• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରେମ ପାଇଁ ପିଶାଚିନୀ ପାଲଟିଗଲା ମା’ । ୪ ବର୍ଷର ଛଆକୁ ପିଟିପିଟି କଲା ହତ୍ୟା । ସ୍ୱାମୀଙ୍କ ପରେ ପ୍ରେମିକକୁ ପୁଣି ଥରେ ବିବାହ କରିବାକୁ ମହିଳା ଜଣକ ଏପରି ଅଭାବନୀୟ ଘଟଣା ଘଟାଇଥିବା ଜଣାପଡ଼ିଛି । ନିଜେ ଜନ୍ମ ଦେଇଥିବା ୪ ବର୍ଷର ପୁଅକୁ ହତ୍ୟା କରିଛି ମା’ ।

ସୂଚନା ମୁତାବକ ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ଜଣେ ପର ପୁରୁଷକୁ ପ୍ରେମ କରୁଥିଲେ । ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଉଭୟ ବିବାହ କରିବାକୁ ମନସ୍ଥ କରିସାରିଥିଲେ । ହେଲେ ବାଟରେ ସ୍ୱାମୀଙ୍କ ବଦଳରେ କଣ୍ଟା ସାଜିଥିଲା ୪ ବର୍ଷର ପୁଅ । ପ୍ରେମିକ ଜଣକ ପିଲାଟିକୁ ନେବା ପାଇଁ ମନା କରିଦେଇଥିଲା ।

ଅଧିକ ପଢ଼ନ୍ତୁ: ପ୍ରେମିକ ସହ ମାଆ ଫେରାର୍‌; ବୁଢ଼ୀମାଆ କାନ୍ଧରେ ୪ ଭାଇଭଉଣୀଙ୍କ ବୋଝ

ଫଳରେ ଉଭୟ ପ୍ରେମିକ ଓ ପିଲାଟିର ମା’ ମିଶି ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ପଶ୍ଚିମବଙ୍ଗ ୨୪ ପ୍ରଗଣାର କୁଲଟାଲି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । କୁଣ୍ଡାଖାଲି ଗାଁର ଜଣେ ମହିଳା ଏପରି ଏକ ହତ୍ୟା କରିଛନ୍ତି ।

ଗତ ବର୍ଷ ଠାରୁ ମହିଳା ଜଣକ ଅବଦୁଲ ହୁସେନ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଗତ ମଙ୍ଗଳବାର ଉଭୟ ବିବାହ କରିବାକୁ ମନସ୍ଥ କରିଥିବା ବେଳେ ପିଲାଟିକୁ ନେଇ ସାଙ୍ଗରେ ନେବାକୁ ପ୍ରେମିକ ହୁସେନ ମନା କରିଦେଥିଲା । ଫଳରେ ଉଭୟ ଛୋଟ ପୁଅଟିକୁ ପିଟିପିଟି ହତ୍ୟା କରିଥିଲେ ।

ପିଲାଟିର ମାମୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଭଣଜା ବାରଣ୍ଡାରେ ଖେଳୁଥିବା ସେ ଦେଖିଥିବା କହିଛନ୍ତି । ତାହା ସହ ସେ ଆହୁରି କହିଛନ୍ତି କି, ମୁଁ କାମରୁ ଫେରିବା ପରେ ମୋ ଭଣଜାର ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ନିକଟରୁ ଶୁଣିଲି । ପିଲାଟିକୁ ପିଟିପିଟି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ, ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ପ୍ରତିକ୍ରିୟା ରଖିଛି । ପୋଲିସ ପିଲାଟିର ଶବ ଜବତ କରିଥିବା ବେଳେ ତା ଦେହରେ କ୍ଷତ ଚିହ୍ନଥିବା କହିଛି । ପିଲାଟିର ଶବ ବ୍ୟବଚ୍ଛେଦ ପରେ ସମସ୍ତ କଥା ସାମ୍ନାକୁ ଆସିବ । ସେପଟେ ପୁଅକୁ ହତ୍ୟା କରି ମା’ ଓ ପ୍ରେମିକ ଫେରାର ରହିଛନ୍ତି । ଉଭୟଙ୍କୁ ପୋଲିସ ଗିରଫ କରିବାକୁ ଖୋଜାଖୋଜି କରୁଛି ।