Advertisment

Video: ସ୍ୱାଗତ ପାଇଁ ପାଛୋଟି ନେବା ବେଳେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ...

ଗୁଳିମାଡ଼ରେ ମନ୍ତ୍ରୀ ନବ ଦାସଙ୍କ ସମେତ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ ବେଳର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Police ASI Shot At Odisha Health Minister Naba Das

Watch Video: Police ASI shot at Odisha health minister Naba Das

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଜି ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଗୁଳିମାଡ଼ ହୋଇଛି। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର କୁ ଏୟାରଲିଫ୍ଟ କରାଯାଇଛି। 

Advertisment

ସବୁଠାରୁ ବଡ଼ କଥା, ମନ୍ତ୍ରୀ ନବ ଦାସଙ୍କୁ କିଏ ଗୁଳିମାଡ଼ କରିଛି ତାହା ଜଣାପଡ଼ିଛି। ଜଣେ ପୋଲିସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି। ASI ଗୋପାଳ ଦାସ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା  ବ୍ରଜରାଜନଗର SDPO ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କୁ ଫାୟାରିଂ ବେଳେ ୪ରୁ ୫ ରାଉଣ୍ଡ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପାଛୋଟି ଆଣିଲା ବେଳେ ଗୁଳି ଫୁଟିଥିଲା। 

ଗୁଳିମାଡ଼ରେ ମନ୍ତ୍ରୀ ନବ ଦାସଙ୍କ ସମେତ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ ବେଳର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପାଛୋଟି ନେଲା ବେଳେ ଗୁଳି ଫୁଟିଥିଲା। 

Advertisment

ଅଧିକ ପଢ଼ନ୍ତୁ: ‘ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଛି ପୋଲିସ୍‌’

Naba Das Firing Minister Naba Das
Advertisment
Advertisment