେ ଜଣେ ଝିଅଙ୍କ ସହିତ ସେ ଚାଟ୍ କରୁଛନ୍ତି। ଯୁବତୀଙ୍କୁ ବୁଝାଇବାକୁ, ମନେଇବାକୁ ଲେଡି ବ୍ଲାକମେଲର୍‌ ଚେଷ୍ଟା କରୁଛନ୍ତି। ହେଲେ ଯୁବତୀ ଜଣକ କହୁଛନ୍ତି, ବହୁତ ଟଙ୍କା ଦେବେ ବୋଲି କହିବାରୁ ସେମାନଙ୍କ କଥାରେ ମୁଁ ରାଜି ହୋଇଥିଲି। ଏବେ ନ ମାନିଲେ ଜୀବନ ପ୍ରତି ବିପଦ ଅଛି। ତେବେ କାହାକୁ ସେ ଇଙ୍ଗିତ କରୁଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନି।

Advertisment

ରହସ୍ୟମୟୀ ମହିଳା ଜଣକ କହୁଛନ୍ତି, ସେମାନଙ୍କୁ ପ୍ରମାଣ ଦେଇ ଦେଇଛ କି ? ତେବେ ଏ ସମ୍ପର୍କରେ ଯୁବତୀ ଜଣକ ହଁ କି ନା କିଛି ବି କହୁ ନାହାନ୍ତି। ଲେଡି ବ୍ଲାକମେଲର୍ ଜଣକ ଉକ୍ତ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି, ସେ ଯାହା କହିବ, ତାକୁ ମାନିବେ। ଏପରିକି ଯାହା ବି ମାଗିବେ, ତାହା ଦିଆଯିବ ବୋଲି ରହସ୍ୟମୟୀ ମହିଳା କହିଛନ୍ତି। ସାହାଯ୍ୟ କରି ଯୁବତୀଙ୍କ ଭବିଷ୍ୟତ ସଜାଡ଼ି ଦେବାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ଲେଡି ବ୍ଲାକମେଲର୍‌। 

ଅଧିକ ପଢ଼ନ୍ତୁ: ଅର୍ଚ୍ଚନାର କ୍ରାଇମ୍ ସିଣ୍ଡିକେଟ୍ ପଛରେ କିଏ? ମୁହଁ ଖୋଲୁନି କମିଶନରେଟ୍ ପୋଲିସ୍

Advertisment

ଆଉ ଯୁବତୀ ଜଣକ ଜଣେ ପୁରୁଷଙ୍କଠାରୁ ସାହାଯ୍ୟ ମାଗିବାର କଥା କହୁଛନ୍ତି। ପୁରୁଷ ଜଣକ ଧ୍ୟାନ ଦେଇନଥିବାରୁ ତାଙ୍କ ପାଇଁ କ୍ଷମା ମାଗୁଛନ୍ତି ରହସ୍ୟମୟୀ ମହିଳା ଏବଂ ଆଉ ଥରେ ମାତ୍ର ଭରସା କରିବାକୁ ଏକପ୍ରକାର ଅନୁରୋଧ କରୁଛନ୍ତି। ଏହାପରେ ଯୁବତୀ ଜଣକ ଏକ ସର୍ତ୍ତ ବି ରଖିଛନ୍ତି, ତାଙ୍କ ରୁମ୍‌କୁ କେହି ବି ବିନା ଅନୁମତିରେ ଯିବେନି। ଧମକ ଦେଇ ଯୁବତୀ କହିଛନ୍ତି, ନ ହେଲେ ମୋ’ଠାରୁ ଅଧିକ କେହି ଖରାପ ହେବେନି। ସମ୍ପୃକ୍ତ ଯୁବତୀ ଏହା ମଧ୍ୟ କହିଛନ୍ତି- ଯିଏ ଆପଣଙ୍କୁ ପଠାଇଥିଲେ, ସିଧା ତାଙ୍କ ଘରକୁ ଯିବି। 

ଏହି ହ୍ୱାଟ୍ସଆପ୍‌ ଚାଟ୍‌ରୁ ଲେଡି ବ୍ଲାକମେଲର୍ଙ୍କ ଗୋଲକଧନ୍ଦା ଏବେ ସାମ୍ନାକୁ ଆସିଛି। ସବୁଠୁ ବଡ଼ ପ୍ରଶ୍ନ,  ଯୁବତୀ ଜଣକ କାହା କଥାରେ ରାଜି ହୋଇଥିଲେ ? କାହା ପକ୍ଷରୁ ତାଙ୍କ ଜୀବନକୁ ବିପଦ ରହିଛି ? ଲେଡି ବ୍ଲାକମେଲର୍ କେଉଁ ପ୍ରମାଣ ସମ୍ପର୍କରେ ପଚାରୁଛନ୍ତି ? କାହାକୁ ସେ ପ୍ରମାଣ ଦିଆଯିବା କଥା କୁହାଯାଉଛି। ତେବେ ଏକଥା ସ୍ପଷ୍ଟ ଯେ, ନିଶ୍ଚୟ ସେହି ପ୍ରମାଣଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବ, ନ ହେଲେ ତା’ ପାଇଁ ଲେଡି ବ୍ଲାକମେଲର୍‌ ଏତେ ଚିନ୍ତିତ ହେଉନଥାନ୍ତେ କି ସେହି ଯୁବତୀଙ୍କ ସବୁ କଥାରେ ରାଜି ହେଉନଥାନ୍ତେ।

ଯେଉଁ ପୁରୁଷଙ୍କ କଥା ଉଠୁଛି, ସେହି ବ୍ୟକ୍ତି ଜଣକ କିଏ ?  ଏମିତି କେଉଁ କଥା ଅଛି ଯେ, ଲେଡି ବ୍ଲାକମେଲର୍ ଜଣକ ସେହି ଯୁବତୀଙ୍କ ସବୁ ସର୍ତ୍ତ ମାନିବାକୁ ରାଜି ଅଛନ୍ତି। ଏପରିକି ସବୁ କିଛି କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଯୁବତୀଙ୍କ ତା’ର ଭବିଷ୍ୟତ ବନାଇ ଦେବାକୁ ମଧ୍ୟ ଲେଡି ବ୍ଲାକମେଲର୍ କହୁଛନ୍ତି। ଏହାଛଡ଼ା କାହା ଘରକୁ ସିଧାସଳଖ ଯିବାକୁ କହୁଛନ୍ତି ସେହି ଯୁବତୀ, ତାହା ମଧ୍ୟ ଏକ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି। ଏହା ଏକ ବିରାଟ ଗୋଲକଧନ୍ଦା। ସବୁଠୁ ଆଶ୍ଚର୍ଯ୍ୟକର କଥା ଲେଡି ବ୍ଲାକମେଲର୍‌ଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ ତା’ଙ୍କ ସଂପର୍କରେ କିଛି ବି ଆନୁଷ୍ଠାନିକ ଭାବେ ସୂଚନା ଦେଉନି। ଏହାର କାରଣ କ’ଣ ହୋଇପାରେ ?  

ସେପଟେ ଲେଡି ବ୍ଲାକମେଲର୍‌ଙ୍କ ସ୍ୱାମୀ ଜଗବନ୍ଧୁଙ୍କ ପତ୍ତା ମିଳୁନି। ସେ କୁଆଡେ ଗଲେ, ତାଙ୍କୁ କମିଶନରେଟ୍ ପୋଲିସ ଖୋଜୁଛି। ଜଗବନ୍ଧୁ ବିଜେଡି ପାଇଁ କାମ କରୁଥିବା ଫେସବୁକ୍‌ରେ ଲେଖିଛନ୍ତି। 

WhatsApp Lady Blackmailer Archana Nag
Advertisment
Advertisment