ଡ୍ରାଇଭର୍‌ ଚନ୍ଦନ ଓଗାଳିବ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର

ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ।

Archana Nag

ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ ଙ୍କ ଡ୍ରାଇଭର ଚନ୍ଦନ । ସମନ ପରେ ଇଡିରେ ହାଜର ହେଲେ ଚନ୍ଦନ । ‘ନାଗ ଫାଶ’ କଳା ସାମ୍ରାଜ୍ୟ ଓ ଆଥିକ କାରବାରର ଗୁମର ଖୋଲିବାକୁ ED ର ଖୋଲତାଡ଼ ଚାଲିଛି । ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ।

ଅର୍ଚ୍ଚନାଙ୍କୁ ନେଇ ଚନ୍ଦନ କୁଆଡ଼େ କୁଆଡ଼େ ଯାଇଥିଲା, ତାଙ୍କଠାରୁ ସେହି ତଥ୍ୟ ଓଗାଳିବ ଇଡି । ଲେଡି ବ୍ଲାକମେଲର ଅର୍ଚ୍ଚନା କାହା କାହାକୁ ଭେଟିଥିଲେ, ତାର ଉତ୍ତର ମଧ୍ୟ ଖୋଜାଯାଉଛି । ସେପଟେ ଆଜି ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନାଙ୍କ ନିକଟତମ ସହଯୋଗୀ ବ୍ଲାକମେଲିଂ ପାର୍ଟନର କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କଠୁ ଆହୁରି ତଥ୍ୟ ଓଗାଳିବ ଇଡି ।

ଅଧିକ ପଢ଼ନ୍ତୁ: ଶ୍ରଦ୍ଧାଞ୍ଜଳିଙ୍କୁ ED ର ମାରାଥନ ଜେରା; କଳା ସାମ୍ରାଜ୍ୟର ଗୁମର ଖୋଲୁଛି ଇଡି

ପୂର୍ବରୁ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଆମ୍ନାସାମ୍ନା ଜେରା ପରେ ଆଜି ପୁଣି ଥରେ ତାଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବ ଜେରାରୁ ମିଳିଥିବା ତଥ୍ୟ ଓ ୩ କୋଟି ବ୍ଲାକମେଲିଂର ଅସଲ କାରଣ ଖୋଜାଯିବ । ସବୁଠୁ ବଡ଼ କଥା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବାକୁ ସଜବାଜ ହେଉଛି ତଦନ୍ତକାରୀ ସଂସ୍ଥା । ତେଣୁ ତା ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ପଚରାଉଚରା ବେଶ୍ ଗୁରୁତ୍ୱବହନ କରୁଛି ।  ଆଜି ଅର୍ଚ୍ଚନାଙ୍କ ଡ୍ରାଇଭର୍‌ଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କ ଆମ୍ନାସାମ୍ନା ଜେରା କରାଯାଇପାରେ ।