Advertisment

Manav Sharma Suicide: ଆଇଟି ମ୍ୟାନେଜର ମାନବ ଶର୍ମା ଆତ୍ମହତ୍ୟା, କ’ଣ ଥିଲା ପ୍ରକୃତ କାରଣ...

ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ଆଉ ଏକ ଘଟଣା ଏବେ ୟୁପିର ଆଗ୍ରାରୁ ସାମ୍ନାକୁ ଆସିଥିଲା । ସେ ବେକରେ ଫାଶୀ ଲଗାଇ ଲାଇଭ ଭିଡିଓ ବନାଇଥିଲେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଆଲୋଡନ ସୃଷ୍ଟି କରିଥିଲା। ପତ୍ନୀ ନିଜ ବୟଫ୍ରେଣ୍ଡ ସହିତ ରହିବାକୁ ଚାହୁଁଥିବା ନେଇ ମାନବ ଅଭିଯୋଗ କରିବା ସହ ଆତ୍ମହତ୍ୟା କରିଥିଲେ।

ଅଦ୍ୟତନ ହୋଇଛି
manav sharma

manav sharma

Advertisment

ଆଇଟି କମ୍ପାନୀ ମ୍ୟାନେଜର ମାନବ ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ପତ୍ନୀଙ୍କ ନିର୍ଯାତନା ସହି ନପାରି ମାନବ ଜୀବନ ହାରିବାର ଭିଡିଓ ଭାଇରାଲ ହୋଇଥିଲା। ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ଆଉ ଏକ ଘଟଣା ଏବେ ୟୁପିର ଆଗ୍ରାରୁ ସାମ୍ନାକୁ ଆସିଥିଲା । ସେ ବେକରେ ଫାଶୀ ଲଗାଇ ଲାଇଭ ଭିଡିଓ ବନାଇଥିଲେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଆଲୋଡନ ସୃଷ୍ଟି କରିଥିଲା। ଭିଡିଓରେ ମାନବ ଆତ୍ମହତ୍ୟା ପାଇଁ ନିଜ ପତ୍ନୀଙ୍କୁ ଦାୟୀ କରିଛନ୍ତି । ପତ୍ନୀ ନିଜ ବୟଫ୍ରେଣ୍ଡ ସହିତ ରହିବାକୁ ଚାହୁଁଥିବା ନେଇ ମାନବ ଅଭିଯୋଗ କରିବା ସହ ଆତ୍ମହତ୍ୟା କରିଥିଲେ। ଏହା ସହିତ ଅତୁଷ ସୁଭାଷଙ୍କ ଭଳି ପୁରୁଷଙ୍କ ପାଇଁ ନ୍ୟାୟ ଦାବି କରିଥିଲେ।

Advertisment

ମାନବ ଶର୍ମା ଆଗ୍ରା ଜିଲ୍ଲାର ଡିଫେନ୍ସ କଲୋନୀରେ ରହୁଥିଲେ । ସେ ଏକ ଆଇଟି କମ୍ପାନୀରେ ରିକ୍ରୁଟମେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ଗତ ୨୪ ତାରିଖରେ ମାନବ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ କାନ୍ଦି କାନ୍ଦି ଏକ ଲାଇଭ ଭିଡିଓ ବନାଇଥିଲେ ।

ଅଧିକ ପଢ଼ନ୍ତୁ: ଅତୁଲ ସୁଭାଷ ମୃତ୍ୟୁ ଘଟଣା, ଆଇନର ଦୁରୁପଯୋଗ ନେଇ ସର୍ବୋଚ୍ଚ ଅଦାଲତଙ୍କ ଉଦବେଗ

Advertisment

ଏହି ଘଟଣାକୁ ନେଇ ମାନବଙ୍କ ପିତା ଏକ ମାମଲା ରୁଜୁ କରିଥିବା ସୂଚନା ଦେଇଛନ୍ତି ଆଗ୍ରା ପୋଲିସ ଡିସିପି ସୂରଜ ରାଜ। ଏୟାର ଫୋର୍ସ ଭେଟେରାନ ନରେନ୍ଦ୍ର ଶର୍ମାଙ୍କ ଅଭିଯୋଗ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ବୋହୂ ଓ ତାଙ୍କ ପରିବାର ନାମରେ ଆବେଟମେଣ୍ଟ ଟୁ ସୁଇସାଇଡ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଭଳି ଅଭିଯୋଗ ଆଣିଛନ୍ତି ନରେନ୍ଦ୍ର।

ନରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ବିବାହ ପରେ ପତ୍ନୀ ନିଜ ବୟଫ୍ରେଣ୍ଡ ସହିତ ରହିବାକୁ ଇଚ୍ଛା ଜାହିର କରିଥିଲେ। ଜାନୁଆରୀ ୩୦, ୨୦୨୪ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା। ବିଭିନ୍ନ ସମୟରେ ବାହାନା କରି ମାନବଙ୍କୁ ନିର୍ଯାତନା ଦେଉଥିଲେ। ଫେବୃଆରୀ ୨୩ ତାରିଖରେ ଯେତେବେଳେ ମାନବ ନିଜ ପତ୍ନୀଙ୍କୁ ଛାଡିବା ପାଇଁ ଶ୍ବଶୁର ଘରକୁ ଯାଇଥିଲେ ସେତେବେଳେ ସେଠାରେ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ । ଏହି କାରଣରୁ ମାନବ ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି ପିତା।

Advertisment

ଅନ୍ୟ ପକ୍ଷରେ ମାନବଙ୍କ ପତ୍ନୀ ଏକ ଇନଷ୍ଟାଗ୍ରାମ ଲାଇଭରେ ଆସିବା ସହିତ ସେ ଆତ୍ମହତ୍ୟାର କାରଣ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ମାନବ ନିୟମିତ ଭାବେ ମଦ୍ୟପାନ କରୁଥିଲେ। ଅତୀତରେ ମଧ୍ୟ ଅନେକ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ବେଳେ ମୁଁ ତାଙ୍କୁ ବଞ୍ଚାଇଥିଲି। ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳାଫଳ ମିଳି ନ ଥିଲା। ସେହିପରି ବୟଫ୍ରେଣ୍ଡ ସହ ରହିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ବିବାହ ପୂର୍ବରୁ ମୋର ସମ୍ପର୍କ ଥିଲା ମାତ୍ର ବିବାହ ପରେ ବୟଫ୍ରେଣ୍ଡ ସହ କୌଣସି ପ୍ରକାରର ସମ୍ପର୍କ ନଥିଲା।

ଶୁକ୍ରବାର ଭାଇରାଲ ହୋଇଥିବା ଭିଡିଓରେ ମାନବ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ କରିବା ସହ ପୁରୁଷଙ୍କ ସୁରକ୍ଷା ପାଇଁ ଆଇନ ଆଣିବା କଥା ମଧ୍ୟ କହିଥିଲେ । ଲୁହାଭରା ଆଖିଲେ ନିବେଦନ କରିଥିଲେ, ଦୟାକରି କେହି ତ ପୁରୁଷଙ୍କ ପାଇଁ ସ୍ବର ଉତ୍ତୋଳନ କରନ୍ତୁ । ସେମାନେ ଖୁବ୍ ଏକୁଟିଆ ହୋଇଯାଆନ୍ତି । ଏହାପରେ ବାପାମାଆଙ୍କୁ ସରି କହି ମୃତ୍ୟୁର ଫାସରେ ଝୁଲିପଡିଥିଲେ ମାନବ । ଏହି ଘଟଣାରେ ମୃତକଙ୍କ ବାପା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ମାନବଙ୍କ ମୃତ୍ୟୁ ବେଙ୍ଗାଲୁରୁର ଅତୁଲଙ୍କ କଥା ପୁଣିଥରେ ମନେପକାଇ ଦେଇଛି ।

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ