/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663655748.jpg)
Special story
ଭୁବନେଶ୍ୱର ସାଲିଆ ସାହି ବସ୍ତିରେ ଚାଲିଛି ବଡ଼ ଧରଣର ରେଡ୍ । ଡିସିପିଙ୍କ ନେତୃତ୍ୱରେ ଏହି ରେଡ୍ ଚାଲିଛି । ପୂଜା ପାର୍ବଣକୁ ଆଖିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଉଛି । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ରେଡ୍ ବେଳେ ବିପୁଳ ପରିମାମର ଦେଶୀମଦ ପୋଚ ନଷ୍ଟ କରିଛି ପୋଲିସ । ଏହାସହ ମଦ ପ୍ରସ୍ତୁତି ଲାଗି ଲାଗି ଅନ୍ୟ ସଂରଜାମ ମଧ୍ୟ ଭାଙ୍ଗି ନଷ୍ଟ କରିଛି ପୋଲିସ ।
ତେବେ ରେଡ୍ ସମୟରେ ଘର ଭିତରେ ଗୁପ୍ତ ଘର ଥିବା ଦେଖିବାକୁ ମିଳିଛି । ଆଜି ସାଲିଆ ସାହିରେ ଚଢ଼ାଉ କରିବା ପରେ ପୋଲିସ୍ ହାତରେ ଲାଗିଛି ଗୁପ୍ତ ଠିକଣା । ଘର ଭିତରେ ଚୋରା ବାଟ ରହିଛି । ସୁଢ଼ଙ୍ଗ ଭଳି ରାସ୍ତା ଆଉ ଏକ ଘରକୁ ସଂଯୋଗ କରାଉଛି । ଯେଉଁଠି ପ୍ରସ୍ତୁତ ହେଉଛି ଶହ ଶହ ଲିଟର ଦେଶୀ ମଦ । ବ୍ୟାରେଲ୍ ଅଛି, ଦେଶୀ ମଦ ବି ଅଛି । ଏସବୁକୁ ବେଶ୍ ଚାଲାକର ସହ ଲୁଚାଇ ବିକ୍ରି କରାଯାଉଥିଲା । ପୋଲିସ୍ କିମ୍ବା ଆଉ କେହି ଯେପରି ଜାଣି ପାରିବେନି ସେ ନେଇ ସମସ୍ତ ପ୍ରସ୍ତୁତି କରିଥିଲେ ମଦ ସ୍ମଗଲର ।
ପୂର୍ବରୁ ମଧ୍ୟ ସାଲିଆସାହିରେ ପୂର୍ବରୁ ମଧ୍ୟ ଅନେକ ଥର ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ବାରମ୍ବାର ରେଡ୍ ସତ୍ତ୍ୱେ ବେଆଇନ୍ ଭାବେ ଏଠାରେ ମଦ କାରବାର ଚାଲିଛି । ତେବେ ସାଲିଆସାହିର ଗୋଟିଏ ଘର ନୁହେଁ ଏକାଧିକ ଘରେ ରେଡ୍ ପଡ଼ିଛି ।
ତେବେ ଚଢ଼ାଉ ପରେ ଭୁବନେଶ୍ୱର ସାଲିଆସାହିରେ ସ୍ପେଶାଲ ଡ୍ରାଇଭ ନେଇ DCP ପ୍ରତୀକ ସିଂ ସୂଚନା ଦେଇଛନ୍ତି । ପାର୍ବଣ ଋତୁକୁ ନେଇ ସ୍ପେଶାଲ ଡ୍ରାଇଭ୍ ଚାଲିଛି । ୨ ବର୍ଷ ପରେ ପୂଜା ପାଳନ ହେଉଥିବାରୁ ଅସୁବିଧା ନହେବା ଲକ୍ଷ୍ୟ ଚଢ଼ାଉ କରାଯାଉଛି । ଅପମିଶ୍ରିତ କରି ମଦ ପ୍ରସ୍ତୁତ କରାଯାଉଥିବାରୁ ସ୍ୱାସ୍ଥ୍ୟ ଖରାପ କରୁଛି । ତେଣୁ ଯେଉଁସବୁ ଘରେ ରେଡ୍ ହେଉଛି ଭାଙ୍ଗିବା ପାଇଁ BMC କୁ ଲେଖିବା ପାଇଁ ସେ କହିଛନ୍ତି ।
ସେହିପରି ହ୍ୱାଟଆପ୍ ଜରିଆରେ ପୋଲିସକୁ ଜଣାଇବାକୁ କମିଶନରେଟ ପୋଲିସ ନମ୍ବର ଜାରି କରିଥିବା ସେ କହିଛନ୍ତି । ପାର୍ବଣରେ ଦାଦାବଟି ମୁଖ୍ୟ ସମସ୍ୟା ହୋଇଥିବାବେଳେ ଏହାକୁ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଏହି ନମ୍ବର ଜାରି ହୋଇଛି । ହ୍ୱାଟଆପ୍ ନଂ ୭୦୭୭୭୯୮୧୧୧ରେ ସୂଚନା ଦେବାକୁ ଭୁବନେଶ୍ୱର ଡିସିପି ପରାମର୍ଶ ଦେଇଛନ୍ତି । ଦାଦାବଟି ସହ ଡ୍ରଗ୍ସ କାରବାର ଏବଂ ଅନ୍ୟ ଅପରାଧ ନେଇ ସୂଚନା ଥିଲେ ମଧ୍ୟ ପୋଲିସକୁ ସାଧାରଣ ଲୋକ ଜଣାଇବାକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)