Advertisment

ଇଡ୍‌କଲ୍‌ DMଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; କୋଟି କୋଟି ଟଙ୍କାର ପ୍ଲଟ୍‌, ବିଲ୍ଡିଂ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କଲ୍‌ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଅମାପ ସମ୍ପତ୍ତି ଠାବ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
IDCOL DM In Vigilance Net

IDCOL DM In Vigilance Net

ଇଡ୍‌କଲ୍‌ DM ଗୟା ସାଁତରାଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା। ୪ କୋଟି ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍‌ ସହ ୧୩ଟି ପ୍ଲଟ୍‌, ୨ଟି ବହୁତଳ ଅଟ୍ଟାଳିକା ଏବଂ ଦୁଇଟି କାର୍ ଏଭଳି ଅମାପ ସମ୍ପତ୍ତି ଭିଜିଲାନ୍ସ ଟିମ୍‌ ଠାବ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କଲ୍‌ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାଁନ୍ତରାଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଏସବୁ ସମ୍ପତ୍ତି ସାମ୍ନାକୁ ଆସିଛି।

Advertisment

ଗୟାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ଭୁବନେଶ୍ୱର, କୋରାପୁଟ, ରାୟଗଡ଼ାନୟାଗଡ଼ ଭଳି ୭ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି। ଚଢାଉ ବେଳେ ଗୟା ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ମୋଟ୍‌ ୧୬ଟି ବ୍ୟାଙ୍କ ଆକାଉଣ୍ଟର ଭିଜିଲାନ୍ସ ଟିମ୍ ସନ୍ଧାନ ପାଇଛି। ଏହାରି ମଧ୍ୟରୁ ୪ଟି ଯାଞ୍ଚ କରାଯାଇଥିବା ବେଳେ ସେଥିରେ ୪ କୋଟି ୧୦ ଲକ୍ଷ ଟଙ୍କା ଡିପୋଜିଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।

ଗୟା ଏତେ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ କେଉଁଠୁ ଆଣିଲେ, ସେ ସମ୍ପର୍କରେ ତାଙ୍କୁ ପଚରାଉଚରା ଚାଲିଛି। ଏହା ପୂର୍ବରୁ ଭୁବନେଶ୍ୱର, ଯାଜପୁରନୟାଗଡ଼ ରେ ୧୩ଟି ପ୍ଲଟ୍‌, ୨ଟି ବହୁତଳ ଅଟ୍ଟାଳିକା, ୨ଟି କାର୍‌ ସମ୍ପର୍କରେ ସୂଚନା ପାଇଛି ଭିଜିଲାନ୍ସ ଟିମ୍। ତାଙ୍କ ସମ୍ପତ୍ତିର ପୁରା ବିବରଣୀ ଜାଣିବା ଲାଗି ଭିଜିଲାନ୍ସ ସର୍ଚ୍ଚ ଅପରେସନ୍  ଜାରି ରଖିଛି।

Advertisment

Vigilance Raid
Advertisment
Advertisment