• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘କାନ ଧରୁଛି . . . ଆଜିଠାରୁ ଆଉ ମଦ ପିଇବି ନାହିଁ । ମୋତେ କ୍ଷମା କରିଦେ । ତୁ ଯାହା କହିବୁ ତାହା ହେବ । ଆଉ ତତେ କଷ୍ଟ ଦେବିନି । ତୁ କିଭଳି ଏତେ ବଡ଼ ନିଷ୍ପତ୍ତି ନେଲୁ, ଆଜି ତୋର କ’ଣ ହୋଇଯାଇଥିଲେ, ମୁଁ କିପରି ବଞ୍ଚି ଥାଆନ୍ତି ’ ଏହିଭଳି ଢଙ୍ଗରେ ସ୍ତ୍ରୀକୁ କ୍ଷମା ମାଗିଲେ ମଦ୍ୟପ ସ୍ୱାମୀ । ମୁଙ୍ଗେରର ସଦର ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ହସ୍ପିଟାଲ୍‌ ବେଡ୍‌ରେ ସ୍ତ୍ରୀକୁ ମୃତ୍ୟୁ ସହ ସଂଘର୍ଷ କରୁଥିବା ଦେଖି ବ୍ୟକ୍ତି ଜଣକ ନିଜର ଭୁଲ୍‌ ବୁଝି ପାରିଛନ୍ତି । ସ୍ତ୍ରୀ ସାମ୍ନାରେ କାନ ଧରି ଶପଥ କରିଛନ୍ତି କି, ସେ ଆଉ ମଦ୍ୟପାନ କରିବେ ନାହିଁ । ଏହା ଦେଖି ମେଡିକାଲ କର୍ମଚାରୀଙ୍କ ସମେତ ରୋଗୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରବିବାର ଦିନ ମଦ୍ୟପ ସ୍ୱାମୀଙ୍କ କୁଅଭ୍ୟାସ ପାଇଁ ଜଣେ ମହିଳା ବିଷ ପିଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ନିଶା ମଣିଷର କି ଅବସ୍ଥା କରେ ! ମଦ ପିଇ ବିଲ୍‌ ବୋର୍ଡରେ ଚଢ଼ିଲେ, ଝୁଲି ପଡ଼ିଲେ..

ସୂଚନାଯୋଗ୍ୟ ପରହମ୍‌ ନିବାସୀ ବାସିନ୍ଦା ପପୁ ଚୌଧୁରୀ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ସେ ସବୁଦିନ ମଦ ପିଇ ଘରକୁ ଆସିବା ସହ ସ୍ତ୍ରୀ ସହ ଝଗଡ଼ା କରୁଥିଲେ । ସ୍ୱାମୀର ଏପରି କୁଅଭ୍ୟାସରେ ଅତିଷ୍ଠ ହୋଇ ଶେଷରେ ୩୫ ବର୍ଷିୟ ରୀନା ଦେବୀ ରବିବାର ଅପରାହ୍ନରେ ଘର ପାଖ କ୍ଷେତରେ ବିଷ ପିଇଥିଲେ । କିଛି ଲୋକ ତାଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ସ୍ତ୍ରୀର ଏପରି ଅବସ୍ଥା ଦେଖି ପପୁଙ୍କର ନିଶା ଛାଡ଼ିଗଲା । ନିଜ ଭୁଲ୍‌ ବୁଝି ପାରି ସେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ । ସମସ୍ତଙ୍କ ସାମ୍ନାରେ କାନ ଧରି ଆଉ କେବେ ମଦ୍ୟପାନ କରିବି ନାହିଁ ବୋଲି ସ୍ତ୍ରୀକୁ କହିଥିଲେ । କ୍ୟାମେରା ସାମ୍ନାରେ ମଧ୍ୟ ପପୁ ମଦ ନିଇବା ପାଇଁ ଶପଥ କରିଛନ୍ତି।