Advertisment

ନବ ଦାସଙ୍କୁ ଗୁଳି କରିଥିବା ସ୍ୱୀକାର କରିଛି ଗୋପାଳ

ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ଆଜି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଇଛି କ୍ରାଇମବ୍ରାଞ୍ଚ୍ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Health Minister Naba Kishore Das Death Update

Naba Das

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ନିଜକୁ ହତ୍ୟାକାରୀ ବୋଲି ମାନିଛି। ଗୋପାଳ ହିଁ ଗୁଳିକାଣ୍ଡ ଘଟାଇଥିବା ନେଇ ସ୍ୱୀକାର କରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ଅରୁଣ ବୋଥ୍ରା। ଏଡିଜି ଆଜି ଗଣାମଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତ ଗୋପାଳକୁ ଗିରଫ କରାଯାଇଛି, ତାକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ। ରିମାଣ୍ଡରେ ନେଇ ଜେରା କଲେ ପୂରା ଘଟଣା ଜଣାପଡ଼ିବ। ଘଟଣାର ତଦନ୍ତ ଭଲ ଭାବରେ କରିବାକୁ ଚେଷ୍ଟା ଜାରି ରହିଛି। ଏ ମାମଲାରେ ଅଧିକରୁ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ସହ ସମସ୍ତ ପ୍ରତ୍ୟେକ୍ଷଦର୍ଶୀଙ୍କୁ ଜେରା କରାଯିବ କହିଛନ୍ତି ଏଡିଜି। ସେପଟେ ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ଆଜି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଇଛି କ୍ରାଇମବ୍ରାଞ୍ଚ୍।

Advertisment

ଅଧିକ ପଢ଼ନ୍ତୁ: କାହା କଥାରେ ଓ କାହିଁକି ନବଙ୍କୁ ହତ୍ୟା କଲେ ଗୋପାଳ, ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛି କ୍ରାଇମ୍‌ବ୍ରାଞ୍ଚ

Naba Das Firing
Advertisment
Advertisment