• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୁବନେଶ୍ୱରରୁ ଗିରଫ ଲେଡି ବ୍ଲାକ୍‌ମେଲରଙ୍କୁ ନେଇ ବଢୁଛି ରହସ୍ୟ । କାହାକୁ କାହାକୁ ନିଜ ଜାଲରେ ଫସାଇଛନ୍ତି ମହିଳା, କୁଆଡୁ ଆଣିଲେ ଏତେ ସଂପତ୍ତି, ନିଜେ ଏକୁଟିଆ ଏହି କାରନାମା କରିଛନ୍ତି ନା ଏଥିରେ ରହିଛି ଆଉ କାହାରି ସଂପୃକ୍ତି ? ପୋଲିସ ପୁରା ଘଟଣାକୁ ନେଇ ଚୁପ୍ ବସିଥିବା ବେଳେ ବିଜେଡି ସହ ମହିଳାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସଂପର୍କ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଜଗବନ୍ଧୁ ବିଜେଡି ପାଇଁ କାମ କରୁଥିବା ଫେସବୁକ୍‌ରେ ଲେଖିଛନ୍ତି । ତେଣେ ଭୁବନେଶ୍ୱରର ଏକ ଦାମୀ ହୋଟେଲରେ ମହିଳା ଜଣଙ୍କ ଏକ ଡିଲ୍ କରୁଥିବା ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ଆହୁରି ବଢିଛି ଉତ୍ସୁକତା ।

ଅଧିକ ପଢ଼ନ୍ତୁ: ନେତା, ସିନେ ପ୍ରଯୋଜକଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ ମହିଳା ବ୍ଲାକ୍‌ମେଲର୍‌ 

ହୋଟୋଲ ଭିତରେ ଡିଲ । ମୋଟା ଅଙ୍କର ଟଙ୍କା ଆଦାୟ ଲାଗି ଚାଲିଥିଲା ହନିଟ୍ରାପ୍ । ହାଇପ୍ରୋଫାଇଲ ଲେଡିଙ୍କ ମଧ୍ୟସ୍ଥତାରେ ଚାଲିଛି ଡିଲ୍ । ଫିଲ୍ମ ପ୍ରଯୋଜକ, ବିଲଡର୍‌ ଓ ରାଜନେତାଙ୍କଠୁ କେମିତି ଟଙ୍କା ଅସୁଲି କରୁଥିଲେ ଲେଡି ବ୍ଲାକମେଲର, ଓଟିଭି ହାତରେ ଲାଗିଛି ତାର ଭିଡିଓ । ରାଜଧାନୀର ଏକ ଦାମୀ ହୋଟୋଲରେ ହୋଇଥିବା ଡିଲର ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ଆହୁରି ବଢିଛି ଚର୍ଚ୍ଚା ।

ଏବେ ପ୍ରଶ୍ନ ଉଠୁଛି ଏହି ବ୍ଲାକ୍‌ମେଲିଂ କାରନାମା ପଛରେ କାହାର ରହିଛି ସଂପୃକ୍ତି ? ଅଭିଯୁକ୍ତା ମହିଳା କଣ ଏକୁଟିଆ ଏତେବଡ଼ କାରନାମା କରୁଥିଲେ ନା ଘଟଣା ପଛରେ ରହିଛି କୌଣସି ପାୱାରଫୁଲ ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ ? ଏସବୁ ପ୍ରଶ୍ନ ଭିତରେ ଶାସକ ବିଜେଡି ସହ ମହିଳାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସଂପର୍କକୁ ନେଇ ଚର୍ଚ୍ଚା । ବିଜୁ ଜନତା ଦଳ ପାଇଁ କାମ କରୁଥିବା ଫେସବୁକ୍‌ରେ ଲେଖିଛନ୍ତି ଜଗବନ୍ଧୁ ।

ବିଜେଡିରେ ସେ କଣ ଥିଲେ ? ଶାସକ ଦଳ ପାଇଁ କି କାମ କରୁଥିଲେ ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ । ଏତେ ସମ୍ପତ୍ତିର ମାଲିକ ହେବା ଓ କଣ ପାଇଁ ତାଙ୍କ ପତ୍ନୀଙ୍କୁ ଗିରଫ କରାଗଲା, ତାକୁ ନେଇ ବି  ଛିଡ଼ା ହୋଇଛି ନାନା ପ୍ରଶ୍ନ । ସ୍ୱାମୀ ଶାସକ ଦଳରେ ଥିବାରୁ ଏତେ ବଡ଼ ସାମ୍ରାଜ୍ୟ ଗଢ଼ିଥିଲେ କି ଯୁବତୀ ? ରାଜନୈତିକ ଲିଙ୍କ୍ ବଳରେ ବଳିୟାନ୍ ହୋଇଛନ୍ତି କି ଲେଡି ବ୍ଲାକ୍‌ମେଲର? ବିଜେଡି ନେତା କଣ ତାଙ୍କ ବିଷୟରେ ଜାଣିନଥିଲେ ? ଏସବୁକୁ ନେଇ ସ୍ପଷ୍ଟୀକରଣ ଦେବ କି ବିଜୁ ଜନତା ଦଳ ?

ଏଣେ ମହିଳାଙ୍କ ପାୱାରପଫୁଲ ଲିଙ୍କ୍‌ ସାମ୍ନାକୁ ଆସିିବା ପରେ ତେଜିଛି ରାଜନୀତି । ମହିଳାଙ୍କ ସହ ସଂପର୍କ ଥିବା ରାଜନେତା ଓ ବ୍ୟୁରୋକାଟ୍‌ଙ୍କ ନାଁ ପୋଲିସ କାହିଁକି କାଢୁନି ବୋଲି ପଚାରିଛି ବିଜେପି । ପୋଲିସ ଚାପରେ ରହି କାମ କରୁଥିବା ଦଳ ଅଭିଯୋଗ କରିଛି । ତେବେ କଂଗ୍ରେସ, ଉଭୟ  ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି । ଦୁଇ ଦଳର ନେତାଙ୍କ ଦୁର୍ନୀତ ଟଙ୍କା ଏଭଳି ଢଙ୍ଗରେ ଖର୍ଚ୍ଚ ହୁଏ ବୋଲି ଦଳ କହିଛି । ମାତ୍ର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି ।

ବିଳାସପୂର୍ଣ୍ଣ ଜୀବନ ବିତାଉ ଥିବା ମହିଳା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜଳେଶ୍ୱର ଗାଁ ଘରର ଚିତ୍ର କିନ୍ତୁ ଅଲଗା । ଜଳେଶ୍ୱର ନେତୁଆ ପଞ୍ଚାୟତ ବାଂଉଶବାଣୀ ଗାଁରେ ସେମାନଙ୍କର ଏକ ପୁରଣା ଆଜବେଜଷ୍ଟସ ଘର ରହିଛି । ଭୁବନେଶ୍ୱରରେ ଅପର୍ଯ୍ୟାପ୍ତ ସଂପତ୍ତି ଥିଲେ ମଧ୍ୟ ଜଗବନ୍ଧୁଙ୍କ ପରିବାର ସେଇ ଭଙ୍ଗା ଘରେ ରହୁଛନ୍ତି । ୧୫ ବର୍ଷ ତଳେ ଜଗବନ୍ଧୁ ବାପାଙ୍କ ସହ ତେଜରାତି ଦୋକାନ କରିଥିଲେ । ୪  ବର୍ଷ ତଳେ ଅର୍ଚ୍ଚନାଙ୍କୁ ବିବାହ କରିବା ପରେ ପରିବାର ସହ ସଂପର୍କ ଛିନ୍ନ କରିଥିବା କହିଛନ୍ତି ଜଗବନ୍ଧୁଙ୍କ ଭାଇ ।

ପୁରା ଘଟଣାକୁ ନେଇ ହଇଚଇ ଭିତରେ ହନିଟ୍ରାପ୍ ଲାଗି ବ୍ୟବହାର କରାଯାଉଥିବା ଯୁବତୀମାନେ କିଏ? ମହିଳାଙ୍କ ମୋଡସ ଅପେରାଣ୍ଡି କଣ ?  ହନିଟ୍ରାପ୍‌ର ଶିକାର ପ୍ରଯୋଜକ, ବିଲଡର, ରାଜନେତା ଓ ଅନ୍ୟ ପାୱାର ଫୁଲ ବ୍ୟକ୍ତି ବିଶେଷଙ୍କ ସଂପର୍କରେ ପୋଲିସ କିଛି କହୁନଥିବାରୁ ଘଟଣା ଅଧିକ ରହସ୍ୟମୟ ହୋଇଛି।