• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା ଆଉ ପାଦେ ଆଗେଇଛି ପୋଲିସ । ଏହି ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଥମେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ଏହି ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍‌ମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି ।

ଅଧିକ ପଢ଼ନ୍ତୁ: ନେତା, ସିନେ ପ୍ରଯୋଜକଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ ମହିଳା ବ୍ଲାକ୍‌ମେଲର୍‌

ଡିସିପି ଆହୁରି ସୂଚନା ଦେଇଛନ୍ତି ଯେ, ଅର୍ଚ୍ଚନା ପ୍ରଥମେ ବନ୍ଧୁତ୍ୱ ବଢାଉଥିଲେ । ଆଉ ତାଙ୍କ ସହ ବ୍ୟକ୍ତିଗତ ଫଟୋ ଉଠାଉଥିଲେ । ପରେ ସେହି ଫଟୋକୁ ନେଇ ବ୍ଲାକମେଲ କରୁଥିଲେ । ଅର୍ଚ୍ଚନାଙ୍କ ଘରୁ ପେନ୍‌ଡ୍ରାଇଭ୍, ଲାପ୍‌ଟପ୍, ବ୍ୟାଙ୍କ ପାସ୍‌ବୁକ୍ ଜବତ ହୋଇଛି । ଅର୍ଚ୍ଚନାଙ୍କ ବ୍ୟାଙ୍କ କାରବାରକୁ ନେଇ ତନ୍ନ ତନ୍ନ କରି ତଦନ୍ତ କରାଯିବ । ବ୍ୟାଙ୍କ କାରବାର ସଂପର୍କିତ ତଥ୍ୟ RBIକୁ ମଗା ଯାଇଛି । କେଉଁମାନେ ବ୍ଲାକମେଲର ଶିକାର ହୋଇଛନ୍ତି ସେନେଇ ମଧ୍ୟ ତଦନ୍ତ ହେଉଛି । ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ହାଜର ହେବା ଲାଗି ମଧ୍ୟ ନୋଟିସ୍ ହୋଇଛି ।

ସେପଟେ ଏହି ଅର୍ଚ୍ଚନା ନାଗ୍‌ଙ୍କ ଅନେକ ନେତା-ମନ୍ତ୍ରୀଙ୍କ ସହ ଭଲ ଲିଙ୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆ ରେ ଏମିତି ଅନେକ ଫଟୋ ମଧ୍ୟ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସେହିଭଳି ଏକ ଫଟୋରେ ସଂପୃକ୍ତ ମହିଳାଙ୍କ ସହିତ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ରହିଛନ୍ତି । ଗୋଟିଏ ଫଟୋରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଉଭୟେ ଅଛନ୍ତି । ସେହିପରି ଆଉ ଏକ ଫଟୋରେ କେବଳ ଜଗବନ୍ଧୁଙ୍କ ସହିତ ସୂର୍ଯ୍ୟ ପାତ୍ର ଓ ମନ୍ମଥ ରାଉତରାୟ ରହିଛନ୍ତି ।

ପୋଲିସ୍‌ ସୂଚନା ଅନୁସାରେ ଅର୍ଚ୍ଚନା ନାଗ ଓ ତାଙ୍କ ଫେରାର୍‌ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱରର ସତ୍ୟବିହାର ଅଂଚଳରେ ୨୦୨୧ ଜାନୁଆରୀ ମାସରେ ଏକ ଆଲିଶାନ୍ ଘରର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ତତ୍କାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫିତା କାଟିଥିବା ଫଟୋ ପଦାକୁ ଆସିଛି । କେବଳ ସେତିକି ନୁହେଁ, ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ସହ ବିଜେଡିର ଅନେକ ବରିଷ୍ଠ ବିଧାୟକଙ୍କ ଘନିଷ୍ଠତା ରହିଥିଲା । ସୂର୍ଯ୍ୟ ପାତ୍ର ବାଚସ୍ପତି ଥିବାବେଳେ ବିଧାନସଭା ବାଚସ୍ପତିଙ୍କ ଚାମ୍ବରକୁ ମଧ୍ୟ ଏହି ପତି-ପତ୍ନୀ ଯାଇଥିବାର ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି ।