• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ରେଡ୍ କରୁଛି ଆଇଟି । ଗତବର୍ଷ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନରେ ହୋଇଥିଲା ଚଢ଼ାଉ । ଭୁବନେଶ୍ୱର ସ୍ଥିତ ତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଥିବା ସୂଚନା ମିଳିଛି ।

ତେବେ ଏନେଇ ସୁବ୍ରତ ଛାଟୋଇଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଭୋର ୪ ଟାରୁ ଏହି ରେଡ ଆରମ୍ଭ ହୋଇଛି । ତେବେ କେତୋଟି ଟିମ ଏହି ରେଡରେ ସାମିଲ ଅଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏକା ସାଙ୍ଗରେ ତାଙ୍କର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନୱରେ ରେଡ ଚାଲିଛି । ଗତବର୍ଷ ମେ ମାସରେ ମଧ୍ୟ ସମାନ ତରିକାରେ ଉକ୍ତ କୋଚିଂ ସେଣ୍ଚରରେ GST ରେଡ ହୋଇଥିଲା ।

ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଫାଙ୍କିବା ନେଇ ସେତେବେଳେ ମଧ୍ୟ ସୁବ୍ରତଙ୍କ ଉପରେ ଅଭିଯୋଗ ହୋଇଥିଲା । ପରେ ପରେ ଏନେଇ ମାମଲା ରୁଜୁ କରାଯିବା ସହ ସୁବ୍ରତଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ତେବେ ବର୍ତ୍ତମାନର ଆୟକର ବିଭାଗ ତରଫରୁ ହୋଇଥିବା ରେଡରେ ସବିଶେଷ ତଥ୍ୟ ମିଳିପାରିନାହିଁ । କେବଳ ଏକା ସାଙ୍ଗରେ ତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ ଚାଲିଛି ।

ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ସୁବ୍ରତ ଛାଟୋଇ ଭୁବନେଶ୍ବର ସ୍ଥିତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଥିବା ସୂଚନା ମିଳିଛି । ସେପଟେ ଯାଜପୁରରେ ବି ସୁବ୍ରତଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ଚଢ଼ାଉ ହୋଇଛି । ଯାଜପୁର ସଦରଥାନା ମଲ୍ଲିକାପୁର ଅନ୍ତର୍ଗତ ଦିବ୍ୟ ରଂଜନ ନାୟକଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି । ଯାଜପୁର ରୋଡରେ ଥିବା ହୋଟେଲ ଯଯାତିର ନିର୍ଦ୍ଦେଶକ ଅଛନ୍ତି ଦିବ୍ୟ ରଂଜନ ନାୟକ ଓ ସୁବ୍ରତ କୁମାର ଛାଟୋଇ । ଏକାଥରରେ ଯାଜପୁର ରୋଡ୍ ଓ ଯାଜପୁର ଟାଉନ ଅଞ୍ଚଳରେ ଚଢ଼ାଉ ଚାଲିଛି ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ମାତିଛନ୍ତି ଲୁଟେରା; ଥଣ୍ତାରେ ନିଶା ଦେଇ ବୁଲାଉଛନ୍ତି କଳାକନା

ସୁବ୍ରତଙ୍କର ବିଜେଡିରେ ଦବଦବା ରହିଥିବା ବେଳେ ନିର୍ବାଚନରେ ତାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ମଧ୍ୟ ଲାଗିରହିଛି । କୋଚିଂ ନେବାକୁ ଆସିଥିବା ଛାତ୍ରମାନଙ୍କୁ ଫେରାଇ ଦିଆଯାଇଛି । ଆର୍ଥିକ ହେରଫେର ପାଇଁ ଚାଲିଛି ରେଡ । କୋଚିଂ ସେଣ୍ଟର ମାଧ୍ୟମରେ କଳା ଟଙ୍କାକୁ ଧଳା କରାଯାଉଥିବା ଅଭିଯୋଗ ମଧ୍ୟ ଆସିଛି ।