Advertisment

ଏମିତି ବି ଯାଏ ଜୀବନ ! CPR ଦେଇ ଜୀବନ ବଞ୍ଚାଇବାକୁ OTV ସାମ୍ବାଦିକଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ

ଅସୁସ୍ଥଙ୍କୁ ମେଡିକାଲ ନେବାକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପିସିଆର ଭ୍ୟାନରେ ହସ୍ପିଟାଲ ଯିବା ପରେ ମୃତ ଘୋଷଣା ।

author-image
Satyendu Shekher Mishra
undefined

Heart Attack

ସମୟ ସକାଳ ପ୍ରାୟ ୮ଟା। ସ୍ଥାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର। ପ୍ରାୟ ୫୦ ବର୍ଷୀୟ ଜଣେ ବ୍ୟକ୍ତି  ସ୍ଥାନୀୟ ପେଟ୍ରୋଲ ପମ୍ପରେ ନିଜ ସ୍କୁଟିରେ ପେଟ୍ରୋଲ ଭରିବା ପରେ ଗାଡ଼ି ଷ୍ଟାର୍ଟ କରିବା ବେଳେ ହଠାତ ତଳେ ପଡ଼ିଯାଇଥିଲେ। ପେଟ୍ରୋଲ ପମ୍ପର କର୍ମଚାରୀମାନେ ତାଙ୍କୁ ସାଷ୍ଟାଙ୍ଗ କରି ଉଠାଇବା ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓଟିଭିର ସିନିୟର ରିପୋର୍ଟର ନିରଞ୍ଜନ ରେଡ୍ଡୀ। ସଂପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା ଦେଖିବା ପରେ, ସେ ହୃଦଘାତର ଶିକାର ହୋଇଥିବା ଅନୁମାନ କରିଥିଲେ ନିରଞ୍ଜନ। ଆଉ କାଳ ବିଳମ୍ବ ନକରି ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ଟେକି ନେଇ ଆରମ୍ଭ କରିଥିଲେ ଛାତିରେ ପମ୍ପିଂ ବା କାର୍ଡିଓ ପଲମୋନାରୀ ରେସୁସିଟେସନ ବା CPR ଚିକିତ୍ସା।

Advertisment

ଏହି ପ୍ରକ୍ରିୟା ଭିତରେ ବ୍ୟକ୍ତି ଜଣକ ସାମାନ୍ୟ ଆଖି ଖୋଲିବା ଓ ହାକୁଟି ବି ମାରିଥିବା ଲକ୍ଷ୍ୟ କରାଯାଇଥିଲା। ଏହାରି ଭିତରେ କିଛି ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଦୀର୍ଘ ସମୟ ଯାଏଁ ଆମ୍ବୁଲାନ୍ସ ନପହଞ୍ଚିବାରୁ ଶେଷରେ ପିସିଆର ଭ୍ୟାନରେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।

ଆଜିର ଏ ଘଟଣାରେ ଦୁଇଟି ଭିନ୍ନ ଭିନ୍ନ ଦିଗ ଦେଖିବାକୁ ମିଳିଛି। ଗୋଟିଏ ହେଉଛି, ହୃଦଘାତର ଶିକାର ଅନୁମାନ ପରେ ତୁରନ୍ତ ତାଙ୍କୁ ସହୃଦୟତାର ସହ CPR ଚିକିତ୍ସା ଯୋଗାଇ ଦେବା। ଯାହା କରି ଦେଖାଇଛନ୍ତି ଓଟିଭିର ସାମ୍ବାଦିକ। କାରଣ ହୃଦରୋଗ ବିଶେଷଜ୍ଞଙ୍କ ମତରେ ହୃଦଘାତର ଲକ୍ଷଣ ଦେଖିବା ମାତ୍ରେ ଅନେକ କ୍ଷେତ୍ରରେ ଏହି CPR ଚିକିତ୍ସା ହିଁ ରୋଗୀଙ୍କୁ ନୂଆ ଜୀବନ ଦେବାର ନଜିର ରହିଛି।

Advertisment

ସେପଟେ ଘଟଣାର ଅନ୍ୟ ଦୁଃଖଦ ଦିଗଟି ହେଉଛି, ରାଜଧାନୀ ଛାତି ଉପରେ ଥାଇ ବି ଜୀବନ ପାଇଁ ସଂଘର୍ଷ କରୁଥିବା ଜଣେ ଅସୁସ୍ଥଙ୍କ ପାଇଁ ଠିକ୍ ସମୟରେ ଆମ୍ବୁଲାନ୍ସଟିଏ ପହଂଚି ନପାରିବା। ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚିଥିଲେ ଏବଂ ତାଙ୍କୁ କିଛି ସମୟ ଆଗରୁ ମେଡିକାଲରେ ଭର୍ତ୍ତି କରାଯାଇପାରିଥିଲେ, ସଂପୃକ୍ତ ବ୍ୟକ୍ତିଙ୍କ ଜୀବନକୁ ହୁଏତ ବଞ୍ଚା ଯାଇ ପାରିଥାନ୍ତା।

Heart Attack CPR
Advertisment
Advertisment