• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ବେଲ୍ ନା ଜେଲ୍ ? ଗିରଫ ହୋଇ ଭୁବନେଶ୍ୱର ଝାରପଡ଼ା ଜେଲରେ ଥିବା ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହେଉଛି । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଜେଲ୍ ଭିତରୁ ଭିଡିଓ କନଫରେନସିଂରେ ଶୁଣାଣି କରାଯାଉଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା । ଅପରପକ୍ଷେ, ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ପୋଲିସ୍ । ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବା ସହ ଏହି ଲିଙ୍କରେ ଆଉ କିଏ କିଏ ରହିଛନ୍ତି ସେ ସମ୍ପର୍କରେ ତଦନ୍ତ ହେବ । ତେବେ ପୋଲିସ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ହନିଟ୍ରାପର ହାଇପ୍ରୋଫାଇଲ୍ ଲିଙ୍କ୍ ମଧ୍ୟ କାଢ଼ିବାର ସମ୍ଭାବନା ରହିଛି ।

ଗତକାଲି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଲିଙ୍ଗରେ ଜଣେ ବ୍ୟବସାୟୀ ପ୍ରମୋଦ ସ୍ୱାଇଁଙ୍କୁ ତାଙ୍କ ବରମୁଣ୍ଡା ଘରେ ଯାଇ ପଚରାଉଚରା କରୁଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି ବ୍ୟବସାୟୀ ଜଣକ ଫିଲ୍ମ ପ୍ରଯୋଜକ ଥିଲେ । ଅର୍ଚ୍ଚନା ପୂର୍ବରୁ ଅର୍ଥାତ ୨୦୧୬ରେ ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିଲେ । ଘରଭଡ଼ାକୁ ନେଇ ବିବାଦ ଥିଲା, ଆଉ ଏହା ଥାନା ପର୍ଯ୍ୟନ୍ତ ଯାଇଥିଲା । ଅର୍ଚ୍ଚନା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ ବି କରିଥିଲେ ।

ଅଧିକ ପଢ଼ନ୍ତୁ: ମୁଣ୍ଡ ଘୁରାଇବା ଭଳି କାହାଣୀ ! ଖୋଲୁଛି ରହସ୍ୟମୟୀର କଳାଧନ୍ଦା ପେଡ଼ି, ଯୁବତୀଙ୍କୁ ମୋହରା କରି ବ୍ଲାକ୍‌ମେଲିଂ କରୁଥିଲା ଅର୍ଚ୍ଚନା

ସେପଟେ ଆଜି ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ପ୍ରେସମିଟ ଜରିଆରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ବି ପୋଲିସ୍‌ ତାଙ୍କୁ ଜେରା କାହିଁକି କରୁନି ବୋଲି ପ୍ରଶ୍ନ କରିଛନ୍ତି । ଯୌନ କେଳେଙ୍କାରୀରେ ଯାହାର ବି ସଂପୃକ୍ତି ରହିଛି ତାକୁ ଗିରଫ କରାଯାଉ । ଏହାବ୍ୟତୀତ ଏବେ ସୁଦ୍ଧା ରାକେଟରେ ସଂପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ସ୍ପଷ୍ଟ କରୁନି ପୋଲିସ୍ । ଏହି ମାମଲାର ସିବିଆଉଇ ତଦନ୍ତ ଦାବି କରିଛି ବିଜେପି ।

ଅନ୍ୟପଟେ ପ୍ରଶ୍ନ ଉଠୁଛି ଅର୍ଚ୍ଚନାର ଚକ୍ରବ୍ୟୁହରେ ଛନ୍ଦି ହୋଇ ବ୍ଲାକମେଲ୍‌ର ଶିକାର ହୋଇଥିବା ଅନ୍ୟ ପ୍ରଭାବଶାଳୀ ନେତା, ଠିକାଦାର, ସରକାରୀ ବାବୁ ଗଲେ କୁଆଡ଼େ ? ଅର୍ଚ୍ଚନା ବିରୋଧରେ ଏମାନେ କାହିଁକି ମୁହଁ ଖୋଲୁନାହାଁନ୍ତି ? ଘାରୁଛି କି ଲୋକଲଜ୍ଜାର ଭୟ ? ଅର୍ଚ୍ଚନା ବିରୋଧରେ ଯଦି କେହି ମୁହଁ ନଖୋଲନ୍ତି ତେବେ ମାମଲା ଦୁର୍ବଳ ହୋଇଯିବନି ତ ? ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନିଜ ପ୍ରୋଫାଇଲ୍‌ରେ ବିଜେଡି ସହ ସଂପୃକ୍ତି ନେଇ ଉଲ୍ଲେଖ କରିଥିବାବେଳେ ଦଳ କାହିଁକି ଏ ନେଇ ସ୍ପଷ୍ଟୀକରଣ ଦେଇନି ? ଏଭଳି ନାନା ପ୍ରଶ୍ନ ଭିତରେ ଭୁବନେଶ୍ୱର SDJMଙ୍କ କୋର୍ଟରେ ଜାମିନ ଶୁଣାଣି ଚାଲିଛି ।