• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୋଲୁଛି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ପେଡ଼ି । ତାଙ୍କ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଅର୍ଚ୍ଚନା ବ୍ଲାକମେଲ୍‌ କରିବା ପାଇଁ ସମ୍ପୂର୍ଣ୍ଣ ଏକ ଚକ୍ରବ୍ୟୁହ ରଚିଥିଲେ । ଅତି ସନ୍ତର୍ପଣରେ ଗୋଟିଏ ପରେ ଗୋଟିଏ ଖିଅ ଯୋଡ଼ି ସବୁ ମୋହରାଙ୍କୁ ସାମ୍ନାକୁ ଆଣିଥିଲେ , ଆଉ ତା’ପରେ ଆରମ୍ଭ ହୋଇଥିଲା ଗୋଟିଚାଳନା । ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି । ପାନୀୟରେ ନିଶା ଦେଇ ଅର୍ଚ୍ଚନା ନଗ୍ନ ଭିଡିଓ କରିଥିବା ଏତଲାରେ ଉଲ୍ଲେଖ ରହିଛି ।

ଖଣ୍ଡଗିରି ଥାନାରେ ଗତ ୨ ତାରିଖ ଦିନ ଲିଖିତ ଅଭିଯୋଗ କରିଥିବା ପୀଡ଼ିତାଙ୍କ ଏଫଆଇଆର୍ କପି ଓଟିଭିର ହସ୍ତଗତ ହୋଇଛି । ଯେଉଁଥିରେ ପୀଡ଼ିତା ସ୍ପଷ୍ଟ ଭାବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତା ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହ ସହଯୋଗୀ ଖଗେଶ୍ୱରର ନାଁ ଉଲ୍ଲେଖ କରିଛନ୍ତି । ଚାକିରି ଦେବାକୁ କହି କେମିତି ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କୁ ବ୍ଲାକମେଲିଂ କରିଥିଲେ ଓ ଏକ ପାର୍ଟିରେ ନିଶାଯୁକ୍ତ ମୃଦୁପାନୀୟ ଦେଇ ତାଙ୍କର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ ସେ କଥା ବି ଲେଖିଛନ୍ତି । ଏମିତିକି ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିଲେ ।

କେମିତି ଅର୍ଚ୍ଚନାଙ୍କ ସହ ପୀଡ଼ିତାଙ୍କ ଦେଖା ହୋଇଥିଲା ?

୨୦୧୮ରେ ଅର୍ଚ୍ଚନାଙ୍କ ସହ ଚାକିରି ସନ୍ଧାନରେ ଆସିଥିବା ପୀଡ଼ିତାଙ୍କ ପରିଚୟ ହୋଇଥିଲା । ଗୋଟିଏ ବିଲ୍ଡିଂରେ ଘର ଭଡ଼ା ନେଇ ରହୁଥିବାରୁ ଉଭୟଙ୍କ ମଧ୍ୟରେ ମିଳାମିଶା ବଢ଼ିଥିଲା । ପରେ ଚାକିରି ଆଳରେ ପୀଡ଼ିତାଙ୍କୁ ଜାଲରେ ଫସାଇଥିଲା ବ୍ଲାକମେଲର୍‌ ଲେଡି । ଆଉ ସେକ୍ସ ଭିଡିଓ ତିଆରି କରି ବ୍ଲାକମେଲ ପାଇଁ ପ୍ରବର୍ତ୍ତାଇଥିଲେ । ଏଥିରେ ଭଲ ରୋଜଗାର ହୁଏ ବୋଲି ପୀଡ଼ିତାଙ୍କୁ କହୁଥିଲେ ।

ଦିନେ ରାତିରେ ତାଙ୍କୁ ପାର୍ଟି ନାଁରେ ନିଶା ପାନୀୟ ପିଆଇ ବେହୋସ କରି ଦେଇଥିଲେ ଅର୍ଚ୍ଚନା । ଆଉ ଚେତା ଫେରିଲା ବେଳକୁ ସବୁ ଶେଷ ହୋଇସାରିଥିଲା । ସେ ନିର୍ବସ୍ତ୍ର ହୋଇ ପଡ଼ି ରହିଥିବା ପୀଡ଼ିତା ଏତଲାରେ ଉଲ୍ଲେଖ କରିଛନ୍ତି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଏଭଳି କରିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ଆଉ ସେହି ନଗ୍ନ ଭିଡିଓ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ବ୍ଲାକମେଲିଂ କରୁଥିଲେ ।

ଥରେ ଅକ୍ଷୟ ପରିଜାଙ୍କୁ କୌଶଳରେ ଡକାଇ ଗୁପ୍ତରେ ଭିଡିଓ କରାଯାଇଥିଲା । ଯୋଜନା କ୍ରମେ ଗତ ଏପ୍ରିଲରେ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ଚାଟିଂ ପାଇଁ କହିଥିଲେ ଅର୍ଚ୍ଚନା । ଅର୍ଚ୍ଚନା ଅକ୍ଷୟଙ୍କୁ ଡକାଇ ତାଙ୍କ ସହ ମିଶିବାକୁ ମଧ୍ୟ ବାଧ୍ୟ କରିଥିଲେ । ଆଉ ଉଭୟଙ୍କ ମିଳାମିଶାକୁ ଅର୍ଚ୍ଚନା ସୁଟିଂ କରି ପରେ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ: ହାଇପ୍ରୋଫାଇଲ୍ ଲେଡି ବ୍ଲାକ୍‌ମେଲର; ପ୍ରଯୋଜକ-ବିଲଡର-ନେତାଙ୍କୁ କରୁଥିଲେ ବ୍ଲାକମେଲିଂ !

ତେବେ ଉକ୍ତ ଏତଲାକୁ ୯ଦିନ ବିତିଯାଇଥିଲେ ବି ଏଯାଏଁ ଖଗେଶ୍ୱରଙ୍କୁ କମିଶନରେଟ୍ ପୋଲିସ ଆଦୌ ପଚରାଉଚରା କରିନାହିଁ । ଅର୍ଚ୍ଚନାଙ୍କୁ ରାତିଅଧିଆ ଗିରଫ କରି ଜେଲ୍ ପଠାଇଥିବାବେଳେ ସ୍ୱାମୀ ଜଗବନ୍ଧୁକୁ ଡାକି କେବଳ ପଚରା ଉଚରା କରି ଛାଡ଼ିଛି । ସେପଟେ ସହଯୋଗୀ ଖଗେଶ୍ୱରକୁ ଏଯାଏଁ ତଦନ୍ତ ପରିସରଭୁକ୍ତ କରିନାହିଁ, ଯାହାକୁ ନେଇ ନାନା ପ୍ରଶ୍ନ ଉଠୁଛି ।

ସେପଟେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ଆରମ୍ଭ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଭିସିରେ ଚାଲିଛି ତାଙ୍କର ଜାମିନ୍ ଆବେଦନର ଶୁଣାଣି। ଝାରପଡ଼ା ଜେଲରେ ଉପସ୍ଥିତ ଥାଇ ଅର୍ଚ୍ଚନାଙ୍କ ବେଲର ଚାଲିଛି ଶୁଣାଣି । ଆଗୁଆ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା ।