Advertisment

ନବ ଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର କି ? ଜାଣନ୍ତୁ କିଏ କ’ଣ କହୁଛନ୍ତି...

ଫିଟିନି ନବ ଦାସଙ୍କ ହତ୍ୟା ରହସ୍ୟ। ୨ ଦିନ ପରେ ବି ଅନ୍ଧାରରେ ପୂରା ରାଜ୍ୟ। ପରିବାର ଲୋକେ ବିରୋଧିଙ୍କୁ ଦାୟୀ କରୁଛନ୍ତି। ତେବେ ଏହା ପଛରେ ରହିଛି କି ଏକ ବଡ ଧରଣର ଷଡଯନ୍ତ୍ର? ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।

ଅଦ୍ୟତନ ହୋଇଛି
Health Minister Murder Case: Conspiracy To Kill Naba Das

Is it a conspiracy to kill Naba Das what is your view

Advertisment

ପଶ୍ଚିମ ଓଡିଶାର ଜଣେ ଆଗଧାଡିର ନେତା ତଥା ଓଡିଶା ର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଜଣେ ପୋଲିସ୍ କର୍ମଚାରୀ ଗୁଳିକରି ହତ୍ୟା କରିବା ପଛର କାରଣକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀ ଗୋପାଳ ଦାସ ଗୁଳିମାରିଥିବା ନିଜେ କ୍ରାଇମ୍‌ବ୍ରାଞ୍ଚ୍‌ ଜେରା ବେଳେ ସ୍ୱୀକାର କରିଛନ୍ତି।

Advertisment

ତେବେ ସେ ଏମିତି କାଣ୍ଡ କାହିଁକି କଲେ? ତାଙ୍କ ଉପରେ ଏମିତି କିଛି ଚାପ ଥିଲା କି, ଯାହାଦ୍ୱାରା ସେ ଏଭଳି ଏକ ଭୟାନକ ପଦକ୍ଷେପ ନେଲେ? ଏହା ପଛରେ ଆଉ କାହାର ଷଡଯନ୍ତ୍ର ଅଛି କି? ପୋଲିସକୁ ହାତବାରିସୀ କରି ମନ୍ତ୍ରୀଙ୍କୁ ଆଉ କିଏ ମାରିଛି କି? ସାଧାରଣରେ ଏମିତି ଅନେକ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ଏଯାଏ ଏହାର ଉତ୍ତର ମିଳି ନାହିଁ। ନବ ଦାସଙ୍କ ହତ୍ୟାର ୨ଦିନ ଚାଲିଯାଇଥିଲେ ବି କ୍ରାଇମ୍‌ବ୍ରାଞ୍ଚ ହତ୍ୟାର କାରଣ ଖୋଲି ନଥିବାରୁ ରାଜ୍ୟବାସୀଙ୍କ ସନ୍ଦେହ ବଢି ଚାଲିଛି।

ଅନ୍ୟପକ୍ଷରେ ଏହା ପଛରେ ଷଡଯନ୍ତ୍ର ଅଛି ବୋଲି ନବଙ୍କ ଦାଦା ମତ ଦେଇଛନ୍ତି। ତେବେ ସେ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି? ଏହା ପଛରେ ଥିବା ବଡବଡିଆମାନେ କିଏ? ତାଙ୍କୁ ନେଇ ବିଭିନ୍ନ ମହଲରେ ଘଣ୍ଟା ଚକଟା ଚାଲିଛି। ନବ ଦାସ କାହା ପାଇଁ ଅଡୁଆ ଥିଲେ ତାକୁ ନେଇ ମଧ୍ୟ ତର୍ଜମା ଆରମ୍ଭ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଟ୍ୱିଷ୍ଟ ! ଗୋପାଳ ଦାସର ବଡ଼ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ

ଏହି ମାମଲାକୁ ନେଇ ଜନବାସୀଙ୍କ ପ୍ରତିକ୍ରିୟା ଉଦ୍ଦେଶ୍ୟରେ ଓଟିଭିର ସୋସିଆଲ୍ ମିଡିଆ ରେ ଏକ ‘ଜନମତ’ କାର୍ଡ ଶେୟାର ହୋଇଥିଲା। ଏଥିରେ ଅନେକ ଲୋକେ ନିଜ ନିଜ ମତ ପ୍ରକାଶ କରିଛନ୍ତି। ଖବର ଲେଖାହେବା ବେଳକୁ ଓଟିଭିର ଅଫିସିଆଲ୍ ଫେସ୍‌ବୁକ୍ ପେଜ୍‌ ରେ ଶେୟାର ହୋଇଥିବା ଏହି ପୋଷ୍ଟ୍ ଉପରେ ୩୦୦ରୁ ଅଧିକ ମତ ଆସିଥିଲା।

Advertisment

ଏଥିରେ ପ୍ରଶ୍ନ କରାଯାଇଥିଲା ଯେ “ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଏକ ହାଇଲେବୁଲ୍ ଷଡଯନ୍ତ୍ର ରହିଛି ବୋଲି ଆପଣ ଭାବୁଛନ୍ତି କି?” ଏହି ପ୍ରଶ୍ନର ଉତ୍ତର ‘ହଁ’, ‘ନା’ ରେ କହିବାକୁ କୁହାଯାଇଥିଲା ବେଳେ ପ୍ରାୟ ସମସ୍ତେ ‘ହଁ’ରେ ସେମାନଙ୍କ ମତ ରଖିଛନ୍ତି।

କେହି କେହି ସେମାନଙ୍କ ମତରେ ଏହି ଘଟଣା ପଛରେ ଜାତୀୟ ଦଳକୁ ଦାୟୀ କରୁଥିବା ବେଳେ ଆଉ କେହି ଆଞ୍ଚଳିକ ଦଳକୁ ଦୋଷୀ କରୁଛନ୍ତି। ଅନେକ ନିଜ ଦଳର ଲୋକ କାଳ ହୋଇଛନ୍ତି ବୋଲି ମଧ୍ୟ କହିଛନ୍ତି। ଓଟିଭିକୁ ଫଲୋ କରୁଥିବା ଫେସ୍‌ବୁକ୍ ବ୍ୟବହାରକାରୀ ଆଳୟ ସାମନ୍ତରାୟ ଏକ ବିଦ୍ରୋହାତ୍ମକ ମତ ଦେଇଛନ୍ତି। ସେ ନା ନେଇ ଦଳର ବଡବଡିଆଙ୍କୁ ଦୋଷୀ କରିଥିବା ବେଳେ ଏହାର ସିବିଆଇ ତଦନ୍ତ ହେଲେ ସ୍ପଷ୍ଟ ଚିତ୍ର ପଦାକୁ ଆସିବ ବୋଲି କହିଛନ୍ତି।

ସେହିପରି ବିକ୍ରମ ନାୟକ ସ୍ପଷ୍ଟ ଲେଖିଛନ୍ତି ଯେ “ଅନ୍ୟ ଦଳର ଟାଣୁଆ ନେତାଙ୍କୁ କିଣା ବିକା କଲେ ନିଜ ଦଳ ଭିତରେ ବିଭ୍ରାଟ ହୁଏ। ଶେଷରେ କିଣା ବିକା ନେତାଟି ନିଜର ପତିଆରା ପାଇଁ ଷଡ଼ଯନ୍ତ୍ରର ଶିକାର ହୁଏ।” ଅନ୍ୟ ଜଣେ ଏହାକୁ ଅସ୍ୱୀକାର କରି କହିଛନ୍ତି “ନା, ଏଠି ସେ ପ୍ରଶ୍ନ କୋଉଠୁ ଆସିଲା ? ମନ୍ତ୍ରୀଙ୍କ ଦୁର୍ବ୍ୟବହାର ହିଁ ତାଙ୍କର ମୃତ୍ୟୁର କାରଣ।”

Is it a conspiracy to kill Naba Das what is your view(ୟୁଟ୍ୟୁବ୍‌ରେ ଲୋକଙ୍କ ମତ)

ଅନ୍ୟପକ୍ଷରେ ଓଟିଭିର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲ୍‌ ରେ ମଧ୍ୟ ଏହି ମତକୁ ପୋଷ୍ଟ୍‌ କରାଯାଇଥିଲା। ଏହା ଏକ ଷଡଯନ୍ତ୍ର ବୋଲି ୭୮ ପ୍ରତିଶତ ମାନିଥିବା ବେଳେ ୧୧ ପ୍ରତିଶତ ଲୋକେ ‘ନାଁ’ କହିଛନ୍ତି ଏବଂ ୧୧ ପ୍ରତିଶତ କୌଣସି ମତ ଦେବାକୁ ଚାହିଁ ନାହାନ୍ତି ବୋଲି ମତ ଦେଇଛନ୍ତି।

Is it a conspiracy to kill Naba Das what is your view(ଟ୍ୱିଟରରେ ଲୋକଙ୍କ ମତ)

ସେହିପରି ଓଟିଭିର ଟ୍ୱିଟର ଆକାଉଣ୍ଟ ରେ ଏହା ଏକ ଷଡଯନ୍ତ୍ର ବୋଲି ୭୪.୫ ପ୍ରତିଶତ ଲୋକ କହୁଥିବା ବେଳେ ୧୯ ପ୍ରତିଶତ ଲୋକ ଏହାକୁ ନା' ବୋଲି କହିଛନ୍ତି। ଏହାକୁ ନେଇ ଆପଣଙ୍କ ମତ କ’ଣ ସ୍ପଷ୍ଟ କରନ୍ତୁ।

Naba Das Health Minister Naba Das Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ