• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥାନାରୁ ବାହାରିବା ପରେ ପତ୍ନୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ପ୍ଲେ ବ୍ୟାକ୍ ସିଙ୍ଗର୍ ହ୍ୟୁମାନ ସାଗର(Humane Sagar) । ଗତକାଲି ଅଭିଯୋଗ ଆସିବର ପରେ ଆଜି ଉଭୟ ସ୍ୱାମୀସ୍ତ୍ରୀ ଥାନାରେ ହାଜର ହୋଇଥିଲେ । ଆଉ ତା’ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଥ୍ୟା ବୋଲି ସେ କହିଛନ୍ତି । ଏପରିକି ଶ୍ୱଶୁର ଆଣିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ମୁଁ କାହିଁକି ହତ୍ୟା ଉଦ୍ୟମ କରିବି, ମୁଁ କଣ ମର୍ଡରର ବୋଲି କହିଛନ୍ତି । ଏହାସହ ସେ ଧର୍ମ ପରିବର୍ତ୍ତନ ପାଇଁ ସ୍ତ୍ରୀ ଉପରେ ଆଦୌ ଚାପ ପକାଇନଥିବା ପ୍ରକାଶ କରିଛନ୍ତି ।

ତେବେ ମହିଳା ଥାନାରେ ଆଲୋଚନା ପରେ ଏସିପି ଅମିତାଭ ମହାପାତ୍ର ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଉଭୟ ପକ୍ଷ ୨ ଦିନ ସମୟ ନେଇଛନ୍ତି । ଆଲୋଚନା ହେବା ପରେ ସେମାନେ ୨ ଦିନ ପରେ ପୁଣି ଆସିବେ ବୋଲି କୁହାଯାଇଛି । ଆଉ ଏହି ୨ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ହେବ । ଆଉ ମାମଲା ରୁଜୁ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ  ।

ଅଧିକ ପଢ଼ନ୍ତୁ: ବୋହୂ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ମାଆ

ଆଜି ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟା ଆଜି ଥାନାରେ ହାଜର ହୋଇଥିଲେ । ଆଉ ଏହାରି ଭିତରେ ଗୁରୁତର ଅଭିଯୋଗ କରିଛନ୍ତି ଶ୍ରେୟାଙ୍କ ଓକିଲ । ହ୍ୟୁମାନ ପତ୍ନୀଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ । ବାରମ୍ବାର ଏନେଇ ଜୋରଜବରଦସ୍ତି କରୁଥିଲେ। ନିଶାଶକ୍ତ ଅବସ୍ଥାରେ ପତ୍ନୀଙ୍କୁ ମାଡ଼ ମାରିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ । ଏମିତିକି ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ । ଗତ କିଛି ମାସ ତଳେ ଝିଅଙ୍କୁ ଏତେ ମାଡ଼ ମାରିଥିଲେ କି ହ୍ୟୁମାନଙ୍କ ଘରକୁ ଯାଇ ପରିବାରଲୋକେ ଆଣିଥିଲେ ।

ସେପଟେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ରେୟାଙ୍କ ବାପା । ହ୍ୟୁମାନଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିଲା । ତେଣୁ ଘରେ ସବୁ ବେଳେ ଝଗଡ଼ା ହେଉଥିବା ସେ କହିଛନ୍ତି । ନିର୍ଯାତନା ଅତ୍ୟଧିକ ହେବାରୁ ୫ ମାସ ହେଲା ଝିଅ ତାଙ୍କ ପାଖରେ ଥିବା ସେ କହିଛନ୍ତି । ବାହାଘର ପରେ ହ୍ୟୁମାନ ସବୁବେଳେ ତାଙ୍କୁ ବ ଯୌତୁକ ମାଗୁଥିଲେ । ଏଥିପାଇଁ ଥରେ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କା ଦିଆଯାଇଥିଲା । ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଥାନାକୁ ଆସିଛୁ ବୋଲି କହିଛନ୍ତି ।