Advertisment

ରାଜଧାନୀରେ ମାତିଛନ୍ତି ଲୁଟେରା; ଥଣ୍ତାରେ ନିଶା ଦେଇ ବୁଲାଉଛନ୍ତି କଳାକନା

ସାବଧାନ ରାଜଧାନୀରେ ମାତିଛନ୍ତି ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ। ରାସ୍ତାରେ ଅଟୋ ରଖି ଡାକିବେ, ମିଠା କଥା କହି ବନ୍ଧୁତା ସ୍ଥାପନ କରିବେ। ଆଉ ପରେ ଥଣ୍ଡା ପାନୀୟରେ ନିଶା ବାଟିକା ପକାଇ ପିିଇବାକୁ ଦେଇ ଅଚେତ ହେବା ପରେ ଲୁଟିବେ।

author-image
Manoranjan Behera
Loot

Loot

ଥଣ୍ଡାରେ ନିଶା ଦେଇ ଯାତ୍ରୀଙ୍କୁ ଲୁଟ କରୁଥିବା ୨ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଜଣେ ଗିରଫ ହୋଇ ୩ ବର୍ଷ ସଜା କାଟି ଜେଲରୁ ଫେରିଛି। ପକ୍ଷାଘାତ ରୋଗୀଙ୍କ ପାଇଁ ବ୍ୟବହୃତ ମେଡିସିନ ବ୍ୟବହାର କରି ଏମାନେ ଲୋକଙ୍କୁ ଲୁଟୁଥିବା ସାମ୍ନାକୁ ଆସିଛି।

Advertisment

ସାବଧାନ ରାଜଧାନୀରେ ମାତିଛନ୍ତି ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ। ରାସ୍ତାରେ ଅଟୋ ରଖି ଡାକିବେ, ମିଠା କଥା କହି ବନ୍ଧୁତା ସ୍ଥାପନ କରିବେ। ଆଉ ପରେ ଥଣ୍ଡା ପାନୀୟରେ ନିଶା ବାଟିକା ପକାଇ ପିିଇବାକୁ ଦେଇ ଅଚେତ ହେବା ପରେ ଲୁଟିବେ। ଏଭଳି ନିଶା ଦେଇ ଲୁଟ୍ କରୁଥିବା ୨ ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ଜଣଙ୍କ ନାଁ ବୁଦ୍ଧିରାମ ସ୍ୱାଇଁ ଓରଫ ବୁଦ୍ଧିଆ ଓ ଅନ୍ୟ ଜଣଙ୍କ ନାଁ ଗୁଡୁ ନାୟକ ଓରଫ ମୁନା।

ଗତ ୨୧ ତାରିଖ ଦିନ ୧୦ଟା ବେଳେ ପନିପରିବା ବିକ୍ରି କରି ଫେରିବା ବେଳେ ଦୁଇ ଲୁଟେରା ନରେଶଙ୍କୁ ଅଟୋରେ କଟକ ପର୍ଯ୍ୟନ୍ତ ଯିବାକୁ କହିଥିଲେ। ବ୍ୟବହାର ଏତେ ମାର୍ଜିତ ଥିଲା ଯେ, ସନ୍ଦେହ କରିନଥିଲେ ନରେଶ। ଆଉ ଏହି ସରଳପଣିଆ ପାଇଁ ସେ ଫସି ଯାଇଥିଲେ। ନରେଶ ଠାରୁ ୪୨ ହଜାର ଟଙ୍କା ଲୁଟ କରିବା ପରେ ଜଗତପୁରରେ ତାଙ୍କୁ ଫୋପାଡି ଚାଲି ଯାଇଥିଲେ।

Advertisment

ଶହୀଦନଗର ଥାନାରେ ଏକ ନିଖୋଜ ମାମଲା ହେବା ପରେ ଏହାକୁ ଗୁରୁତର ଭାବେ ନେଇଥିଲା ପୋଲିସ। ତଦନ୍ତକୁ ବ୍ୟାପକ କରିବା ବେଳେ ନରେଶ ଚେତା ଶୂନ୍ୟ ଅବସ୍ଥାରେ ଜଗତପୁର ମାର୍କେଟ ନିକଟରୁ ଉଦ୍ଧାର ହୋଇଥିଲେ। ଆଇଆଇସି ନିଜେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଲୋକେସନକୁ ଟ୍ରେସ କରି ପେଶାଦାର ଲୁଟେରା ବୁଦ୍ଧିଆ ଓ ମୁନାଙ୍କୁ ଗିରଫ କରିଛନ୍ତି। ବୁଦ୍ଧିଆ ନାଁରେ ପୂର୍ବରୁ ଏଭିଭଳି ୧୨ ଟି ମାମଲା ରହିଛି। ଏପରିକି ନିଶା ଦେଇ ଲୁଟ ରେ ସଜ୍ଜା ମଧ୍ୟ ହୋଇଛି। ସେପଟେ ବାଲେଶ୍ବରରୁ କିଭଳି ଭାବେ ବିନା ପ୍ରେସକ୍ରିପ୍ସନରେ ନିଶା ବଟିକା ଆସୁଛି, ସେ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ପୂର୍ବରୁ ବହୁ ନିଶାଡ଼ିଆ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତଥାପି ମଧ୍ୟ ଏହି ଗ୍ୟାଙ୍ଗ ରାଜଧାନିରେ ସକ୍ରିୟ ରହିଥିବା ଜଣାପଡିଛି।

Loot
Advertisment
Advertisment