Advertisment

KIIT University: ବାପାଙ୍କ ଆଗରେ କିଟ୍‌ ଛାତ୍ରୀଙ୍କର ହେଲା ଶବ ବ୍ୟବଚ୍ଛେଦ

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ପିଲାମାନଙ୍କୁ ଫେରାଇ ଆଣିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି।

ଅଦ୍ୟତନ ହୋଇଛି
KIIT University girl student’s Post-Mortem Report

KIIT

Advertisment

ଦୁଇ ଦିନ ପରେ ହୋଇଛି କିଟ୍‌ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ। ଏମ୍‌ସରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହୋଇଛି। ମୃତ ଛାତ୍ରୀଙ୍କ ବାପା ଓ ସମ୍ପର୍କୀୟ ଭାଇ ମଧ୍ୟ ଉପସ୍ଥିତ ରହିଥିଲେ। ଆସନ୍ତାକାଲି ବିମାନ ଯୋଗେ ଛାତ୍ରୀଙ୍କ ମୃତଦେହ ନେପାଳ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

Advertisment

ସେପଟେ ଏହି ଘଟଣାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ପିଲାମାନଙ୍କୁ ଫେରାଇ ଆଣିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି। କ୍ୟାମ୍ପସ୍‌ ଛାଡ଼ିଥିବା ପିଲାମାନେ ବର୍ତ୍ତମାନ କେଉଁଠି ଅଛନ୍ତି ଜଣାଇବେ। କେତେ ପିଲା ଫେରୁଛନ୍ତି ଘଣ୍ଟାକୁ ଘଣ୍ଟା ଅନ୍ତରରେ ରିପୋର୍ଟ କରିବେ। ଫେରୁଥିବା ପିଲାଙ୍କ ବିରୋଧରେ କେହି ପ୍ରତିଶୋଧ ନେଇ ପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଛାତ୍ରୀ ମୃତ୍ୟୁ ନେଇ କଣ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇଲେ ନାହିଁ? ସେ ସମ୍ପର୍କରେ ପଚାରିଛୁ। ଯେଉଁମାନେ ଭାରତ-ନେପାଳ ସମ୍ପର୍କ ଅବନତି ହେଲା ଭଳି କାର୍ଯ୍ୟ କରିଛନ୍ତି କାର୍ଯ୍ୟାନୁଷ୍ଠାନ ହେବ। ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଛି। ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଗରୁ ଘଟିଛି ଅନେକ ଘଟଣା, ସୁଧୁରିନାହାନ୍ତି କିଟ୍ କର୍ତ୍ତୃପକ୍ଷ !

ସୂଚନାରୁ ପ୍ରକାଶ, ରବିବାର ରାତିରେ କିଟ୍‌ ଉତ୍ସବ ମୁଖର ହୋଇଥିଲା। ସେଲିବ୍ରେସନ୍‌ରେ ମାତିଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। ହେଲେ ତାହାରି ଭିତରେ ନେପାଳୀ ଛାତ୍ରୀ ପ୍ରକୃତି ନିଜ ରୁମ୍‌ରେ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ନେଇ ରାତିରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଆତ୍ମହତ୍ୟା କରିଥିବା ପୂର୍ବତନ ପ୍ରେମିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆନ୍ଦୋଳନ କରୁଥିବା ନେପାଳୀ ଛାତ୍ରଛାତ୍ରୀ।

କ୍ୟାମ୍ପସରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଟ୍‌ର ଦୁଇ ଜଣ ଅଧିକାରୀ ହଷ୍ଟେଲ୍‌ରେ ଛାତ୍ରଛାତ୍ରୀଙ୍କୁ ଗାଳି ଦେଇଥିଲେ। ବିବାଦୀୟ ମନ୍ତବ୍ୟ ଦେଇଥିଲେ। ହଷ୍ଟେଲ୍‌ ଛାଡ଼ିବା ପାଇଁ ଧମକ ଦେଇଥିଲେ।ଏପରିକି ଜବରଦସ୍ତି ଛାତ୍ରଛାତ୍ରୀ ହଷ୍ଟେଲରୁ ବାହାର କରିଦେଇଥିଲେ। କିଟ୍‌ କର୍ତ୍ତୃପକ୍ଷ ସିକ୍ୟୁରିଟି ଗାର୍ଡକୁ ଲଗାଇ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା।

Advertisment

କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ନିର୍ଯାତନା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ଥିତି ଅଣାୟତ୍ତ ହୋଇଥିଲା। ମାମଲାରେ ନେପାଳ ଷ୍ଟୁଡେଣ୍ଟ ୟୁନିୟନ୍‌ ଓ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ଏଥିସହ ଭାରତରେ ଅବସ୍ଥାପିତ ନେପାଳ ଆମ୍ୱାସିର ଦୁଇ ଅଧିକାରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପୂରା ଘଟଣା ଉପରେ ନଜର ରଖିଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ

KIIT Student Suicide KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ