/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754308165.jpg)
Thief Slept
ଉତ୍ତର ପ୍ରଦେଶର କାନପୁରରୁ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଚୋରୀ କରିବାକୁ ଆସି ପ୍ରଥମେ ଚୋରୀ କଲା, ତା’ପରେ ନରମ ଗଦି ଦେଖି ଯିବ କଣ ସେଠି ଶୋଇପଡ଼ିଲା । ଆଗେ ଭଲ ନିଦଟିଏ ନେଇଗଲା ।
ସକାଳୁ ନିଦ ଭାଙ୍ଗିଲା ବେଳକୁ ତା ସାମ୍ନାରେ ଘରର ଲୋକମାନେ ଠିଆ ହୋଇଥିଲେ । ସେମାନେ ଚୋରକୁ ପ୍ରଥମେ ମାଡ଼ ମାରିଲେ, ତା’ପରେ ପୁଲିସ ହାତରେ ଦେଇଦେଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ରିପୋର୍ଟ ଅନୁସାରେ, ଏହି ଘଟଣା କାନପୁରର ନାଜିରାବାଦ ଅଞ୍ଚଳରେ ଘଟିଛି। ଏଠାରେ ବିନୋଦ କୁମାର ତାଙ୍କ ପରିବାର ସହିତ ରହନ୍ତି। ୨ ଜୁଲାଇ ରାତିରେ ସେ ନିଜ ଘରେ ଥିଲେ। ଏହି ସମୟରେ ଅରୁଣ କୁମାର ନାମକ ଜଣେ ବ୍ୟକ୍ତି ଚୋରୀ କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ପଶିଲା।
ଅରୁଣ ବିନୋଦଙ୍କ ପଡ଼ୋଶୀ । ସେ ଚୁପଚାପ ଆଲମାରୀର ତାଲା ଭାଙ୍ଗି ନଗଦ ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ନେଇ ନିଜ ପକେଟରେ ରଖିଥିଲେ । ପୁଲିସ କହିଛି ଯେ ଅରୁଣ ନିଶାରେ ଥିଲା, ଯେଉଁଥିପାଇଁ ସେ ନରମ ଗଦି ଦେଖି ଶୋଇ ପଡ଼ିଲା।
ସକାଳେ ଯେତେବେଳେ ବିନୋଦ ସେହି ରୁମକୁ ଗଲେ, ସେ ବିଛଣାରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଦେଖିଲେ। କୋଠରୀର ଅବସ୍ଥା ଦେଖି ସେ ଆଶ୍ଚର୍ଯ୍ୟ ହେଲେ। ଖୋଲା ଆଲମାରୀ ଦେଖି ସେ ବୁଝିଗଲେ ଯେ ବିଛଣାରେ ଶୋଇଥିବା ବ୍ୟକ୍ତି ଜଣେ ଚୋର, ଯିଏ ଚୋରୀ କରିବା ପରେ ଶୋଇ ପଡ଼ିଛି।
ତା’ର ପକେଟ ଚେକ୍ କରିବାରୁ ଚୋରୀ ହୋଇଥିବା ଟଙ୍କା ଓ ଅଳଙ୍କାର ମିଳିଲା। ଘରେ ଲୋକ ରାଗରେ ଅରୁଣକୁ ଗାଳିଗୁଲଜ କରି ମାଡ଼ ମାରିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।ଘଟଣାର ସୂଚନା ନାଜିରାବାଦ ପୁଲିସକୁ ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି।
ଚୋର ପାଖରୁ ଚୋରୀ ହୋଇଥିବା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)