• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କାଳ ହେଲା ତ୍ରିକୋଣୀୟ ପ୍ରେମ । ଗୋଟିଏ ହ୍ୱାଟସଆପ୍‌ ମେସେଜ ନେଇଗଲା ଜଣଙ୍କର ଜୀବନ । ଜଣେ ବନ୍ଧୁ ତାର ପ୍ରେମ ପାଇଁ ଅନ୍ୟଜଣେ ବନ୍ଧୁର ମୁଣ୍ଡ କାଟିବା ସହ ଗୁପ୍ତାଙ୍ଗ କାଟି ହତ୍ୟା କରିଛି । ପରେ ପୋଲିସ ନିକଟରେ ଯାଇ ଅଭିଯୁକ୍ତ ଜଣକ ସରେଣ୍ଡର କରିଛି ।

ଜଣେ ୨୨ ବର୍ଷୀୟ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ମେସେଜ କରିବା ଓ କଥା ହେବାକୁ ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ସୈତାନ ପ୍ରେମିକ ଯୁବକଙ୍କ ମୁଣ୍ଡ ଓ ଗୁପ୍ତାଙ୍ଗ କାଟି ହତ୍ୟା କରିବା ପରେ ପୋଲିସ ନିକଟରେ ଯାଇ ଆତ୍ମସମର୍ପଣ କରିଛି ।

ଅଧିକ ପଢ଼ନ୍ତୁ: ପ୍ରେମିକ ମାୟାରେ ମତୁଆଲା ମା’… ପୁଅକୁ ମାରି ଫେରାର୍

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦରେ ଘଟିଛି । ନବୀନ, ହରିହର କୃଷ୍ଣ ଏବଂ ଜଣେ ଯୁବତୀ ଗୋଟିଏ କଲେଜରେ ଏକାଠି ପଢ଼ୁଥିଲେ । ନବୀନ ଏବଂ ହରିହର ଉଭୟ ସେହି ଝିଅକୁ ଭଲ ପାଉଥିଲେ । ନବୀନ ଯୁବତୀ ଜଣଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ । ପରେ ପରେ ଉଭୟ ଡେଟିଂ ଆରମ୍ଭ କରିଥିଲେ । କିଛି ବର୍ଷର ସମ୍ପର୍କ ପରେ  ଅଲଗା ହୋଇଯାଇଥିଲେ ନବୀନ ଏବଂ ଯୁବତୀ ଜଣକ । ପରେ ଯୁବତୀ ଜଣଙ୍କ ହରିହର କୃଷ୍ଣଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ ।

ପୋଲିସକୁ ପ୍ରତିକ୍ରିୟା ଦେଇ କୃଷ୍ଣ  କହିଛି ଯେ, ନବୀନ ଯୁବତୀଙ୍କ ସହିତ ବ୍ରେକ୍‌ଅପ୍ କରିବା ପରେ ମଧ୍ୟ ତାଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରୁଥିଲେ । ଯୁବତୀଙ୍କୁ ନବୀନ ହ୍ୱାଟସଆପ୍‌ ମେସେଜ କରିଥିଲେ । ଯାହା କୃଷ୍ଣଙ୍କୁ ଖରାପ ଲାଗିଥିଲା । ପରେ ଫେବ୍ରୁଆରୀ ୧୭ତାରିଖରେ ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଘଟଣାସ୍ଥଳରେ ନିଜର ହିତାହିତଜ୍ଞାନ ହରାଇ ହରିହର ନବୀନଙ୍କୁ ଅତିନିର୍ମମ ଭାବେ ହତ୍ୟା କରିଥିଲେ । ପୋଲିସ ଆହୁରି କହିଛି ଯେ, ଅଭିଯୁକ୍ତ ହରିହର ହତ୍ୟାର ଫଟୋ ଉଠାଇ ହ୍ୱାଟସପ୍‌ରେ ତାଙ୍କ ପ୍ରେମିକାଙ୍କ ନିକଟକୁ ପଠାଇଥିଲେ ।

ଏନେଇ ଅଭିଯୋଗ ହେବା ପରେ ପୋଲିସ ପୀଡିତାଙ୍କ ମୃତଦେହ ଉଦ୍ଧାର କରି ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଇଥିଲା । ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।