Advertisment

ଅପକର୍ମ ଲୁଚାଇବାକୁ ଅଚ୍ୟୁତଙ୍କ ପୁଣି ପୁରୁଣା ଫନ୍ଦି, ପିଲା ଓ ଅଭିଭାବକଙ୍କୁ ଢାଲ କରି ଗଣମାଧ୍ୟମକୁ ଟାର୍ଗେଟ୍

ପୁଣି ବାହାରିଲା କିଟ୍ ପ୍ରତିଷ୍ଠାତ ଅଚ୍ୟୁତ ସାମନ୍ତଙ୍କର ସେଇ ପୁରୁଣା ଖୋଇ। କିଟ୍ ଓ କିସ୍ କେଳେଙ୍କାରୀ ବିରୋଧରେ ଅଭିଯୋଗ ବାବାଦରେ ବିଲକୁଲ୍ ମୁହଁ ଖୋଲନି, ବରଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ତାଙ୍କରି ମୁହଁରେ ଗଣମାଧ୍ୟମକୁ ଟାର୍ଗେଟ୍ କର। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଏଇ କ୍ରମରେ ଓଟିଭି ଉପରେ ମିଥ୍ୟା ଦୋଷାରୋପର ଅଭିଯାନ ଆରମ୍ଭ ହୋଇଯାଇଛି।

undefined

achyuta

Advertisment

ପୁଣି ବାହାରିଲା କିଟ୍ ପ୍ରତିଷ୍ଠାତ ଅଚ୍ୟୁତ ସାମନ୍ତଙ୍କର ସେଇ ପୁରୁଣା ଖୋଇ। କିଟ୍ କିସ୍ କେଳେଙ୍କାରୀ ବିରୋଧରେ ଅଭିଯୋଗ ବାବାଦରେ ବିଲକୁଲ୍ ମୁହଁ ଖୋଲନି, ବରଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ତାଙ୍କରି ମୁହଁରେ ଗଣମାଧ୍ୟମକୁ ଟାର୍ଗେଟ୍ କର। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଏଇ କ୍ରମରେ ଓଟିଭି ଉପରେ ମିଥ୍ୟା ଦୋଷାରୋପର ଅଭିଯାନ ଆରମ୍ଭ ହୋଇଯାଇଛି। ଭାଇରାଲ୍ ହେଉଛି କିସ୍ ଆଦିବାସୀ ଅଭିଭାବକ ସଂଘ ପ୍ୟାଡରେ ଓଟିଭି ବିରୋଧରେ ବିଷୋଦ୍ଗାରର ଚିଠି। ଏଣେ ବରିଷ୍ଠ ସାମ୍ବାଦିକ ଓ RTI କର୍ମୀ କହିଛନ୍ତି ଯେବେ ବି ଅଚ୍ୟୁତଙ୍କ ବେଆଇନ୍ କାମର ଚିଠା ଖୋଲେ, ସେତେବେଳେ ଢାଲ ହୁଅନ୍ତି କିସ୍ ପିଲା ଓ ଅଭିଭାବକ। ତାସହିତ ସାମ୍ନାକୁ ଆସି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯବାବ ଦେବାକୁ ଅଚ୍ୟୁତଙ୍କୁ ଚ୍ୟାଲେଞ୍ଜ୍ ଦେଇଛନ୍ତି RTI କର୍ମୀ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା-ଜୟନାରାୟଣ ମିଶ୍ର

ଅପକର୍ମକୁ ଲୁଚାଇବାକୁ ଅଚ୍ୟୁତଙ୍କ ପୁଣି ସେଇ ପୁରୁଣା ଫନ୍ଦି। ନିଜ ମୁହଁରେ ତୁଣ୍ଡିବାନ୍ଧି ପ୍ରାୟୋଜିତ ସଂଘ ଜରିଆରେ ତୁଚ୍ଛା ଦୋଷାରୋପ ପାପ ଘୋଡ଼ାଇବାକୁ ପୁଣି ଭାବନାର ଖେଳ, ଆଦିବାସୀଙ୍କୁ ଢାଲ। ଯାହାର ସଦ୍ୟତମ ଉଦାହରଣ କିସ୍ ଆଦିବାସୀ ଅଭିଭାବକ ସଂଘ ପ୍ୟାଡରେ ଜାରି ହୋଇଥିବା ଏ ଚିଠି, ଯାହାକି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ କିଟ୍ ଓ କିସ ମିଛ ଅବଦାନର ଢୋଲପିଟା ସାଙ୍ଗକୁ ସଂସ୍ଥା କେଳେଙ୍କାରୀର ସତ ଖବର ଲୋକଙ୍କ ସାମ୍ନାକୁ ଆଣୁଥିବା ଓଟିଭି ବିରୋଧରେ କୁତ୍ସା ରଟନା, ରାଜରାସ୍ତାକୁ ଓହ୍ଲାଇବାର ଧମକ। ଏଥିରେ ଦର୍ଶାଯାଇଛି ଯେ ଓଟିଭି ଓ ଏହାର ପ୍ରତିଷ୍ଠାତା ବୈଜୟନ୍ତ ପଣ୍ଡା ସର୍ବଦା କିସ୍, କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ମନଗଢ଼ା, ଅସତ୍ୟ ଓ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣ କରି ବଦନାମ୍ କରି ଚାଲିଛନ୍ତି।

ଏପରିକି ଓଟିଭି ପ୍ରତିନିଧିମାନେ କିସ୍ ଛାତ୍ରଛାତ୍ରୀଙ୍କୁ ଧମକାଇ ବାଇଟ୍ ନେବା ସହ ଫୋନ୍ କରି କିସ୍ ଛାଡ଼ି ଚାଲିଯିବାକୁ ଧମକ ଦେବା, ଏବଂ ଲୁଚିଛପି ଡ୍ରୋନ୍ ଜରିଆରେ ଛାତ୍ରୀ ନିବାସର ଫଟୋ ଉତ୍ତୋଳନ କରୁଛନ୍ତି। ତେବେ ଏଭଳି ଅତି ତଳସ୍ତରର ହାସ୍ୟାସ୍ପଦ ଏବଂ କପୋଳକଳ୍ପିତ ଅଭିଯୋଗକୁ ଓଟିଭି ଦୃଢ଼ଭାବେ ଖଣ୍ଡନ କରିବା ସହ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଓଟିଭି ଜରିଆରେ କିଟ୍ ଓ କିସ୍ କେଳେଙ୍କାରୀର ସତ ସବୁ ପଦାକୁ ଆସିବା ପରେ ଇଏ ପ୍ରତିଷ୍ଠାତା ଅଚ୍ୟୁତଙ୍କ ବାଉଳାପଣର ନିଦର୍ଶନ। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଓଟିଭି ଉପରେ ଅଚ୍ୟୁତ ସାମନ୍ତଙ୍କ ପ୍ରାୟୋଜିତ ସଂଘ ଦୋଷ ଲଦୁଥିବା ବେଳେ, ମୂଳ ପ୍ରସଙ୍ଗରେ କିନ୍ତୁ ଏଯାଏଁ ପୂରା ତୁଣ୍ଡି ବାନ୍ଧିଛନ୍ତି ଅଚ୍ୟୁତ। ତାଙ୍କ ପାଇଁ ଯେମିତି ରାଜ୍ୟ ଓ ଦେଶର ସମ୍ମାନ କିଛି ମାଇନା ରଖେନି। ଯେଉଁ କାଣ୍ଡ ପାଇଁ ବିଦେଶରେ ରାଜ୍ୟ ବଦନାମ୍ ହେଲା, ଦେଶ ଦୁର୍ନାମ ମୁଣ୍ଡେଇଲା, ନେପାଳ ସହ ସଂପର୍କ ଖରାପ ହେବା ଭଳି ସ୍ଥିତି ଉପୁଜିଲା ଘଟଣାର ୨୦ ଦିନ ପରେ ବି ସେନେଇ ଅଚ୍ୟୁତ ଥରୁଟିଏ ବି ମୁହଁ ଖୋଲୁ ନାହାନ୍ତି କାହିଁକି? ଯଦି ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କର କୌଣସି ଦୋଷ ତ୍ରୁଟି ନାହିଁ ତାହେଲେ ସ୍ପଷ୍ଟୀକରଣ ରଖିବାରେ ସମସ୍ୟା କେଉଁଠି? ତେବେ ଏହା ଭିତରେ ଓଟିଭି ପ୍ରସାରଣ କରିଥିବା କିଛି ରିପୋର୍ଟ ଓ ତାକୁ ଭିତ୍ତିକରି ଉଠାଇ ଆସିଥିବା ପ୍ରମୁଖ ପ୍ରଶ୍ନ ହେଲା ନେପାଳୀ ଛାତ୍ରୀ ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ପୂର୍ବତନ ବୟଫ୍ରେଣ୍ଡ ଦେଉଥିବା ନିର୍ଯାତନା ସଂପର୍କରେ କିଟର IRO ବା ଇଣ୍ଟରନ୍ୟାସନାଲ ରିଲେସନ୍ ଅଫିସରେ ଅଭିଯୋଗ କରିଥିଲେ ନା ନାହିଁ ?

Advertisment

ଆତ୍ମହତ୍ୟା ପରେ ଘଟଣାକୁ ରଫାଦଫା କରିବାକୁ କର୍ତ୍ତୃପକ୍ଷ ଚେଷ୍ଟା କରିଥିଲେ ନା ନାହିଁ ? ନ୍ୟାୟ ପାଇଁ ଧାରଣାରେ ଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଦେଶ ନାଁ ନେଇ ଗାଳିଗୁଲଜ କରାଯିବା, ସିକ୍ୟୁରିଟି ଲଗାଇ ମାଡ଼ ମରାଯିବା, କେବଳ ନେପାଳୀ ପିଲାଙ୍କ ପାଇଁ ହଷ୍ଟେଲ୍ ସାଇନ୍ଏଡାଏ ଡିକ୍ଲାର କରି ଅମାନବୀୟ ଢଙ୍ଗରେ ବିଦା କରି ଦିଆଯିବା, ଏପରିକି ଜୋରଜବଦସ୍ତ କଟକ ରେଳ ଷ୍ଟେସନରେ ଛଡ଼ାଯିବା ଭଳି ଘଟଣା ଘଟିଛି କି ନାହିଁ ? ଏହା ବ୍ୟତିତ କିଟ୍ ୟୁନିଭର୍ସିଟିରେ ନିୟମିତ ଭାବେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା ଘଟୁଛି ନା ନାହିଁ ? କିସ୍ ରୁ ଆଦିବାସୀ ପିଲାମାନେ ନିଖୋଜ ହେଉଛନ୍ତି କି ନାହିଁ ? କିସ୍ ରେ ଅସ୍ବାସ୍ଥ୍ୟକର ପରିବେଶରେ ଏବଂ ଅଯତ୍ନରେ ପିଲାମାନେ ରହୁଛନ୍ତି ନା ନାହିଁ ? ଏ ନେଇ ଅତୀତରେ ଖୋର୍ଦ୍ଧା ସିଡବ୍ଲୁସି ଦେଇଥିବା ରିପୋର୍ଟ ସତ କି ନୁହେଁ ? ଏପରିକି କିଟ୍ ଓ କିସ୍ କର୍ତ୍ତୃପକ୍ଷ ଇଡକୋ ଓ ଜଙ୍ଗଲ ଜମି ଜବର ଦଖଲ କରି ସଂସ୍ଥାର ବିସ୍ତାର କରିଛନ୍ତି ନା ନାହିଁ ? କାରଣ ପୂର୍ବରୁ ବିଧାନସଭାରେ ମଧ୍ୟ ଜମି କେଳେଙ୍କାରୀ ତଥ୍ୟ ଆସିଥିଲା, ଏପରିକି ବରିଷ୍ଠ ନାଗରିକମାନେ ସେମାନଙ୍କ ଜମି ହଡ଼ପ କରିଥିବା NHRC ଟିମ୍ ଆଗରେ ବଖାଣିଛନ୍ତି। ତେଣୁ ଓଟିଭି ଯାହା ଦେଖାଇଛି, ତଥ୍ୟ ପ୍ରମାଣ ସହ, ଅଭିଯୋଗକାରୀଙ୍କ ବିବୃତ୍ତି ଆଧାରରେ ହିଁ ଦର୍ଶକଙ୍କ ସାମ୍ନାକୁ ଆଣିଛି। ତେବେ ବାରମ୍ବାର ଯୋଗାଯୋଗ ସତ୍ତ୍ବେ ନା ଅଚ୍ୟୁତ ନା ତାଙ୍କ ସଂସ୍ଥା କେହି ବି ଏସବୁ ପ୍ରଶ୍ନ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି।

ଅଧିକ ପଢ଼ନ୍ତୁ: ଘଣ୍ଟି ବଜାଇଲେ ମୋହନ, ୧ କୋଟି ମହିଳାଙ୍କୁ ମିଳିଲା ଦ୍ୱିତୀୟ କିସ୍ତି

Achyuta Samanta KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ