Advertisment

ନୃଶଂସ ବାପା ! ପତ୍ନୀଙ୍କୁ ପିଟୁଥିଲା, ପୁଅ ଅଟକାଇବାରୁ ତାକୁ ମାରିଦେଲା..

ମାଆକୁ ମାଡ ମାରିବାରୁ ବାପାକୁ ବିରୋଧ କରୁଥିଲା ପୁଅ । ବାପାର ତେଣ୍ଟା ମାଡରେ ପୁଅର ମୃତ୍ୟୁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Father Killed Son In Jagasinghpur

Crime

ବାପାର ତେଣ୍ଟା ମାଡ଼ରେ ପୁଅ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରାଇବରାଇ ରାଇଦଣ୍ଡା ଗାଁରେ। ଗାଁର ସୁଦର୍ଶନ ଭୋଇ ଗତକାଲି ରାତିରେ କୌଣସି କାରଣରୁ ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା କରିବା ସହିତ ମାଡ଼ ଗାଳିକରୁଥିଲେ । ଏହି ସମୟରେ ମଝିଆ ପୁଅ ଦିଲ୍ଲୀପ ବାପାଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲା ।

Advertisment

ହେଲେ ଏଥିରେ ସୁଦର୍ଶନ ବୁଝିବା ବଦଳରେ ଆହୁରି ଉତ୍‌କ୍ଷିପ୍ତ ହୋଇଥିଲେ । ଏମିତିକି ପୁଅ ଦିଲ୍ଲୀପକୁ ଏକ ତେଣ୍ଟାରେ ଆକ୍ରମଣ କରିଥିଲେ । ତେଣ୍ଟାଟି ଦିଲ୍ଲୀପଙ୍କ ଦେହରେ ଭୂଷି ହୋଇଯାଇଥିଲା । ଫଳରେ ଦିଲ୍ଲୀପ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପରୀକ୍ଷା ନୀରିକ୍ଷା ପରେ ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସମ୍ପର୍କରେ ଦିଲ୍ଲୀପଙ୍କ ବଡ଼ଭାଇ ଦୀପକ ଭୋଇ ସଦର ଥାନାରେ ଏତଲା ଦେବା ପରେ ପୋଲିସ ସୁଦର୍ଶନକୁ ଅଟକ ରଖି ତଦନ୍ତ ଚଲାଇଛି । ସ୍ଥାନୀୟ ଅଞ୍ଚଳରେ ଏନେଇ ଏବେ ଚଞ୍ଚଲ୍ୟ ଖେଳିଯାଇଛି । ଆଉ ବାପା ନିଜର ପୁଅକୁ ଏଭଳି ହତ୍ୟା କରିଥିବାରୁ ଲୋକେ ଘଟଣାକୁ ନିନ୍ଦା କରୁଛନ୍ତି ।

Advertisment

Murder Murder Case
Advertisment
Advertisment